ବରଗଡ଼/ବରପାଲି : ବିଜେପୁର ଉପନିର୍ବାଚନ ପାଇଁ ଉତ୍କଳ ଭାରତ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହେବା ପରେ ଦଳ ସ୍ୱାଧୀନ ପ୍ରାର୍ଥୀ କୁବେର ଜାଲ ଯାଦବଙ୍କୁ ସମର୍ଥନ ଦେବ ବୋଲି ଦଳୀୟ ସଭାପତି ଐର ଖାରବେଳ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଉତ୍କଳ ଭାରତର ନୀତି ଆଦର୍ଶକୁ ନେଇ କୁବେର ନିର୍ବାଚନ ଲଢ଼ିବେ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜଗତରାମ ପୁଟେଲ, ଦଳର ରାଜ୍ୟ ସଂପାଦକ ନେହେରୁ ପ୍ରଧାନ, ବରପାଲି ସଭାପତି ଯୋଗେନ୍ଦ୍ର ମେହେର, ନବକିଶୋର ସୁନା, ନିତ୍ୟାନନ୍ଦ ମହାନନ୍ଦ, ସାବିତ୍ରୀ ଜେନା, ଜଗଦୀଶ ପ୍ରଧାନ, ଗୋପାଳ ରାଉଳ, ବିରେନ୍ଦ୍ର ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ।
କୁବେରଙ୍କୁ ଉତ୍କଳ ଭାରତର ସମର୍ଥନ
Advertisment
Follow Us