ଏହି କାରଣରୁ ଉତକ୍ଷିପ୍ତ ହୋଇ ତେଜ ପ୍ରତାପ ଯାଦବ କହିଲେ ବିହାରରେ କଂଗ୍ରେସର ଅସ୍ତିତ୍ୱ ନାହିଁ

Advertisment
ଏହି କାରଣରୁ ଉତକ୍ଷିପ୍ତ ହୋଇ ତେଜ ପ୍ରତାପ ଯାଦବ କହିଲେ ବିହାରରେ କଂଗ୍ରେସର ଅସ୍ତିତ୍ୱ ନାହିଁ

PHOTO-ONEINDIA

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀଙ୍କ ରାଲିରେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କୁ ଭାଷଣ ଦେବାକୁ ସୁଯୋଗ ମିଳିଲା ନାହିଁ। ଏହାକୁ ନେଇ ଉତକ୍ଷିପ୍ତ ହୋଇଛନ୍ତି ସେ।ଏହାର ପ୍ରତିକ୍ରିୟାରେ ତେଜ ପ୍ରତାପ କହିଛନ୍ତି ଯେ ଏହି କାରଣରୁ ବିହାରରେ କଂଗ୍ରେସର ଅସ୍ତିତ୍ୱ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାମେଣ୍ଟକୁ ଏକ ବଡ଼ ଯୁଦ୍ଧ ଲଢିବାର ଅଛି। କିନ୍ତୁ ଯେତେବେଳେ ମଞ୍ଚରେ ସିପାହୀ ସମସ୍ତଙ୍କୁ ଠିକ୍‌ ଭାବେ ନ ସମ୍ଭାଳିବେ,ସେତେବେଳେ ଏ ଯୁଦ୍ଧ କେମିତି ଲଢ଼ାଯିବ!

ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିହାରର ପାଟଳୀପୁତ୍ର ଲୋକସଭା କ୍ଷେତ୍ରରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ସେ ଆରଜେଡି ପ୍ରାର୍ଥୀ ମୀସା ଭାରତୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। କାର୍ଯ୍ୟକ୍ରମ ପରେ ତେଜପ୍ରତାପ ଯାଦବ କହିଥିଲେ କି ନିଜେ ରାହୁଲ ଗାନ୍ଧୀ ତାଙ୍କୁ ଭାଷଣ ଦେବାକୁ କହିଛନ୍ତି। ହେଲେ ଏକଥାକୁ ବିହାର କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ମଦନ ମୋହନ ଝା ମାନିବାକୁ ପ୍ରସ୍ତୁତ ନଥିଲେ। ଏହି କାରଣରୁ ତେଜପ୍ରତାପ ଭାଷଣ ଦେବାର ସୁଯୋଗ ପାଇ ନଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ସାଧାରଣ ସଭାରେ ଉଭୟ ତେଜ ପ୍ରତାପ ଓ ତେଜସ୍ୱୀ ଯାଦବ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe