ତ୍ରିପୁରା ନିର୍ବାଚନ: ହିନ୍ଦୁ ମତଦାତାଙ୍କୁ ଆକର୍ଷିତ କରିବାକୁ ଯୋଗୀଙ୍କ ପ୍ରଚାର, ପଶ୍ଚିମବଙ୍ଗ ଉପରେ ପଡ଼ିପାରେ ଫଳାଫଳ ପ୍ରଭାବ

ଧରମନଗରସ୍ଥିତ ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ର‍୍ୟାଲିରେ ସାମିଲ ହେଲେ ଯୋଗୀ

ତ୍ରିପୁରା ନିର୍ବାଚନ: ହିନ୍ଦୁ ମତଦାତାଙ୍କୁ ଆକର୍ଷିତ କରିବାକୁ ଯୋଗୀଙ୍କ ପ୍ରଚାର, ପଶ୍ଚିମବଙ୍ଗ ଉପରେ ପଡ଼ିପାରେ ଫଳାଫଳ ପ୍ରଭାବ

କାମାପୁର: ଆଗାମୀ ଫେବ୍ରୁଆରି ୧୮ରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନୂଆ ରଣନୀତି ଉପସ୍ଥାପନା କରିଛି। ଏଠାକାର ହିନ୍ଦୁ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ଦଳ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଣିଛି। ନିର୍ବାଚନ ପ୍ରଚାରରେ ସାମିଲ ହେବାକୁ ଯୋଗୀ ୨ ଦିନିଆ ତ୍ରିପୁରା ଗସ୍ତ କରିଛନ୍ତି। ଏଠାରେ ଗତ ୨୦ ବର୍ଷ ହେଲା ବାମ ଦଳର ସରକାର ଅଛି। କିଛି ମତଦାତା ଭାବନ୍ତି ଯେ, ଯଦି ଏଠାରେ ବିଜେପି କ୍ଷମତାକୁ ଆସେ, ତା’ହେଲେ ପଡ଼େଶୀ ପଶ୍ଚିମବଙ୍ଗ ନିର୍ବାଚନ ପ୍ରତି ପ୍ରଭାବ ପଡ଼ିବ।

ତ୍ରିପୁରାରେ ପ୍ରଥମ ଥର ପାଇଁ ବିଜେପି ପୁରା ଦମ୍‌ରେ ନିର୍ବାଚନ ପ୍ରଚାର କରୁଛି। ବିଜେପିର ରଣନୀତି କରିଛି ଯେ, ଏଠାରେ ଥିବା ହିନ୍ଦୁ ମତଦାତାଙ୍କୁ ଯେକୌଣସି ପ୍ରକାରରେ ନିଜ ସପକ୍ଷରେ ଆଣିବ। ସେଥିପାଇଁ ବିଜେପି ପ୍ରଚାର ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ଉପସ୍ଥାପନା କରିଛି। ୪୬ ବର୍ଷିଅ ଯୋଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ୨୨ ବର୍ଷ କନିଷ୍ଠ। ଯୋଗୀ ଏଠାରେ ସମୁଦାୟ ୮ଟି ନିର୍ବାଚନୀ ର‍୍ୟାଲି କରିଛନ୍ତି।

publive-image

ମତଦାତାଙ୍କ ଆଖିରେ ୩ଜଣ ପ୍ରମୁଖ ନେତା

୧) ମାନିକ ସରକାର: ବର୍ତମାନର ମୁଖ୍ୟମନ୍ତ୍ରୀ ମାନିକ ସରକାର ୨୦ ବର୍ଷ ହେବ କ୍ଷମତାରେ ଅଛନ୍ତି। ଆଗକୁ ମଧ୍ୟ ପଦ ଜାରି ରଖିବାକୁ ସେ ଉଦ୍ୟମ କରୁଛନ୍ତି। କିନ୍ତୁ ଏଥର ବିଜେପି ଅଡୁଆରେ ପକାଇଛି।
୨) ରାହୁଲ ଗାନ୍ଧୀ: କଂଗ୍ରେସ ପାଇଁ ଏକମାତ୍ର ଷ୍ଟାର ପ୍ରଚାରକ ହେଉଛନ୍ତି ରାହୁଲ ଗାନ୍ଧୀ। ମାତ୍ର ରାହୁଲଙ୍କ ପାଇଁ ରାସ୍ତା ସେତେ ସହଜ ନୁହେଁ।
୩) ଯୋଗୀ ଆଦିତ୍ୟନାଥ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ନିଜର ଭାଷଣ ବଳରେ ମତଦାତାଙ୍କୁ ଆକର୍ଷଣ କରିବାରେ କ୍ଷମତା ରହିଛି।

ଯୋଗୀଙ୍କ ଫର୍ମୁଲା:

ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଦୁଇ ପ୍ରକାରରେ ବିଜେପିକୁ ଭୋଟ ମିଳିପାରିବ। ପ୍ରଥମତଃ ବାଲାଂଦେଶରୁ ଆସିଥିବା ହିନ୍ଦୁଙ୍କୁ ଯୋଗୀ ପ୍ରଭାବିତ କରିପାରିବେ। ସେହିଭଳି ୧୯୪୭ ଓ ୧୯୭୧ରେ ଏହି ହିନ୍ଦୁମାନେ ବାଂଲାଦେଶ ଯିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe