ସପ୍ତଦଶ ଲୋକସଭାରେ ସ୍ଥାନ ପାଇଲେ ସର୍ବାଧିକ ମହିଳା ସାଂସଦ

Advertisment
ସପ୍ତଦଶ ଲୋକସଭାରେ ସ୍ଥାନ ପାଇଲେ ସର୍ବାଧିକ ମହିଳା ସାଂସଦ

ନୂଆଦିଲ୍ଲୀ: ଲୋକସଭାକୁ ସବୁଠୁ ଅଧିକ ଆସନ ଦେଉଥିବା ରାଜ୍ୟ ଉତ୍ତରପ୍ରଦେଶ ଏବଂ ଲୋକସଭାକୁ ୪୨ ଆସନ ଦେଇଥିବା ରାଜ୍ୟ ପଶ୍ଚିମବଙ୍ଗ ଏଥର ଲୋକସଭାକୁ ସବୁଠୁ ଅଧିକ ମହିଳା ସାଂସଦ ର୍ନିବାଚିତ କରିଛି।ଳ ସପ୍ତଦଶ ଲୋକସଭାରେ ସବୁଠୁ ଅଧିକ ମହିଳା ସାଂସଦଙ୍କୁ ଦେଖିବାକୁ ମିଳିଛି। ଏଥର ସମୁଦାୟ ୭୮ ଜଣ ମହିଳା ସାଂସଦ ଲୋକସଭାକୁ ର୍ନିବାଚିତ ହୋଇଛନ୍ତି।

ଉତ୍ତରପ୍ରଦେଶରେ ୧୧ ମହିଳା ସାଂସଦଙ୍କ ମଧ୍ୟରୁ ଗାନ୍ଧୀ ପରିବାରରୁ ଦୁଇ ବୋହୂ ଅଛନ୍ତି। ଜଣେ ହେଉଛନ୍ତି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଅନ୍ୟ ଜଣେ ମେନେକା ଗାନ୍ଧୀ। ଉତ୍ତରପ୍ରଦେଶର ରାଏବରେଲିରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲଗାତାର ଚତୁର୍ଥ ଥର ପାଇଁ ବିଜୟ ହାସଲ କରିଥିବା ବେଳେ ମେନକା ଗାନ୍ଧୀ ସୁଲତାନପୁରରୁ ସାଂସଦ ର୍ନିବାଚିତ ହୋଇଛନ୍ତି। ଉତ୍ତରପ୍ରଦେଶରେ ବିଜେପି ପାଇଁ ସବୁଠୁ ବଡ଼ ବିଜୟ ହେଉଛି ଆମେଥୀରେ ସ୍ମୃତି ଇରାନୀଙ୍କର। ପଶ୍ଚିମବଙ୍ଗରେ ଟିଏମ୍‌ସିର ୯ ଜଣ ଏବଂ ବିଜେପିର ଦୁଇଜଣ ମହିଳା ପ୍ରାର୍ଥୀ ଲୋକସଭାକୁ ସାଂସଦ ର୍ନିବାଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe