Image Courtesy of TOI
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାରିଛନ୍ତି, ଦୋଷୀ ଭଳି ଆଚରଣ କରନାହିଁ, ପଞ୍ଜାବ ନେସ୍ନାଲ୍ ବ୍ୟାଙ୍କ୍ର ୧୧, ୩୦୦ କୋଟି ଠକେଇ କଥା କୁହ।
କେବଳ ଏତିକି ନୁହେଁ, ଗତ ପାଞ୍ଚ ବର୍ଷ ମଧ୍ୟରେ ଘଟିଥିବା ୬୧, ୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଇ କଂଗ୍ରେସ ପାର୍ଟି ସରକାରଙ୍କୁ ବ୍ୟାଙ୍କ୍ ବ୍ୟବସ୍ଥା ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ କହିଛି।
ଅରବପତି ଅଳଙ୍କାର ବ୍ୟବସାୟୀ ନିରବ ମୋଦି ଜଡ଼ିତ ଥିବା ବ୍ୟାଙ୍କ୍ ଦୁର୍ନୀତି ସମ୍ବନ୍ଧରେ ମୋଦିଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇ ରାହୁଳ ଟୁଇଟ୍ କରିଛନ୍ତି: ପରୀକ୍ଷା କେମିତି ପାସ୍ କରିବେ ସେ ବିଷୟରେ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ୨ ଘଣ୍ଟା କାଳ କହିଲେ, କିନ୍ତୁ ୨୨୦୦୦ କୋଟି ଟଙ୍କାର ବ୍ୟାଙ୍କ୍ ଦୁର୍ନୀତି ସମ୍ବନ୍ଧରେ ଦୁଇ ମିନିଟ୍ କହିଲେ ନାହିଁ। ଜେଟ୍ଲୀ ମଧ୍ୟ ଲୁଚୁଛନ୍ତି। ଦୋଷୀ ପରି ଆଚରଣ ନ କରି, କିଛି କୁହନ୍ତୁ!
ବିଜେପି ଶାସନ ଏବଂ ମୋଦିଙ୍କ ଉପରେ କଂଗ୍ରେସ ସାମଗ୍ରିକ ଆକ୍ରମଣ କରି ଦାବି କରିଛି ଯେ ସରକାରୀ ସ୍ତରର ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ନ ଥିଲେ ଏଡ଼େ ବଡ଼ ଠକେଇ ସମ୍ଭବପର ହୋଇ ନ ଥାଆନ୍ତା।
ପାର୍ଟିର ମୁଖପାତ୍ର ମନୀଶ ତେଓ୍ଵାରି ଶ୍ୱେତପତ୍ର ଦାବି କରି କହିଛନ୍ତି: ଜ୍ୟାକ୍ ରବିନ୍ସନ୍ଙ୍କ ଠାରୁ ଦ୍ରୁତ ବେଗରେ ବ୍ୟାଙ୍କ୍ ଦୁର୍ନୀତି ଧାଉଁଛି। ନିରବ-ଚୋକ୍ସିଙ୍କ ମାମଲା ଉଠିଥିବାବେଳେ ରୋଟୋମାକ୍ କଲମ୍ ମାଲିକ ମଧ୍ୟ ସେମିତି ଠକେଇ କରିଥିବା ଜଣାପଡୁଛି।
ତେଓ୍ଵାରି ଦାବି କରିଛନ୍ତି, ରିଜର୍ଭ ବ୍ୟାଙ୍କ୍ ଡାଟାନୁସାରେ, ଗତ ପାଞ୍ଚ ବର୍ଷରେ ହୋଇଥିବା ସମୁଦାୟ ୬୧, ୨୬୦ କୋଟି ଟଙ୍କା ବ୍ୟାଙ୍କ୍ ଦୁର୍ନୀତିରେ ଚାରି ବର୍ଷ କାଳ ଶାସନ କ୍ଷମତାରେ ରହିଛି ବିଜେପି ନେତୃତ୍ୱାଧୀନ ସରକାର। ଅଭିଯୁକ୍ତ ଠକ ଏବଂ ବିଜେପିର ବଡ଼ ବଡ଼ିଆମାନଙ୍କର ସମ୍ପର୍କ ଭାରତୀୟ ଅର୍ଥନୀତିର ସ୍ୱାସ୍ଥ୍ୟ ଉପରେ କେତେକ ଗୁରୁତର ପ୍ରଶ୍ନ ଉଠାଉଛି।
Follow Us