ପଶ୍ଚିମବଙ୍ଗରେ ପ୍ରଚାର ପାଇଁ ତୃଣମୂଳ କଂଗ୍ରେସ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ’ଙ୍କୁ ନିମନ୍ତ୍ରଣ କରିଛି: ବିଜେପି ନେତା ମୁକୁଳ ରାୟ

Advertisment
ପୁଣି ବିଜେପିରୁ ତୃଣମୂଳ କଂଗ୍ରେସକୁ ଫେରିବେ କି ମୁକୁଲ ରାୟ!

Image Courtesy: Zee News

କୋଲ୍‌କାତା: ପଶ୍ଚିମବଙ୍ଗରେ ଦଳର ନିର୍ବଚାନ ପ୍ରଚାର ପାଇଁ ଶାସକ ତୃଣମୂଳ କଂଗ୍ରେସ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ’ଙ୍କୁ ଆମନ୍ତ୍ରଣ କରିବାକୁ ଯୋଜନା କରୁଛି ବୋଲି ରବିବାର ଦିନ ବିଜେପି ନେତା ମୁକୁଳ ରାୟ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ରାୟ କହିଲେ: ମୁଁ ଖବର ପାଇଛି ଯେ ବଙ୍ଗରେ ତୃଣମୂଳ କଂଗ୍ରେସର ପ୍ରଚାର ପାଇଁ ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟ୍‌ ଖେଳାଳି ଭାବେ ଇମ୍ରାନ୍‌ ଖାଁ’ଙ୍କୁ ତୃଣମୂଳ କଂଗ୍ରେସ ନିମନ୍ତ୍ରଣ କରିଛି।

ତୃଣମୂଳ କଂଗ୍ରେସର ପଞ୍ଜିକରଣ ରଦ୍ଦ କରିବାକୁ ମୁଁ ଦିଲ୍ଲୀ ନିର୍ବାଚନ କମିସନ୍‌ଙ୍କୁ ପତ୍ର ଲେଖିଛି ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପାଇଁ ଦୁଇ ଜଣ ବାଂଲାଦେଶୀ ନାଗରିକ ପ୍ରଚାର କରୁଥିବା ଖବର ମିଳିବାର ଦୁଇ ଦିନ ପରେ ରାୟ ଏ ଭଳି ମନ୍ତବ୍ୟ ଦେଇଛନ୍ତି।

ବାଂଲାଦେଶୀ ଅଭିନେତା ଘାଜି ଅହମଦ୍‌ ନୂର୍‌ ଏବଂ ଫେର୍‌ଦୋସ୍‌ ଅହମଦ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସର ନିର୍ବାଚନୀ ରାଲିରେ ଅଂଶଗ୍ରହଣ କରିଥିଲେ। ଏହା ପରେ ସେମାନଙ୍କୁ ଭାରତ ଛାଡ଼ି ଚାଲି ଯିବାକୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe