ଅଧିକ ଆସନ ପାଇବୁ ବୋଲି ଆଶା କରିଥିଲୁ: ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ

Advertisment
ଅଧିକ ଆସନ ପାଇବୁ ବୋଲି ଆଶା କରିଥିଲୁ: ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ

କୋଲ୍‌କାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଅଧିକ ଆସନ ପାଇବୁ ବୋଲି ଆଶା କରିଥିଲୁ। ଆପଣା ଭୁଲ୍‌ରୁ ଆମ ଦଳ ଶିକ୍ଷା ଲାଭ କରି ଏବେ ୨୦୨୬ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲାଣି।

publive-image Image Courtesy of Zee News

ସେ କହିଲେ, କେଉଁଠି ଭୁଲ୍‌ ହେଲା ତାହା ଆମେ ଅନୁସନ୍ଧାନ କରିବୁ। ଗତ ନିର୍ବାଚନରେ ଆମେ ୩ଟି ଆସନ ହାସଲ କରିଥିଲୁ, ଏଥର ପ୍ରାୟ ୮୦ଟି ଆସନ ପାଇଲୁ। ଆମେ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ, କିନ୍ତୁ ତାହା ହାସଲ କରିପାରିଲୁ ନାହିଁ। ସେ ଯାହା ହେଉ, ଯେତିକି ପାଇଲୁ, ତାହା ମନ୍ଦ ନୁହେଁ।

publive-image Image Courtesy of India Today

ଘୋଷ ଆହୁରି ମଧ୍ୟ କହିଲେ ଯେ, ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ଆସନ ଜିଣିବ ବୋଲି ଦଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଦଳ ଈପ୍‌ସିତ ଲକ୍ଷ୍ୟ ହାସଲ କରି ପାରି ନ ଥିଲେ ବି ଗତ ନିର୍ବାଚନ ଠାରୁ ଖୁବ୍‌ ଭଲ ଫଳ ପାଇଛି।

ଆମର ଲକ୍ଷ୍ୟ ଥିଲା ବିଶାଳ, ଲମ୍ବ ଡିଆଁଟାଏ ମାରିଥିଲୁ କିନ୍ତୁ, ସଫଳ ହୋଇ ପାରିଲୁ ନାହିଁ। ଭୋଟର୍‌ମାନଙ୍କ ଭରସା ଓ ବିଶ୍ବସନୀୟତା ହାସଲ କରିବାରେ ଆମେ ଅସଫଳ ହେଲୁ। ଆମ ସହ ଦୀର୍ଘ ଦିନ ହେବ କାର୍ଯ୍ୟ କରୁଥିବା କର୍ମୀମାନଙ୍କୁ ଧନ୍ୟବାଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe