Image Courtesy of NDTV
ନୂଆଦିଲ୍ଲୀ: ନିଜ ଅଭିଳାଷ ପୂରଣ କରି ନ ପାରିବା ଲୋକ ଅନ୍ୟର ଅଭିଳାଷ କେମିତି ପୂରଣ କରିବ ବୋଲି ଆଜି ‘ସମାଜବାଦୀ ପାର୍ଟି’ର ନେତା ଅଖିଳେଶ ଯାଦବଙ୍କୁ ସମାଲୋଚନା କରି ‘ବହୁଜନ ସମାଜ ପାର୍ଟି’ର ନେତ୍ରୀ ମାୟାବତୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ କରାଇବାକୁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ‘ସମାଜବାଦୀ ପାର୍ଟି’ ‘ବହୁଜନ ସମାଜ ପାର୍ଟି’ ସହିତ ମେଣ୍ଟ କରିଥିଲା ବୋଲି ଅଖିଳେଶ ଯାଦବ କହିଥିଲେ।
ଏଥିରେ ଉତ୍କ୍ଷିପ୍ତ ହୋଇ କେତେଗୁଡ଼ିଏ ଟୁଇଟ୍ କରି ମାୟାବତୀ ଅଖିଳେଶଙ୍କୁ ବିଦ୍ରୂପ କରିଛନ୍ତି। ସେ ଲେଖିଛନ୍ତି, ମୁସଲମାନ ଓ ଯାଦବମାନଙ୍କୁ ଭୋଟ୍ ପାଇ ଏବଂ ଅନ୍ୟାନ୍ୟ ଦଳମାନଙ୍କ ସହ ମେଣ୍ଟ କରି ସୁଦ୍ଧା ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପାଇଁ ନିଜର ଅଭିଳାଷ ପୂରଣ କରି ପାରି ନ ଥିବା ବେଳେ ପ୍ରଧାନମନ୍ତ୍ରୀ ହେବା ପାଇଁ ଅନ୍ୟମାନଙ୍କର ଅଭିଳାଷ ପୂରଣ କରିବେ କେମିତି?
Image Courtesy of Era of Newsସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ‘ବହୁଜନ ସମାଜ ପାର୍ଟି’ ସହ ମେଣ୍ଟ କରି ମଧ୍ୟ ୨୦୧୯ ନିର୍ବାଚନରେ ‘ସମାଜବାଦୀ ପାର୍ଟି’ ଉତ୍ତର ପ୍ରଦେଶରେ ମାତ୍ର ୫ଟି ଆସନ ହାସଲ କରିବାରେ ସମର୍ଥ ହୋଇଥିଲା। ତେଣୁ, ସେମାନେ ‘ବହୁଜନ ସମାଜ ପାର୍ଟି’ର ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ କରାଇ ଥାଆନ୍ତେ କେମିତି? ସେହି ଦୃଷ୍ଟିରୁ ସେମାନେ ନିର୍ବୋଧଙ୍କ ଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ।
Follow Us