Photo Courtesy of TOI
କୋଲକତା: ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି: ମୋବାଇଲ୍ ସଂଯୋଗ କଟିଗଲେ ଯାଉ ପଛେ, ମୋବାଇଲ୍ ସେବା ଯୋଗାଣକାରୀଙ୍କୁ ମୁଁ ମୋ ଆଧାର ନମ୍ବର ଦେବି ନାହିଁ।
ଏହା ଗୋପନୀୟତା ଉପରେ ଏକ ଆକ୍ରମଣ। ସେମାନେ କାହିଁକି ବ୍ୟାଙ୍କ୍ ପାଇଁ ଆଧାର ମାଗୁଛନ୍ତି ତାହା ମୁଁ ଜାଣୁଛି। କିନ୍ତୁ, ମୋବାଇଲ୍ ସଂଯୋଗ ନିମନ୍ତେ ସେମାନେ କାହିଁକି ତାହା ଚାହୁଁଛନ୍ତି? ମୁଁ ସେଲ୍ଫୋନ୍ରେ କ’ଣ କଥାବାର୍ତ୍ତା କରୁଛି ତାହା ଟ୍ୟାପ୍ କରିବାକୁ ସେମାନେ ଚାହୁଁଛନ୍ତି ନା କ’ଣ? ସେମାନେ କ’ଣ ବ୍ୟକ୍ତିଗତ କଥା ଶୁଣିବାକୁ କାନ ପାତିବାକୁ ଚାହୁଁଛନ୍ତି? ବୋଲି ବୁଧବାର ଦିନ କୋଲକତାରେ ଅନୁଷ୍ଠିତ ସମ୍ପ୍ରସାରିତ ତୃଣମୂଳ କୋର୍ କମିଟିର ଏକ ସଭାରେ ମମତା ଏକଥା କହିଛନ୍ତି। ଏ ଭଳି ଜନ ସହମତି ନ ଥିବା ସିମ୍-ସଂଯୋଗିକରଣ ଆଦେଶ ବିରୋଧରେ ଏକ ଅନ୍ଲାଇନ୍ ଅଭିଯାନ ଆରମ୍ଭ କରିବାକୁ ଦଳର ସାମାଜିକ ଗଣମାଧ୍ୟମ ଟିମ୍କୁ ସେ ନିର୍ଦେଶ ଦେଇଛନ୍ତି।
Follow Us