ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ : ଦଶପଲ୍ଲା ସଭାରେ ପ୍ରଶ୍ନ କଲେ ନବୀନ- ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?

Advertisment
ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ :  ଦଶପଲ୍ଲା ସଭାରେ ପ୍ରଶ୍ନ କଲେ ନବୀନ- ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?

ଭୁବନେଶ୍ୱର/ଦଶପଲ୍ଲା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପାଇଁ ଅଧିକ ତତ୍ପରତା ଦେଖାଇଛନ୍ତି। ଏହି ଅବସରରେ ନବୀନ ଶନିବାର ନୟଗଡ଼ ଜିଲ୍ଲାର ଦଶପଲ୍ଲାଠାରେ ନିର୍ବାଚନୀ ସଭା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଠାରେ ପ୍ରଶ୍ନ କରିଛନ୍ତି ଯେ, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ତାଙ୍କ ନିର୍ବାଚନୀ ମଣ୍ଡଳୀ କେଉଁଠି? ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଡରୁଛି ବୋଲି ସେ କହିଛନ୍ତି। ଏତଦ୍‌ ବ୍ୟତୀତ ନବୀନ କିହଛନ୍ତି, ବିଜେପି ସବୁବେଳେ ଡବଲ ଇଞ୍ଜିନ କଥା କହୁଛି। ବିଜେପିର ଆଉ ଗୋଟିଏ ଇଞ୍ଜିନ କିଏ, ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି।

publive-image

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଧରାକୋଟ, ତୁମୁଡ଼ିବନ୍ଧ ଓ ସୋରଡ଼ା ରୋଡ୍ ସୋ’ ପରେ ଆସିକା ସଂସଦୀୟ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେଡି ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍ ମାଗିବା ସହ   ଖରାକୁ  ଖାତିର  ନ କରି  ବହୁ ସଂଖ୍ୟାରେ ଆସି  ବିଜେଡିକୁ ବିପୁଳ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଏଥି ସହ ସାଢ଼େ ୪ କୋଟି ରାଜ୍ୟବାସୀ ମୋ ପରିବାର ବୋଲି ପୁଣି ଥରେ ଦୋହରାଇଛନ୍ତି ନବୀନ । ଶେଷ ନିଶ୍ୱାସ ଥିବା ମୁଁ ଯାଏ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବି ତେଣୁ ମୋତେ ଆଶର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ଆହ୍ବାନ କରିଛନ୍ତି ବିଜେଡି ସୁପ୍ରିମୋ।

publive-image

ସେହିପରି ସୋରଡ଼ାରୁ ବ୍ରହ୍ମପୁର ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ୍ ବସରେ ରୋଡ୍ ସୋ’ କରିଛନ୍ତି । ଏହି ରୋଡ୍ ସୋ’ରେ ସ୍ଥାନୀୟ ଅଞ୍ଚଳର ହେଭିୱେଟ୍ ନେତା ସାମିଲ ହୋଇଥିଲେ । ବିଜେଡି ଷ୍ଟାର ପ୍ରଚାରକ  ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆସିକା ଲୋକସଭା ଆସନର ବିଜେଡି ପ୍ରାର୍ଥୀ, ସ୍ଥାନୀୟ ବିଧାୟକ ପ୍ରାର୍ଥୀ, ବିଜେଡିର ବହୁ କର୍ମୀ ଓ ସମର୍ଥକ ଏହି ରୋଡ୍ ସୋ’ରେ ଭାଗ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe