ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କର, ନ ହେଲେ ଦଳ ଛାଡ଼ : କର୍ମୀଙ୍କୁ କଡ଼ା କଥା କହୁଥିବା ଅପରାଜିତାଙ୍କ ଭିଡିଓ ଭାଇରାଲ

Advertisment
ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କର, ନ ହେଲେ ଦଳ ଛାଡ଼ : କର୍ମୀଙ୍କୁ କଡ଼ା କଥା କହୁଥିବା ଅପରାଜିତାଙ୍କ ଭିଡିଓ ଭାଇରାଲ

ଭୁବନେଶ୍ୱର: ବିଜେପି କର୍ମୀମାନଙ୍କୁ ଆଗାମୀ ନିର୍ବାଚନ ସମୟରେ ଏକଜୁଟ ହୋଇ ଳଢ଼ିବାକୁ ଆହ୍ଵାନ ଦେବା ଅବସରରେ ପ୍ରଶାସନିକ ଅଧିକାରୀରୁ ନୂଆ ନୂଆ ରାଜନେତା ହୋଇ ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ କର୍ମୀମାନଙ୍କୁ  କଡ଼ା ଭାଷାରେ ଚେତାବନୀ ଶୁଣାଇଥିବା ନେଇ ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଫେସବୁକରେ ପୋଷ୍ଟ ହୋଇଥିବା ଏହି  ଭିଡ଼ିଓରେ ଅପରାଜିତା ଭାଷଣ ଦେଇ କର୍ମୀଙ୍କୁ ହାରୁଥିବାରୁ ଲାଜ ଲାଗୁ ନାହିଁ ବୋଲି କହୁଥିବା ଦେଖିବାକୁ ମିଳୁଛି। ଯଦି ଭାଜପା ପ୍ରାର୍ଥୀଙ୍କୁ ଜିତାଇ ନ ପାରିବ ତେବେ ଦଳ ଛାଡ଼ିଦିଅ ବୋଲି ଅପରାଜିତା କହୁଥିବା ଏହି ଭାଇରାଲ ଭିଡ଼ିଓରେ ଦେଖାଯାଉଛିି।

ତେବେ ଭିଡ଼ିଓଟି କିଏ କେଉଁଠି ଉଠା ଯାଇଛି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ସମ୍ଭବତଃ ଏହା ଖୋର୍ଦ୍ଧା ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ଏଥିରେ ଦଳୀୟ କର୍ମୀମାନଙ୍କୁ ଭାଷଣ ଦେଇ ଅପରାଜିତା କହୁଛନ୍ତି ଯେ ସେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ବିଜେପିରେ ସାମିଲ ହୋଇଛନ୍ତିି। ତାଙ୍କର କୌଣସି ଗୋଷ୍ଠୀ ନାହିଁ। ତେଣୁ ଦଳୀୟ କର୍ମୀମାନେ ଏ ଗୋଷ୍ଠୀ , ସେ ଗୋଷ୍ଠୀ ଛାଡ଼ି ନିଜକୁ  କେବଳ ଭାରତୀୟ ଜନତା ପାର୍ଟିର ବୋଲି କହନ୍ତୁ।  ଯିଏ ବି ପ୍ରାର୍ଥୀ ହୁଅନ୍ତୁ, ତାଙ୍କୁ ଜିତାଇବା ଆମର ଧର୍ମ। ଦଳ  ପାଇଁ କାର୍ଯ୍ୟ କରନ୍ତୁ ବୋଲିି ଅପରାଜିତା କହିଛନ୍ତି।  ଯିଏ ଦଳୀୟ କର୍ମୀଙ୍କୁ ଜିତାଇବା ପାଇଁ ଏକାଠି କାର୍ଯ୍ୟ କରି ପାରୁ ନାହାଁନ୍ତି, ସିଏ ଦଳ ଛାଡ଼ି ଦିଅନ୍ତୁ ବୋଲି ଅପରାଜିତା କହୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe