ରାଜ୍ୟପାଳଙ୍କ ଆଚରଣ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ କହିଛି, ରାଷ୍ଟ୍ରପତିଙ୍କୁ ଦରଖାସ୍ତ ଦେବି: ଗେହଲଟ୍

Advertisment
ରାଜ୍ୟପାଳଙ୍କ ଆଚରଣ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ କହିଛି, ରାଷ୍ଟ୍ରପତିଙ୍କୁ ଦରଖାସ୍ତ ଦେବି: ଗେହଲଟ୍

Image Courtesy of Hindustan Times

ଜୟପୁର: ରାଜ୍ୟପାଳ କଲରାଜ ମିଶ୍ରଙ୍କ ‘ଆଚରଣ’ କଥା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଇଛନ୍ତି ଏବଂ ରାଜ୍ୟର ପରିସ୍ଥିତି ବିଷୟରେ ସୂଚାଇ ରାଷ୍ଟ୍ରପତି କୋବିନ୍ଦଙ୍କୁ ଦରଖାସ୍ତ ଲେଖିବେ ବୋଲି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି।

ସେ କହିଛନ୍ତି, ଗତକାଲି ମୁଁ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ରାଜ୍ୟପାଳଙ୍କ ଆଚରଣ ବିଷୟରେ କହିଲି। ସାତ ଦିନ ତେଳେ ତାଙ୍କୁ ଲେଖିଥିବା ଚିଠି କଥା ମଧ୍ୟ କହିଲି। ଏବଂ ରାଜ୍ୟପାଳ ସେମାନଙ୍କ ନିକଟକୁ ପଠାଇଥିବା ଛଅ ପୃଷ୍ଠାର ପ୍ରେମ ପତ୍ର କଥା ମଧ୍ୟ କହିଲି।

publive-image Image Courtesy of Hindustan Times

ଜୁଲାଇ ୩୧ ତାରିଖ ଠାରୁ ବିଧାନସଭା ଅଧିବେଶନ ଡାକିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ପରେ ଆଜି ସକାଳେ ରାଜ୍ୟପାଳ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟିକରଣ ଚାହିଁଛନ୍ତି। କରୋନାଭାଇରସ୍ ପରିସ୍ଥିତି କଥା ଉଠାଇ ରାଜ୍ୟପାଳ କହିଲେ, ସ୍ବଳ୍ପ-ସମୟ ନୋଟିସ୍‌ରେ ସମସ୍ତ ବିଧାୟକଙ୍କୁ ଡାକିବା କଷ୍ଟକର ହେବ।

ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠାତା ପ୍ରମାଣ କରିବାକୁ ଅଧିବେଶ ଡାକିବା ପାଇଁ ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ର ଗେହଲଟ୍ ଅଭିଯୋଗ କରୁଛନ୍ତି ଯେ, ରାଜ୍ୟପାଳଙ୍କ ଉପରେ ‘ଉପର ସ୍ତରରୁ ଚାପ ପଡୁଛି’। ବାରମ୍ବାର ରାଜ୍ୟପାଳଙ୍କୁ ଅନୁରୋଧ କରିବା ସହ ରାଜଭବନ ଲନ୍‌ରେ ସେ ବିଧାୟକମାନଙ୍କ ସହ ଧାରଣା ପାଞ୍ଚ ଘଣ୍ଟା ଧାରଣା ଦେଇଥିଲେ ବି ରାଜ୍ୟପାଳ କୌଣସି କଥା ଶୁଣୁନାହାନ୍ତି ବୋଲି ସେ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ, କଂ‌ଗ୍ରେସ କରୁଥିବା ଅଭିଯୋଗକୁ ରାଜ୍ୟପାଳ ଖଣ୍ଡନ କରି କହିଛନ୍ତି ଯେ, ଅଧିବେଶନ ଡାକିବାକୁ ସେ ସାମ୍ବିଧାନିକ ନିୟମ ଅନୁସରଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe