ମୋଦିଙ୍କ ସଂପର୍କରେ ଅପମାନସୂଚକ ମନ୍ତବ୍ୟ ଦେଇ ଅଡୁଆରେ ଥରୁର୍‌: କ୍ଷମା ପ୍ରାର୍ଥନା ଦାବି କଲେ ସୁବ୍ରମଣ୍ୟମଙ୍କ ସମେତ ଅନ୍ୟ ବିଜେପି ନେତା

Advertisment
ମୋଦିଙ୍କ ସଂପର୍କରେ ଅପମାନସୂଚକ ମନ୍ତବ୍ୟ ଦେଇ ଅଡୁଆରେ ଥରୁର୍‌: କ୍ଷମା ପ୍ରାର୍ଥନା ଦାବି କଲେ ସୁବ୍ରମଣ୍ୟମଙ୍କ ସମେତ ଅନ୍ୟ ବିଜେପି ନେତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷାକକୁ ନେଇ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର୍‌ ଅପମାନସୂଚକ ମନ୍ତବ୍ୟ ଦେଇଥିବା ବେଳେ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଙ୍ଗଳବାର ଶଶୀ ଥରୁର୍‌ଙ୍କୁ ପାଲଟା ଜବାବ୍‌ ଦେଇଛନ୍ତି।

ନିକଟରେ ମୋଦି ଉତ୍ତର-ପୂର୍ବ ଭାରତର ଏକ ପାରମ୍ପରିକ ଟୋପି ପିନ୍ଧିଥିବା ନେଇ ଥରୁର୍‌ ମୋଦିଙ୍କୁ ଆକ୍ଷେପ କରି  କହିଥିଲେ ‘ମୋଦିଜୀ ସବୁ ପ୍ରକାରର ପରଦେଶୀ ଟୋପି ପିନ୍ଧିପାରନ୍ତି। ମାତ୍ର ଗୋଲ୍‌ ଟୋପି(ସ୍କଲ୍‌ କ୍ୟାପ୍‌) ପିନ୍ଧିବାକୁ ମନା କରନ୍ତି।’

ଥରୁର୍‌ଙ୍କ ଏପରି ମନ୍ତବ୍ୟରେ ପ୍ରତିକ୍ରିୟା ପ୍ରକାଶ କରି ସୁବ୍ରମଣ୍ୟମ ଥରୁର୍‌ଙ୍କୁ ଅପମାନ କରିବା ଢଙ୍ଗରେ କହିଛନ୍ତି, ‘ଆପଣଙ୍କ ସୁଟ୍‌-ବୁଟ୍‌ ଆମ ପାଇଁ ନୂଆ ନୁହେଁ। ଏପରି ସୁଟ୍‌-ବୁଟ୍‌ରେ ଆପଣ ହୋଟେଲ୍‌ର େଓ୍ଵଟର୍‌ ପରି ଦିଶନ୍ତି।’

ସୁବ୍ରମଣ୍ୟମଙ୍କ ବ୍ୟତୀତ ବିଜେପିର ଅନେକ ବରିଷ୍ଠ ନେତା ଥରୁର୍‌ଙ୍କ ଉପରେ ଏନେଇ କମ୍ପିଛନ୍ତି। ସୁବ୍ରମଣ୍ୟମ ଥରୁର୍‌ଙ୍କୁ ପ୍ରଶ୍ନ କରିଛନ୍ତି କି ଦୟାକରି ‘ପରଦେଶୀ ଟୋପିର ମାନେ ବୁଝାନ୍ତୁ। ଆଦିବାସୀ ଓ ଉତ୍ତର-ପୂର୍ବାଞ୍ଚଳ ଲୋକଙ୍କ ସଂସ୍କୃତି ଓ ସେମାନଙ୍କ ଭାବନାକୁ କ୍ଷତି ପହଞ୍ଚାଇବାର ଆପଣଙ୍କର କୌଣସି ନୈତିକ ଅଧିକାର ନାହିଁ। ଏପରି ଏକ ମନ୍ତବ୍ୟ ପାଇଁ କଂଗ୍ରେସ ଦଳ ଓ ଶଶୀ ଥରୁର୍‌ଙ୍କ ପକ୍ଷରୁ ଆମେ ଆଦିବାସୀ ଓ ଉତ୍ତର-ପୂର୍ବ ଭାରତୀୟଙ୍କ ପାଇଁ କ୍ଷମା ଦାବି କରୁଛୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe