ବିରୁଧୁନଗର: ତାମିଲନାଡୁର ବିରୁଧନଗର ଜିଲ୍ଲାରେ କଂଗ୍ରେସର ଏକ ନିର୍ବାଚନୀ ସଭାରେ ଖାଲି ପଡ଼ିଥିବା ଚୌକିଗୁଡ଼ିକର ଫଟୋ ଉଠାଇଥିବା ବେଳେ ତାମିଲ ସାପ୍ତାହିକୀର ଜଣେ ଫଟୋସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି।
ଘଟଣାଟି ଶନିବାର ଦିନ ଦଳୀୟ ସଭା ଆରମ୍ଭ ହେବା ପୂର୍ବରୁ ଘଟିଛି। କଂଗ୍ରେସ କର୍ମୀମାନେ ମାରଧର କରୁଥିବାର ଫଟୋ ମଧ୍ୟ ଉତ୍ତୋଳିତ ହୋଇଛି।
ଆର୍ଏମ୍ ମୁତ୍ତୁରାଜ ନାମକ ସେ ଫଟୋ ସାମ୍ବାଦିକଙ୍କୁ କଂଗ୍ରେସ କର୍ମୀମାନେ ମାରଧର କରି ତାଙ୍କ କ୍ୟାମେରା ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ।
ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ସାମ୍ବାଦିକମାନେ ହସ୍ତକ୍ଷେପ କରିବା ଯୋଗୁଁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ମୁତ୍ତୁରାଜଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପ୍ରକାଶ।
ଭାରତୀୟ ଜନତା ପାର୍ଟିର ନେତା ଏସ୍ଜି ସୂର୍ଯ୍ୟ କଂଗ୍ରେସ ପାର୍ଟିର କର୍ମୀଙ୍କ ଆଚରଣକୁ ବିଦ୍ରୂପ କରି ତାଙ୍କୁ ଗୁଣ୍ଡା ଆଖ୍ୟା ଦେଇଛନ୍ତି।
Follow Us