ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରିଣୀ : ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଓ  ପିପିଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ମୁଖ୍ୟପ୍ରସଙ୍ଗ 

Advertisment
ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରିଣୀ : ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଓ  ପିପିଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ମୁଖ୍ୟପ୍ରସଙ୍ଗ 

ଭୁବନେଶ୍ୱର : ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରିଣୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି । ଏଥିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ସମ୍ପର୍କରେ ଆଲୋଚନା କରାଯିବ ।  ପିପିଲି ଗଣଦୁଷ୍କର୍ମ ମାମଲାକୁ  ବି ଗୁରୁତର ସହ ନେଇଛି କଂଗ୍ରେସ । ଏ ନେଇ ଦଳ ରାଜ୍ୟପାଳଙ୍କୁ ସ୍ମାରକପତ୍ର ବି ଦେବ । ତେବେ କଂଗ୍ରେସର ଏହି କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ କଂଗ୍ରେସ ଅଧ୍ୟକ୍ଷା ସୁସ୍ମିତା ଦେବ । ମହିଳା ଭୋଟରଙ୍କୁ ହାତେଇବାକୁ ଏହି ବୈଠକରେ କଂଗ୍ରେସ  ରଣନୀତି ପ୍ରସ୍ତୁତ କରିବ । ଏ ନେଇ ମହିଳା କର୍ମୀଙ୍କୁ  ଗୁରୁମନ୍ତ୍ର ପ୍ରଦାନ କରିବେ ଶ୍ରୀମତୀ ଦେବ ।

ଗତକାଲି ଅପରାହ୍ନରେ ସୁସ୍ମିତା ଦେବ ପିପିଲି ଗଣଦୁଷ୍କର୍ମ ପୀଡିତାଙ୍କ ଗାଁକୁ ଯାଇ ତାଙ୍କ ପରିବାରକୁ ଭେଟିଥିଲେ । ତଦନ୍ତରେ ତ୍ରୁଟି ଯୋଗୁଁ ଅଭିଯୁକ୍ତମାନେ ଖଲାସ ହୋଇଥିବା ପ୍ରକାଶ କରିବା ସହ ମାମଲାର ତଦନ୍ତକୁ ପୁଣି ଥରେ ସିବିଆଇକୁ ହସ୍ତାନ୍ତର କରିବାକୁ ସେ ଦାବି କରିଛନ୍ତି । ଏଥି ସହିତ ହିଁ  ମାମଲାର ସିବିଆଇ ତଦନ୍ତ ଦାବି କରି ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ଖୁବଶୀଘ୍ର ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବ। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିଲେ ମଧ୍ୟ ପିପିଲି ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ଘୋର ଅବହେଳା କରିଥିବାରୁ ସର୍ବସାଧାରଣରେ ସେ କ୍ଷମା ନମାଗିଲେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଘେରାଉ କାର‌୍ୟ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe