ବାଚସ୍ପତି ଭୋଟ୍‌କୁ ନ ଗଲେ ମନ୍ତ୍ରୀ କରିବେ ବୋଲି ବିଜେପି ବିଧାୟକଙ୍କୁ ଫୋନ୍‌ରେ କହୁଛନ୍ତି ଲାଲୁ: ସୁଶୀଳ ମୋଦୀ

ବାଚସ୍ପତି ଭୋଟ୍‌କୁ ନ ଗଲେ ମନ୍ତ୍ରୀ କରିବେ ବୋଲି ବିଜେପି ବିଧାୟକଙ୍କୁ ଫୋନ୍‌ରେ କହୁଛନ୍ତି ଲାଲୁ: ସୁଶୀଳ ମୋଦୀ

Image Courtesy of NDTV

ନୂଆଦିଲ୍ଲୀ: ବିହାରର ଶାସକ ‘ଏନ୍‌ଡିଏ’ର ବିଧାୟକମାନଙ୍କୁ ପକ୍ଷ ପରିବର୍ତ୍ତନ କରିବା ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଉଦ୍ୟମ କରୁଥିବା କଥା ଏକ ପୋଷ୍ଟ୍‍ରେ ବିଜେପି ନେତା ସୁଶୀଳ କୁମାର ମୋଦୀ ଅଭିଯୋଗ କରିଛନ୍ତି। ଉକ୍ତ ପୋଷ୍ଟ୍‍ରେ ସେ ସେୟାର୍‌ କରିଥିବା ମୋବାଇଲ୍‌ ନମ୍ବରଟିକୁ ଜେଲ୍‌ରେ ଥିବା ଲାଲୁପ୍ରସାଦ ବ୍ୟବହାର କରୁଛନ୍ତି ବୋଲି ଦାବି କରିଛନ୍ତି।

ଗଣମାଧ୍ୟମକୁ ‘ଟ୍ୟାଗ୍‌’ କରି ସୁଶୀଳ ମୋଦୀ ଟୁଇଟ୍‌ କରିଛନ୍ତି, ଲାଲୁ ପ୍ରସାଦ ଯାଦବ ରାଞ୍ଚିରୁ ‘ଏନ୍‌ଡିଏ’ ବିଧାୟକମାନଙ୍କୁ ଟେଲିଫୋନ୍‌ କଲ୍‌ (୮୦୫୧୨୧୬୩୦୨) କରି ମନ୍ତ୍ରୀ ପାହ୍ୟା ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି।

ମୁଁ ଟେଲିଫୋନ୍‌ କରିବାରୁ ନିଜେ ଲାଲୁ ଫୋନ୍‌ ଧରିଲେ। ମୁଁ କହିଲି ଜେଲ୍‌ରେ ଥାଇ ଏ ଭଳି ଧୂର୍ତ୍ତ କୌଶଳ କରନ୍ତୁ ନାହିଁ, ଆପଣ ଏଥିରେ ସଫଳ ହେବେନାହିଁ।
ଏଠାରେ ସୂଚନାଯୋଗ୍ୟ କି, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଳ ମୋଦୀ ୧୯୭୦ରୁ ଲାଲୁଙ୍କ ସହ ପରିଚିତ। ସେତେବେଳେ ଛାତ୍ରନେତା ଥିବା ବେଳେ ଉଭୟ ‘ଜେପି ଆନ୍ଦୋଳନ’ରେ ସମ୍ପୃକ୍ତ ଥିଲେ।

publive-image Image Courtesy of Zee News

ଯଦି ବିହାର ବାଚସ୍ପତି ନିର୍ବାଚନରୁ ନିବୃତ ରୁହନ୍ତି ତେବେ ତାଙ୍କୁ ମନ୍ତ୍ରୀ କରାଯିବ ବୋଲି ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ କହୁଛନ୍ତି ବୋଲି କୁହାଯାଉଥିବା ଏକ ଅଡିଓ କ୍ଲିପ୍‌ ପ୍ରସାରିତ ହେଉଛି।

ଏହି ଫୋନ୍‌ କଲ୍‌ ବିଜେପି ବିଧାୟକ ଲଲ୍ଲାନ ଯାଦବଙ୍କୁ କରାଯାଇଥିବା କୁହାଯାଉଛି। ଅଡିଓ କ୍ଲିପ୍‌ରେ ଲାଲୁଙ୍କ ସ୍ୱର ଭଳି ଶୁଭୁଥିବା ସେ ସ୍ୱରଟି କହୁଛି, ଆସନ୍ତାକାଲିର ବାଚସ୍ପତି ନିର୍ବାଚନରେ ଆମକୁ ସମର୍ଥନ କଲେ ଆମେ ଆପଣଙ୍କୁ ମନ୍ତ୍ରୀ କରିବୁ।

‘ଆମେ ଗୋଟିଏ ଦଳରେ ଅଛୁ’ ବୋଲି ବିଜେପି ବିଧାୟକଜଣକ କହୁଥିବା ବେଳେ ଲାଲୁ କହୁଛନ୍ତି, ଅନୁପସ୍ଥିତ ରହିଯାଅ। କୁହ, କରୋନ ହୋଇଯାଇଛି।
ଦୁର୍ନୀତି ମାମଲାରେ ଚାରିବର୍ଷ ପାଇଁ କାରାଦଣ୍ଡାଦେଶ ପାଇ ଲାଲୁ ପ୍ରସାଦ ଯାଦବ ଝାଡ଼ଖଣ୍ଡରେ ଅଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କର ଅଧିକାଂଶ ଦିନ ଡାକ୍ତରଖାନାରେ ବିତୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe