ଡିବେଟ୍‌ ସୋ’ରେ ସମାଜବାଦୀ ପାର୍ଟି-ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ମରାମରି ଏବଂ ଚୌକି ଫିଙ୍ଗା ଫୋପଡ଼ା

Advertisment
ଡିବେଟ୍‌ ସୋ’ରେ ସମାଜବାଦୀ ପାର୍ଟି-ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ମରାମରି ଏବଂ ଚୌକି ଫିଙ୍ଗା ଫୋପଡ଼ା

photo-jansatta

ଲକ୍ଷ୍ନୌ: ଏକ ରାଷ୍ଟ୍ରୀୟ ଚାନେଲରେ ଡିବେଟ୍‌ ସୋ’ ‘ଦଙ୍ଗଲ’ ର ସୁଟିଂ ଚାଲିଥିବାବେଳେ ସମାଜବାଦୀ ପାର୍ଟି ଓ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଖାଲି ସେତିକି ନୁହେଁ,ଉଭୟ ପକ୍ଷ ପରସ୍ପର ପ୍ରତି ଆକ୍ରମଣ ମଧ୍ୟ କରିଥିଲେ। ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟିର ଗଡ଼ ବୋଲି ବିବେଚିତ ହେଉଥିବା ମୈନପୁରୀରେ ଆଜତକ୍‌ ଚାନେଲ ପକ୍ଷରୁ ଡିବେଟ ସୋ’‘ଦଙ୍ଗଲ’ର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି ପକ୍ଷରୁ ହରପାଲ ଯାଦବ, କଂଗ୍ରେସ ପକ୍ଷରୁ ସଙ୍କୋଚ ଗୌଡ ଓ ବିଜେପି ପକ୍ଷରୁ ରାମ ନରେଶ ଅଗ୍ନିହୋତ୍ରୀ ମଞ୍ଚ ଉପରେ ଉପସ୍ଥିତ ଥିଲେ। ଏହି ସୋ’ର ସଞ୍ଚାଳନ କରୁଥିଲେ ରୋହିତ ସରଦାନା।

ଏହି ସମୟରେ ଜଣେ ବ୍ୟକ୍ତି ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ଙ୍କର ଜୟାପ୍ରଦାଙ୍କ ସଂପର୍କରେ ଅଶାଳୀନ ଟିପ୍ପଣୀକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାପରେ କାର୍ଯ୍ୟକର୍ତ୍ତାମାନେ ସେଠାରେ ହଙ୍ଗମା କରିଥିଲେ। ତା’ପରେ ବିଜେପି ଓ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଭିତରେ ମରାମରି ଆରମ୍ଭ ହୋଇଯାଇଥିଲା। ପରସ୍ପର ଉପରକୁ ଚୌକି ଫିଙ୍ଗା ଫୋପଡ଼ା ବି ଦେଖିବାକୁ ମିଳିଥିଲା। ତେବେ ସୋ’ରେ ଉପସ୍ଥିତ ନେତାମାନେ ସମସ୍ତଙ୍କୁ ଶାନ୍ତ ରହିବାକୁ ନିବେଦନ କରିବା ପରେ ସମସ୍ତେ ଶାନ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe