Image Courtesy of ANI
ନୂଆଦିଲ୍ଲୀ: ସେ ପଦବୀରୁ ଓହରି ଯିବେ ଏବଂ ପୁଅ ତେଜସ୍ବୀ ଯାଦବ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ହେବ ବୋଲି ଚାଲିଥିବା କଳ୍ପନାଜଳ୍ପନାକୁ ଶୁକ୍ରବାର ଦିନ ‘ରାଷ୍ଟ୍ରୀୟ ଜନତା ଦଳ’ର (ଆର୍ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ସମ୍ପୂର୍ଣ୍ଣ ଅବସାନ ଘଟାଇ ଘଟାଇଛନ୍ତି।
ତେଜସ୍ବୀ ଯାଦବଙ୍କୁ ଦଳର ଜାତୀୟ ଅଧ୍ୟକ୍ଷ କରାଯିବ କି, ବୋଲି ଦିଲ୍ଲୀରେ ଲାଲୁ ଯାଦବଙ୍କୁ ସାମ୍ବାଦିକମାନେ କହିଲେ, ଏଭଳି ଖବର ପରିବେଶଣ କରୁଥିବା ବ୍ୟକ୍ତିମାନେ ନିର୍ବୋଧ। ଯାହା କିଛି ହେଲେ ଆମେ ଜାଣିବୁ।
ତେଜସ୍ବୀ ଯାଦବ ଦଳର ଅଧ୍ୟକ୍ଷ ହେବେ ବୋଲି ଚାଲିଥିବା ଆଲୋଚନାକୁ ଶୁକ୍ରବାର ଦିନ ଲାଲୁଙ୍କ ପୂର୍ବରୁ ‘ଆର୍ଜେଡି’ ନେତା ତେଜ ପ୍ରତାପ ଯାଦବ ମଧ୍ୟ ଅଗ୍ରାହ୍ୟ କରିଥିଲେ। ଦଳକୁ ଉତ୍ତମ ରୂପେ ପରିଚାଳନା କରୁଥିବାରୁ ଲାଲୁ ପ୍ରସାଦ ଯାଦବ ଅଧ୍ୟକ୍ଷ ହୋଇ ରହିବେ ବୋଲି ସେ କହିଥିଲେ।
Image Courtesy of India Todayସେ କହିଛନ୍ତି, ଦଳର ଆଗାମୀ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦଳୀୟ ସଙ୍ଗଠନ ସହିତ ସମ୍ପୃକ୍ତ ଥିବା ଅନେକ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଉପସ୍ଥିତ ରହିବେ। କିନ୍ତୁ, ଲାଲୁ ଯାଦବ ଉକ୍ତ ବୈଠକରେ ଯୋଗ ଦେବେ କି, ନାହିଁ ସେ ସୁନିଶ୍ଚିତ କରିନାହାନ୍ତି।
ସୂଚନା ଯୋଗ୍ୟ, ଫେବ୍ରୁଆରି ୧୦ ତାରିଖ ଦିନ ପାଟନାରେ ‘ଆର୍ଜେଡି’ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯାଇଛି। ଏଥିରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ଡ଼ି ଦେବୀ, ‘ଆର୍ଜେଡି’ ନେତା ତେଜସ୍ବୀ ଯାଦବ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବେ। ଲାଲୁ ପ୍ରସାଦ ମଧ୍ୟ ଏଥିରେ ଯୋଗ ଦେବାର ସମ୍ଭାବନା ରହିଛି।
Follow Us