www.indiatoday.in
ମୁମ୍ବାଇ: ପୂର୍ବ ଦିଲ୍ଳୀର ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର ଆପ୍ ପ୍ରାର୍ଥୀ ଅତିଶୀଙ୍କ ନାମରେ ଅଶାଳୀନ ପାମ୍ଫଲେଟ୍ ଛପାଇ ବାଣ୍ଟିଛନ୍ତି ବୋଲି ଆମ୍ ଆଦ୍ମୀ ପାର୍ଟି ଅଭିଯୋଗ ଆଣିବା ପରେ ଏ ପ୍ରସଂଗରେ ମୁହଁ ଖୋଲିଛନ୍ତି ଗମ୍ଭୀର। ସେ କହିଛନ୍ତି କି ମୁଁ ଏପରି ପାମ୍ପଲେଟ୍ ବନାଇ ବାଣ୍ଟିଛି ବୋଲି ଯଦି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍ ପ୍ରମାଣ କରି ଦିଅନ୍ତି ତେବେ ମୁଁ ସର୍ବ ସମ୍ମୁଖରେ ନିଜକୁ ଫାଶିରେ ଚଢ଼ାଇ ଦେବି। ଗମ୍ଭୀର ତାଙ୍କ ଟ୍ଵିଟର୍ ଆକାଉଣ୍ଟ୍ରେ ଏପରି କଥା ଲେଖିଛନ୍ତି।
ସେ ଲେଖିଛନ୍ତି ‘ କେଜ୍ରିଓ୍ଵାଲ୍ ଓ ଆପ୍କୁ ୩ ନମ୍ବର ଚ୍ୟାଲେଞ୍ଜ୍। ଯଦି ସେ ପ୍ରମାଣ କରି ଦିଅନ୍ତି ପାମ୍ପଲେଟ୍ ପ୍ରସଂଗରେ ମୁଁ ଦୋଷୀ ତେବେ ମୁଁ ସର୍ବ ସମ୍ମୁଖରେ ଫାଶୀ ଦେଇ ଦେବି। ଯଦି ମିଛ ପ୍ରମାଣିତ ହେଲା ତେବେ ଅରବିନ୍ଦି କେଜ୍ରିଓ୍ଵାଲ୍ ରାଜନୀତି ଛାଡ଼ିବେ। ରାଜି ତ?’
ଉଲ୍ଲେଖଯୋଗ୍ୟେ, ନିକଟ ଅତୀତରେ ଆପ୍ ଅଭିଯୋଗ ଆଣିଥିଲା ଯେ ଗୌତମ ଗମ୍ବୀର ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଅତିଶୀଙ୍କ ନାମରେ ‘ଗୋମାଂସ ଭକ୍ଷଣକାରୀ ଦେହଜୀବୀ’ ବୋଲି ଲେଖି ପାମ୍ପଲେଟ୍ ବାଣ୍ଟୁଛନ୍ତି।
Follow Us