ନିଜାମାବାଦ୍‌ ଲୋକସଭା ନିର୍ବାଚନ ମଣ୍ଡଳୀରେ ବାଲଟ ପେପରରେ ଭୋଟରମାନେ କରିବେ ମତଦାନ; ଜାଣନ୍ତୁ କାହିଁକି?...

Advertisment
ନିଜାମାବାଦ୍‌ ଲୋକସଭା ନିର୍ବାଚନ ମଣ୍ଡଳୀରେ ବାଲଟ ପେପରରେ ଭୋଟରମାନେ କରିବେ ମତଦାନ; ଜାଣନ୍ତୁ କାହିଁକି?...

India.Com

ନିଜାମାବଦ୍‌ (ତେଳେଙ୍ଗାନା): ୨୦୧୯ ଲୋକସଭା ନିର୍ବାଚନରେ ଦେଶର ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳୀରେ ଇଭିଏମ୍‌ରେ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ କେବଳ ମାତ୍ର ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟରମାନେ ପୁରୁଣା ବାଲାଟ ପେପର ଜରିଆରେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏହି ନିର୍ବାଚନ ମଣ୍ଡଳୀଟି ହେଉଛି ତେଲେଙ୍ଗାନାର ନିଜାମାବାଦ୍‌ ଲୋକସଭା ନିର୍ବାଚନ ମଣ୍ଡଳୀ। ପ୍ରଥମ ପର୍ଯ୍ୟାୟରେ ଅପ୍ରେଲ ୧୧ ତାରିଖ ଦିନ ଏଠାରେ ଭୋଟ ଗ୍ରହଣ କରାଯିବ।

publive-image India.Com

ଏହି ବ୍ୟତିକ୍ରମ ସଂପର୍କରେ ସୂଚନା ଦେଇ ତେଲେଙ୍ଗାନାର ମୁଖ୍ୟ ନିର୍ବାଚନ ଅଧିକାରୀ ରଜତ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ନିଜାମାବାଦ୍‌ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୮୫ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର କାଏମ ରହିଛି। ତେବେ, ଏତେ ସଂଖ୍ୟକ ପ୍ରାର୍ଥୀଙ୍କ ପାଇଁ ଇଭିଏମ୍‌ରେ ମତଦାନ କରାଯିବାର ବ୍ୟବସ୍ଥା ନାହିଁ। କାରଣ, ‘ନୋଟା’ ସମେତ ମାତ୍ର ୬୩ ଜଣ ପ୍ରାର୍ଥୀଙ୍କ ପାଇଁ ମତଦାନର ବ୍ୟବସ୍ଥା ରହିଛି ଇଭିଏମ୍‌ରେ। ସେଥିପାଇଁ, ଅନ୍ୟ ବିକଳ୍ପ ନଥିବାରୁ ଏହି ନିର୍ବାଚନ ମଣ୍ଡଳୀରେ ବାଲଟ ପେପରରେ ଭୋଟରମାନେ ସେମାନଙ୍କର ମତଦାନ କରିବେ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe