ପ୍ରଥମ କ୍ୟାବିନେଟ୍‌ରେ ଉଭୟ ଯବାନ-କିଷାନଙ୍କୁ ଗୁରୁତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ: ବିଜେପି

Advertisment
ପ୍ରଥମ କ୍ୟାବିନେଟ୍‌ରେ ଉଭୟ ଯବାନ-କିଷାନଙ୍କୁ ଗୁରୁତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ: ବିଜେପି

New Indian Express

ଭୁବନେଶ୍ୱର: ଦ୍ୱିତୀୟ ଥର ପାଇଁ ଦେଶର ନରେନ୍ଦ୍ର ମୋଦୀ ସରକାର ହେବା ପରେ ତାଙ୍କର ପ୍ରଥମ କ୍ୟାବିନେଟ୍‌ ବୈଠକରେ ୨୦୨୦ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଦେଶର ସବୁ ଚାଷୀଙ୍କ ପାଇଁ ପିଏମ୍‌ କିଷାନ ଯୋଜନାକୁ ଲାଗୁ କରିବା ସହ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଏଥିରେ ଯୋନାଯାଇଛି। ଚାଷୀକୂଳ ପ୍ରତି ଦେଇଥିବା ପ୍ରତିଶ୍ରୁତିକୁ ପ୍ରତିବଧିତା କରି ଦେଶର ସମସ୍ତ ଚାଷୀଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ କିଷାନ ପେନ୍‌ସନ୍‌ ଯୋଜନା’ ଏକ ଐତିହାସିକ ନିଷ୍ପତ୍ତି ନେଇଥିବାରୁ ଓଡ଼ିଶାର ସମସ୍ତ ସାଂସଦ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

କ୍ୟାବିନେଟ୍‌ ନିଷ୍ପତ୍ତିରେ ଶୁକ୍ରବାର ପିଏମ୍‌ କିଷାନ ଯୋଜନା ଲାଗୁ ହୋଇଥିବାରୁ ଦେଶର ସାଢ଼େ ୧୪ କୋଟି ଚାଷୀ ଏଥିରୁ ଲାଭବାନ ହେବେ। ଏଥି ପାଇଁ ସରକାର ଚଳିତ ଆର୍ଥିକ ବର୍ଷର ବଜେଟ୍‌ ୮୭୨୧୭.୫୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରତ୍ୟେକ ଚାଷୀଙ୍କୁ ତିନିଟି କିସ୍ତି ମାଧ୍ୟମରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏହି ଯୋଜନାରେ ୩.୧୧ କୋଟି ଚାଷୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଯାଇଥିବା ବେଳେ ଦ୍ୱିତୀୟ କିସ୍ତିରେ ୨.୭୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ପେନ୍‌ସନ୍‌ ଯୋଜନାକୁ ଘୋଷଣା କରାଯାଇଛି।

ପୂର୍ବରୁ କେନ୍ଦ୍ର ସରକାର ସହିଦ ଯବାନ, କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ରେଳବାଇ ସୁରକ୍ଷା ବଳଙ୍କ ପିଲାଙ୍କୁ ଛାତ୍ରବୃତ୍ତି ମିଳୁଥିବା ବେଳ ପ୍ରଥମଥର ଲାଗି ରାଜ୍ୟ ପୁଲିସ ସହିଦ ହୋଇଥିବା ପରବାରର ପିଲାମାନଙ୍କୁ ଛତ୍ରବୃତ୍ତି ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧିନରେ ଦିଆଯାଉଥିବା ଛାତ୍ରବୃତ୍ତି ଅର୍ଥକୁ ବଢ଼ାଯାଇ ବାଳକମାନେ ପ୍ରତି ମାସରେ ୨୫୦୦ ଟଙ୍କା ଏବଂ ବାକିକାମାନଙ୍କ ପାଇଁ ୩୦୦୦ ଟଙ୍କା କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe