ଅମିତ ଶାହାଙ୍କୁ କଳାପତାକା ଦେଖାଇ ୨ ମହିଳା ସମେତ ୩ ଗିରଫ

Advertisment
ଅମିତ ଶାହାଙ୍କୁ କଳାପତାକା ଦେଖାଇ ୨ ମହିଳା ସମେତ ୩ ଗିରଫ

ଆହ୍ଲାବାଦ୍‌: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆହ୍ଲାବାଦ୍‌ଠାରେ ହୋଇଥିବା କନ୍‌ଭେରେ ଯୋଗ ଦେବା ସମୟରେ ତାଙ୍କୁ କଳା ପତାକା ପ୍ରଦର୍ଶନ କରି ଅସମ୍ମାନିତ କରିଥିବାରୁ ପୁଲିସ୍‌ ଶନିବାର ୨ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

ଏହି ଘଟଣାଟି ଶୁକ୍ରବାର ଧୁମାନଗଞ୍ଜ ଅଞ୍ଚଳରେ ଘଟିଛି ବୋଲି ପୁଲିସ୍‌ ସୁପର୍‌ଇନ୍‌ଟେଣ୍ଡେଣ୍ଟ୍‌ ବ୍ରିେଜେଶ ଶ୍ରୀବାସ୍ତବ କହିଛନ୍ତି।

ଏହି ଆନ୍ଦେଳନକାରୀଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ଛାତ୍ର ଓ୍ଵିଙ୍ଗ୍‌ର ସଦସ୍ୟ ଥିବା ଅଭିଯୋଗ ହୋଇଛି।

ଧୁମାନଗଞ୍ଜର ଏସ୍‌ଏଚ୍‌ଓ ସନ୍ଦୀପ ମିଶ୍ର କହିଛନ୍ତି କି ସେମାନଙ୍କୁ ଶାନ୍ତି ଉଲଂଘନ କରିବ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ଗିରଫ କରାଯାଇଛି।

ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଛି। ଭିଡିଓଟିରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ଆନ୍ଦେଳନକାରୀମାନେ କଳାପତାକା ପ୍ରଦର୍ଶନ କରୁଛନ୍ତି। ଭିଡିଓରେ ଆହୁରି ବି ଦେଖିବାକୁ ମିଳୁଛି ଯେ ପୁଲିସ୍‌ କର୍ମୀ ଆନ୍ଦେଳନକାରୀଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ସହରରେ ସାହାଙ୍କର ୪ ଘଣ୍ଟିଆ ଯାତ୍ରା ହୋଇଥିବା ସୂଚନା ରହିଛି। ଏହି ଚାରି ଘଣ୍ଟାରେ ସେ ମନ୍ଦିର ପରିଦର୍ଶନ ଓ ବହୁ ଧାର୍ମିକ ଉତ୍ସବରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe