କଂଗ୍ରେସ ଦଳରୁ ଓ ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ

Advertisment
କଂଗ୍ରେସ ଦଳରୁ ଓ ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ

ଭୁବନେଶ୍ୱର: ଗତକାଲି ଦଳୀୟ ଶୃଙ୍ଖଳ ଭଙ୍ଗ କରିଥିବା ଅଭିଯୋଗରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ସୁନ୍ଦରଗଡ ବିଧାୟକ  ଯୋଗେଶ ସିଂ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ସେ ଉୟଭ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ କି,ଦଳ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯିବ ପରେ ସେ ବିଧାୟକ ପଦ ଛାଡ଼ିବାକୁ କହିଥିଲେ।

ବିଜେଡିକୁ ଖୋଲା ପ୍ରଶଂସା ଓ ହାଇକମାଣ୍ଡଙ୍କ ସଂପର୍କରେ ମନ୍ତବ୍ୟ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି।  କଂଗ୍ରେସ ହାଇକମାଣ୍ଡ ତାଙ୍କୁ ଦଳରୁ ବିଦା ହେବାର ବାଟ ଦେଖାଇ ଦେଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀ ସିଂହଙ୍କୁ କଂଗ୍ରେସ ନିଲମ୍ବନ ନିର୍ଦେଶନାମା ଧରାଇଛି କଂଗ୍ରେସ ।

ଅନ୍ୟପଟେ ନିଲମ୍ବନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଯୋଗେଶ କହିଥିଲେ, ମୁଁ ସେମିତି କୌଣସି ଭୁଲ କରି ନାହିଁ ଯେଉଁଥିପାଇଁ ମୋତେ ନିଲମ୍ବନ କରାଗଲା । ମୁଁ କେବେ କୌଣସି ସ୍ଥାନରେ କଂଗ୍ରେସ ଛାଡ଼ିବି ବୋଲି କହିନାହିଁ। ମୁଖ୍ୟମନ୍ତ୍ରୀଙ୍କ ଭଲ କାମକୁ ପ୍ରଶଂସା କରିବା କ’ଣ ଦଳ ବିରୋଧୀ ମନ୍ତବ୍ୟ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଯୋଗେଶ। ବରଂ ଜୋର ଦେଇ କହିଛନ୍ତି, ଏବେ ବି ମୁଁ ନବୀନଙ୍କୁ ପ୍ରଶଂସା କରୁଛି।

ପ୍ରକାଶଥାଉକି, ସପ୍ତାହକ  ଭିତରେ ପଶ୍ଚିମ ଓଡ଼ିଶାର ଦୁଇ ବିଧାୟକ ନବ ଦାସ ଓ ଯୋଗେଶ ସିଂହଙ୍କ ସହିତ କଂଗ୍ରେସ ସଂପର୍କ ଛିନ୍ନ କରିବା ଘଟଣାକୁ ରାଜନୈତିକ ମହଲରେ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe