ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ ଆଦିରେ ପ୍ରଭାବିତ ହୋଇ ବିଜେଡିରେ ଯୋଗ ଦେଇଛି: ଯୋଗେଶ ସିଂ

Advertisment
ଆସନ୍ତାକାଲି ବିଜେଡିରେ ଯୋଗଦେବେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ

ଭୁବନେଶ୍ୱର: ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ ବୁଧବାର ଆନୁଷ୍ଠାନିକ ଭାବରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। କଂଗ୍ରେସର ପୂର୍ବତନ ବିଧାୟକ ଆଜି ଓଡ଼ିଶାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସିଥିବା ବେଳେ ଖୁସିରେ ଶଙ୍ଖ ଧରିଛନ୍ତି। ବିଜେଡି ଯୋଗଦେବା ଅବସରରେ ଯୋଗେଶଙ୍କ ସହିତ ତାଙ୍କର ହଜାର ହଜାର ସମର୍ଥକ ଉପସ୍ଥିତ ଥିଲେ। କଂଗ୍ରେସ ଅଧ୍ୟକ୍ଷ ରାଉଲକେଲା ଠାରେ ସମାବେଶ କରୁଥିବା ବେଳେ ଯୋଗେଶ ସିଂହ ବିଜେଡିରେ ଯୋଗଦେବା କଂଗ୍ରେସ କର୍ମୀଙ୍କୁ ଶକ୍ତ ଧକ୍କା ଲାଗିଛି ବୋଲି ଆଲୋଚନା ହେଉଛି।

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ରାଜନେତାଙ୍କର ଦଳବଦଳ ନୀତି ଜାରି ରହିଛି । ଏହି କ୍ରମରେ ବିଜେଡ଼ିରେ ମଧ୍ୟ ଆଜି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ହାତ ଛାଡ଼ି ଶଙ୍ଖ ଧରିଛନ୍ତି । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ତେବେ ବିଜେଡ଼ିରେ ଯୋଗଦେବା ପରେ ଦଳ ଆହୁରି ମଜଭୁତ ହେବ ବୋଲି କୁହାଯାଉଛି । ଅନ୍ୟପଟେ କଂଗ୍ରେସକୁ ଝଟକା ଲାଗିବ । କାରଣ ଗତ କିଛି ଦିନ ତଳେ କଂଗ୍ରେସର ଟାଣୁଆ ନେତା ତଥା ଝାରସୁଗୁଡ଼ା ବିଧାୟକ ବିଜେଡ଼ିରେ ଯୋଗଦେଇଥିଲେ । ନିର୍ବାଚନକୁ ଦୃଷ୍ଟିରେ ରଖିଲେ ସ୍ପଷ୍ଟ ଜଣାପଡ଼ୁଛି ରାଜ୍ୟରେ କଂଗ୍ରେସ ସ୍ଥିତି ଟଳମଳ ହେଉଛି । ହେଲେ ବିଜେଡ଼ି କିନ୍ତୁ ସ୍ଥିତି ସୁଦୃଢ଼ କରିବାରେ ଲାଗିଛି ।

ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ ଆଦିରେ ପ୍ରଭାବିତ ହୋଇ ବିଜେଡିରେ ଯୋଗ ଦେଇଛି ବୋଲି ଯୋଗେଶ ସିଂ ପୂର୍ବରୁ କହିଥିଲେ। ସୂଚନାଯୋଗ୍ୟ, ନବୀନଙ୍କ ସପକ୍ଷରେ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ଯୋଗେଶଙ୍କୁ ନିଲମ୍ବନ କରିଥିଲା । ଯୋଗେଶ ଏଥିରେ କ୍ଷୁବ୍ଧ ହୋଇ କଂଗ୍ରେସ ଦଳ ପରିତ୍ୟାଗ କରିବା ସହ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe