ପ୍ରିୟଙ୍କା ଗାନ୍ଧୀଙ୍କ କାମରେ ଅସନ୍ତୁଷ୍ଟ ହୋଇ କଂଗ୍ରେସରୁ ଇସ୍ତଫା ଦେଲେ ନୀଲମ ମିଶ୍ରା

Advertisment
ପ୍ରିୟଙ୍କା ଗାନ୍ଧୀଙ୍କ କାମରେ ଅସନ୍ତୁଷ୍ଟ ହୋଇ କଂଗ୍ରେସରୁ ଇସ୍ତଫା ଦେଲେ ନୀଲମ ମିଶ୍ରା

photo-ndtv

ଲକ୍ଷ୍ନୌ: ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କ କାମରେ ଅସନ୍ତୁଷ୍ଟ ହୋଇ ଦଳରୁ ଜଣେ ବରିଷ୍ଠ ସଦସ୍ୟ ଇସ୍ତଫା ଦେବା ଫଳରେ କଂଗ୍ରେସକୁ ବଡ ଝଟକା ଲାଗିଛି ।ହଁ, ଭଦୋହୀ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷଙ୍କ ସମେତ କେତେକ ପଦାଧିକାରୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

ଭଦୋହୀ କଂଗ୍ରେସର ଅଧ୍ୟକ୍ଷ ନୀଲମ ମିଶ୍ରା କଂଗ୍ରେସ ଦଳର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ କାମ କରିବାର ଶୈଳୀକୁନେଇ ପ୍ରଶ୍ନ ଉଠାଇବା ସହିତ ନିଜର ଅସନ୍ତୋଷ ଜାହିର କରିଥିଲେ । ଏହା ସହିତ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ସେ ଆରୋପ ଲଗାଇଥିଲେ ଯେ, ସେ କର୍ମକର୍ତ୍ତାଙ୍କ ସହିତ ଉତ୍ତମ ବ୍ୟବହାର କରୁନାହାନ୍ତି ।

ନୀଲମଙ୍କ କହିବା ଅନୁଯାୟୀ, ଜଣେ ବାହାର ଲୋକ ଏବଂ ବିଜେପିର ପୂର୍ବତନ ସଦସ୍ୟ ରମାକାନ୍ତ ଯାଦବଙ୍କୁ ଟିକେଟ୍ ଦିଆଯିବା ଯୋଗୁଁ ସବୁକର୍ମୀ ଅସନ୍ତୁଷ୍ଟ ଅଛନ୍ତି। ଇସ୍ତଫା ଦେବାପରେ  ସପା-ବସପାର ପ୍ରାର୍ଥୀ ରଙ୍ଗନାଥ ମିଶ୍ରାଙ୍କୁ ସମର୍ଥନ କରିବେ ବୋଲି ସେ କହିଛନ୍ତି। ଏଠାରେ ଆଗାମୀ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe