www.thehansindia.com
ଅମରାବତୀ: ଓ୍ଵାଇଏସ୍ଆର୍ କଂଗ୍ରେସ ଦଳ ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶର ନବି ନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍ ଜଗନ ମୋହନ ରେଡ୍ଡି ଏକ ଫୋନ୍ କଲ୍ ଜରିଆରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ତାଙ୍କ ଶପଥ ପାଠ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି।
ଆସନ୍ତା ମେ ୩୦ ତାରିଖରେ ଜଗନ ମୋହନ ରେଡ୍ଡି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ପାଠ ଉତ୍ସବ ବିଜୟଓ୍ଵାଡ଼ାର ଇନ୍ଦିରା ଗାନ୍ଧୀ ମୁନିସିପାଲ୍ ଷ୍ଟାଡିୟମ୍ରେ ହେବ।
ଏହି ଶପଥ ପାଠ ଉତ୍ସବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେର ରାଓ ବି ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ତାଙ୍କ ଶପଥ ପାଠ ଉତ୍ସବରେ ନିମନ୍ତ୍ରିତ କରିଛନ୍ତି ଜଗନ ରେଡ୍ଡି। ବିଜେପିର ରାଷ୍ଟ୍ରୀୟ ଅମିତ ଶାହା ମଧ୍ୟ ଏହି ଶପଥ ପାଠ ଉତ୍ସବରେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି।
Follow Us