ଯଦି ଦରବୃଦ୍ଧି ଏବଂ ବେକାରୀ ନିୟନ୍ତ୍ରଣ କରି ପାରୁନାହଁ ଗାଦି ଛାଡ଼: ମୋଦିଙ୍କ ପ୍ରତି ରାହୁଳଙ୍କ ଉକ୍ତି

Advertisment
ଯଦି ଦରବୃଦ୍ଧି ଏବଂ ବେକାରୀ ନିୟନ୍ତ୍ରଣ କରି ପାରୁନାହଁ ଗାଦି ଛାଡ଼: ମୋଦିଙ୍କ ପ୍ରତି ରାହୁଳଙ୍କ ଉକ୍ତି

Image Courtesy of TOI

ନୂଆଦିଲ୍ଲୀ: ଯଦି ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ମୁକାବିଲା କରିବାରେ ନିଜକୁ ଅସମର୍ଥ ମଣୁଛ ତେବେ ଆସନ ଛାଡ଼ ବୋଲି କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାରଙ୍କୁ କହିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ।

ନିକଟରେ ଏଲ୍‌ପିଜି ମୂଲ୍ୟ ବୃଦ୍ଧି ବଷୟରେ ଏକ ଲେଖାର ଲିଙ୍କ୍‌ ସହ ରାହୁଳ ଟୁଇଟ୍‌ କରିଛନ୍ତି: ମହାଙ୍ଗା ଗ୍ୟାସ୍‌, ମହଙ୍ଗା ରେସନ୍‌, ବନ୍ଦ କରନ୍ତୁ ଆପଣଙ୍କର ଫାଙ୍କା ଭାଷଣ। ଦର ନିୟନ୍ତ୍ରଣ କର, କର୍ମସଂସ୍ଥାନ ଯୋଗାଇ ଦିଅ ଅଥବା ଗାଦି ଛାଡ଼।

ବୁଧବାର ଦିନ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ସିଲିଣ୍ଡର୍‌ ପିଛା ୪. ୫୦ ପଇସା ବୃଦ୍ଧି ପାଇଛି। ପ୍ରତି ମାସରେ ମୂଲ୍ୟ ବୃଦ୍ଧି କରି ରିହାତି ଉଠାଇ ଦେବାକୁ ନିଷ୍ପତ୍ତି ନେବା ପରେ ଜୁଲାଇ ୨୦୧୬ ଠାରୁ ଏ ଯାବତ୍‌ ସିଲିଣ୍ଡର୍‌ ମୂଲ୍ୟ ୧୯ ଥର ବୃଦ୍ଧି ପାଇ ସାରିଲାଣି।

କେନ୍ଦ୍ର ସରକାର ଜନତାଙ୍କୁ ଧୋକା ଦେଉଛି ବୋଲି ଦୋଷ ଦେଇ କଂଗ୍ରେସ ସମେତ କେତେକ ବିରୋଧୀ ଦଳ ଶାସକ ଦଳକୁ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe