ମଧ୍ୟପ୍ରଦେଶ : ଏବେ ବି ସ୍ଥିତି ଅସ୍ପଷ୍ଟ, ସରକାର ଗଠନ ପାଇଁ ଉଭୟ ବିଜେପି ଓ କଂଗ୍ରେସର ଉଦ୍ୟମ

ମଧ୍ୟପ୍ରଦେଶ : ଏବେ ବି ସ୍ଥିତି ଅସ୍ପଷ୍ଟ, ସରକାର ଗଠନ ପାଇଁ ଉଭୟ ବିଜେପି ଓ କଂଗ୍ରେସର ଉଦ୍ୟମ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ସ୍ଥିତି ଏବେବି ଅସ୍ପଷ୍ଟ ରହିଛି । ରାଜ୍ୟରେ ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଉଭୟ କଂଗ୍ରେସ ଓ ବିଜେପି ପ୍ରାୟ ସମାନ ସ୍ଥିତିରେ ଅଛନ୍ତି । ମୋଟ ୨୩୦ ଆସନରୁ ରାଜ୍ୟରେ ଏବେ ସୁଦ୍ଧା ମିଳିଥିବା ଫଳାଫଳ ଅନୁସାରେ ବିଜେପି ୭୩ଟି ଜିତିଥିବାବେଳେ ୩୫ଟିରେ ଆଗୁଆ ଅଛି । ସେହିପରି କଂଗ୍ରେସ ୭୬ଟି ଜିତିଥିବାବେଳେ ୩୮ଟିରେ ଆଗୁଆ ଅଛି ।

ବହୁମତ ପାଇଁ ୧୧୬ଟି ସିଟ ଆବଶ୍ୟକ ଥିବାବେଳେ ସ୍ୱାଧୀନ ଓ ଅନ୍ୟ ଛୋଟ ଦଳଙ୍କ ଭୂମିକା ନିର୍ଣ୍ଣାୟକ ହୋଇପଡିଛି । ତେବେ ରାଜି ୧୨ଟା ପୂର୍ବରୁ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ନିର୍ବାଚନ ଆୟୋଗ କହିଛି । ଅନ୍ୟପକ୍ଷରେ ରାଜ୍ୟରେ ସରକାର ଗଠନ ପାଇଁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଯାଇଛି । ଏବେ ଭୋପାଳରେ ଉଭୟ ଦଳର ଜରୁରୀ ବୈଠକ ଚାଲିଛି । ଉଭୟ ପକ୍ଷ ସରକାର ଗଠନ ପାଇଁ ଦାବି କରିବାର ସମ୍ଭାବନା ରହିଛି । ଏହାଫଳରେ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe