(Photo Credits: PTI)
ନୂଆଦିଲ୍ଲୀ: ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅଡ଼ି ବସିବା ଘଟଣା ଦଳ ପାଇଁ ଏକ ସମସ୍ୟା ପାଲଟିିଛି। ରାହୁଲ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସର ଅଧ୍ୟକ୍ଷ ଭାବେ ପରବର୍ତ୍ତୀ କାଳରେ କିଏ ଅବତୀର୍ଣ୍ଣ ହେବେ ବୋଲି ଅନେକ ନାମ ସାମ୍ନାକୁ ଆସିଥିଲା। ତେବେ, ଏକ ଜାତୀୟ ଓଏବ୍ ପୋର୍ଟାଲ୍ରେ ପ୍ରକାଶ ପାଇଥିବା ଖବରରୁ ଜାଣିବାକୁ ମିଳିଛି ଯେ ରାହୁଲଙ୍କ ସ୍ଥାନରେ ସୁଶୀଲ କୁମାର ସିନ୍ଧେ କଂଗ୍ରେସର ଅଧ୍ୟକ୍ଷ ପଦ ମଣ୍ଡନ କରିପାରନ୍ତି।
photo-ndtvସୁଶୀଲ ସିନ୍ଧେ ୨୦୧୨ରୁ ୨୦୧୪ ମସିହା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଥିଲେ। କଂଗ୍ରେସ ଅଧ୍ୟକ୍ଷ ପଦବୀ ଲାଗି ରହିଥିବା ଅନେକଙ୍କ ମଧ୍ୟରୁ ସିନ୍ଧେଙ୍କର ଟିକେ ଅଧିକ ସୁଯୋଗ ରହିଛି ବୋଲି ଶୁଣିବାକୁ ମିଳୁଛି। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିନ୍ଧେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ତାଙ୍କୁ ଗାନ୍ଧୀ ପରିବାରରୁ ମଧ୍ୟ ସବୁଜ ସଂକେତ ମିଳିସାରିଛି।
Follow Us