‘ନୂଆପଡ଼ା ଉପନିର୍ବାଚନରେ ବିଜେପିରୁ ଜଣେ ଦରଦୀ ମଣିଷ ପ୍ରାର୍ଥୀ ହେବେ’

ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ସହ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ବୈଠକ ଶେଷ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ସବୁ ବିଭାଗର ମନ୍ତ୍ରୀମାନଙ୍କ ସହ ସିଧା ସଳଖ ଭାବେ ବିଏଲ ସନ୍ତୋଷ ଆଲୋଚନା କରିଛନ୍ତି।

suresh pujari

ଭୁବନେଶ୍ବର: ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ସହ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ବୈଠକ ଶେଷ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ସବୁ ବିଭାଗର ମନ୍ତ୍ରୀମାନଙ୍କ ସହ ସିଧା ସଳଖ ଭାବେ ବିଏଲ ସନ୍ତୋଷ ଆଲୋଚନା କରିଛନ୍ତି। କେଉଁ ବିଭାଗ କେମିତି ଚାଲିଛି, ଏନେଇ ମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନା ଗୁଡିକ କିଭଳି ହେଉଛି କାର୍ଯ୍ୟକାରୀ ସେନେଇ ବିଭାଗୀୟ ମନ୍ତ୍ରୀମାନଙ୍କ ଠାରୁ ନେଲେ ଫିଡବ୍ୟାକ୍‌।

ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଏଲ ସନ୍ତୋଷ ଦଳର ସଂଗଠନ ମହାମନ୍ତ୍ରୀ। ବିଜେପି ସରକାରର ଶପଥ ପାଠ ଉତ୍ସବରେ ଆସିଥିଲେ ଆଉ ଏବେ ୧ ବର୍ଷ ୪ ମାସ ପରେ ଓଡ଼ିଶା ଆସିଛନ୍ତି। ତେଣୁ ଦଳୀୟ ନେତା ଏବଂ ସରକାରଙ୍କ ବିଭାଗୀୟ ମନ୍ତ୍ରୀମାନଙ୍କ ସହ ବିଭିନ୍ନ ଦିଗରୁ ଆଲୋଚନା କରିଛନ୍ତି। ଏହି ଅବସରରେ କେଉଁ ବିଭାଗ କେମିତି କାର୍ଯ୍ୟ କରୁଛି ସେନେଇ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ବିଭାଗରେ କ’ଣ ନୂଆ କାର୍ଯ୍ୟ ହେଉଛି ଏବଂ ଆଗକୁ କଣ କରାଯାଇପାରିବ ସେନେଇ ବିଏଲ ସନ୍ତୋଷ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ମନ୍ତ୍ରୀମାନଙ୍କୁ ନିଜ ବ୍ୟକ୍ତିଗତ ତଥା ପରିବାର କଥା ପଚାରି ବୁଝିଥିଲେ। ସେହିଭଳି ରାଜ୍ୟ ବିଜେପିର ସଂଗଠନ ଉପରେ ମଧ୍ୟ ବିଏଲ ସନ୍ତୋଷ ପଚାରି ବୁଝିଥିଲେ। 

ମନ୍ତ୍ରୀ ସୁରେଶ ପୂଜାରୀ ନୂଆପଡ଼ା ନିର୍ବାଚନ ପ୍ରାର୍ଥୀଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ବର୍ତମାନ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇନି। ପ୍ରାର୍ଥୀ ବାବଦରେ ବିଚାର ବିମର୍ଷ କରୁଛି ବିଜେପି। ଦଳ ଭଲ ଲୋକଙ୍କୁ ସୁଯୋଗ ଦେବ। ଜଣେ ଦରଦୀ ମଣିଷ ହିଁ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହେବେ।  

Suresh Pujari | Nuapada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe