ତେଲଙ୍ଗାନା ଉପନିର୍ବାଚନରେ ୨ ପ୍ରାର୍ଥୀଙ୍କ ବିଚିତ୍ର ପ୍ରଚାର : ଜଣେ ସାଥିରେ ପୋଷା ବାଘ ଧରି ବୁଲୁଛନ୍ତି ତ ଜଣେ ଭୋଟରଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦୁଛନ୍ତି

Advertisment
ତେଲଙ୍ଗାନା ଉପନିର୍ବାଚନରେ ୨ ପ୍ରାର୍ଥୀଙ୍କ ବିଚିତ୍ର ପ୍ରଚାର : ଜଣେ ସାଥିରେ ପୋଷା ବାଘ ଧରି ବୁଲୁଛନ୍ତି ତ ଜଣେ ଭୋଟରଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦୁଛନ୍ତି

ହାଇଦ୍ରାବାଦ : ତେଲଙ୍ଗାନାର ନାର୍ଗାଜୁନ ସାଗର ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏପ୍ରିଲ ୧୭ ତାରିଖ ଦିିିିିନ ଏଠାରେ ଭୋଟ ଗ୍ରହଣ କରାଯିବ ଓ ମେ’ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଭୋଟ ଗ୍ରହଣ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ୨ ଜଣ ଆଶାୟୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ମଧ୍ୟରେ ଗୋଟିଏ ଭିଡିଓ ରହିଛି ଟିଆରଏସ୍ ପ୍ରାର୍ଥୀ ବଗଥ୍ କୁମାରଙ୍କର । ଯେଉଁଥିରେ ସେ ଏକ ଚିତାବାଘକୁ ଜଞ୍ଜିରରେ ବାନ୍ଧି ବୁଲାଉଛନ୍ତି। ସେହିପରି ଦ୍ୱିତୀୟ ଭିଡିଓଟି ବିଜେପି ପ୍ରାର୍ଥୀ ରବି କୁମାର ନାଇକଙ୍କର। ସେଥିରେ ଦେଖିବାକୁ ମିଳୁଛି  ରବି କୁମାର ଭୋଟ ମାଗିବାକୁ ଯିବାବେଳେ କେବଳ କାନ୍ଦୁଛନ୍ତି।

ଟିଆରଏସ୍ ପ୍ରାର୍ଥୀ ବଗଥ୍ କୁମାରଙ୍କ ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ବରିଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ଏକ ଟ୍ୱିଟ୍ କରି ଲେଖିଛନ୍ତି କି କେସିଆର ଓ ଟିଆରଏସ୍ ବାଘ ଓ ସିଂହ ଅଟନ୍ତି । ହେଲେ ମୋର ବଗଥ୍ କୁମାରଙ୍କ ପ୍ରତି ଭଲପାଇବା ରହିଛି । କାରଣ ସେ ହେଉଛନ୍ତି ରିୟଲ୍ ହିରୋ। ଯଦି ସେଠାରେ ମୋର ଭୋଟ ଦେବାର ଅଧିକାର ରହିଥାନ୍ତା ତା’ହେଲେ ଏପ୍ରିଲ ୧୭ ତାରିଖରେ ମୁଁ ବଗଥଙ୍କୁ ଭୋଟ ଦେଇଥାନ୍ତି । ସେହିପରି ବିଜେପି ପ୍ରାର୍ଥୀ ରବି କୁମାର ନାଇକ ଯେତେବେଳେ ଭୋଟରଙ୍କ ପାଖକୁ ଭୋଟ ମାଗିବାକୁ ଯାଉଛନ୍ତି, ସେ ଭୋଟରଙ୍କ ଆଗରେ ଭୋ ଭୋ ହୋଇ କାନ୍ଦୁଛନ୍ତି।

ଉଲ୍ଲେଖଯୋଗ୍ୟ, ତେଲଙ୍ଗାନାର ନାର୍ଗାଜୁନ ସାଗର ବିଧାନସଭା କ୍ଷେତ୍ରକୁ କଂଗ୍ରେସର ଗଡ ବୋଲି କୁହାଯାଏ । ଏଠାରୁ କଂଗ୍ରେସ ନେତା କେ.ଜନରେଡ୍ଡି ଲଗାତର ଭାବେ ୭ ଥର ବିଧାୟକ ଭାବେ ବିଜୟୀ ହୋଇଥିଲେ । ମାତ୍ର ୨୦୧୮ ନିର୍ବାଚନରେ ଟିଆରଏସର କେ.ଏନ୍ ନରସିଂମା ତାଙ୍କୁ ପରାସ୍ତ କରିଥିଲେ । ହେଲେ ୨୦୨୦ ଡିସେମ୍ବରରେ ନରସିଂମାଙ୍କ ଦେହାନ୍ତ ହେବାରୁ ଏବେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଆସନରେ ମୁଖ୍ୟତଃ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳୁଛି । କଂଗ୍ରେସ ୭୪ ବର୍ଷିୟ ଜନ୍ ରେଡ୍ଡି ପୁଣି ଥରେ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ୩୬ ବର୍ଷିୟ ରବି କୁମାର ନାଇକ ଓ ଟିଆରଏସରୁ ବଗଥ୍ କୁମାରଙ୍କୁ ପ୍ରାର୍ଥୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe