ଆସନ୍ତା ଫେବ୍ରୁଆରି ସୁଦ୍ଧା ଦେଶରେ ୫୦ଟି ରାଲିରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି

Advertisment
ଆସନ୍ତା ଫେବ୍ରୁଆରି ସୁଦ୍ଧା ଦେଶରେ ୫୦ଟି ରାଲିରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ଉପରେ ଧ୍ୟାନ ଦେଇ ଆସନ୍ତା ବର୍ଷ ଫେବ୍ରୁଆରି ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଶତାଧିକ ନିର୍ବାଚନ ମଣ୍ଡଳୀ ବେଷ୍ଟନ କରୁଥିବା ୫୦ଟି ରାଲିରେ ଉଦ୍‌ବୋଧନ ଦେବେ।

ବିଜେପି ମୁଖ୍ୟ ଅମିତ ଶାହା, ବରିଷ୍ଠ ନେତା ରାଜନାଥ ସିଂହ ଏବଂ ନୀତିନ ଗଡ଼କରି ପ୍ରତ୍ୟେକ ୫୦ଟି ଲେଖାଏଁ ରାଲିରେ ଉଦ୍‌ବୋଧନ ଦେବେ।
ଦଳର ପ୍ରଚାର ଅଭିଯାନ ପାଇଁ ଏହି ରାଲିଗୁଡ଼ିକ ଭୂମି ପ୍ରସ୍ତୁତି କରିବ ବୋଲି ଯୋଜନା କରାଯାଇଛି। ପ୍ରତି ରାଲି ୨ରୁ ୩ଟି ଲୋକସଭା ନିର୍ବାଚନ ମଣ୍ଡଳୀକୁ ସାମିଲ୍‌ କରିବା ଭଳି ଢାଞ୍ଚାରେ ପ୍ରସ୍ତୁତି କରାଯାଇଛି।

ଲୋକସଭା ନିର୍ବାଚନ ତାରିଖ ଘୋଷଣା କରାଯିବା ଆଗରୁ, ୨୦୦ ରାଲି ଆୟୋଜନ କରି ବିଜେପି ୪୦୦ ଲୋକସଭା ନିର୍ବାଚନ ମଣ୍ଡଳୀ ଖେଦି ଯାଇଥିବ ବୋଲି ଜଣେ ଦଳୀୟ ନେତା କହିଛନ୍ତି।

୫୦ଟି ରାଲି ଛଡ଼ା, ଏ ବର୍ଷ ନିର୍ବାଚନ କରାଯିବ ବୋଲି ସମୟ ସ୍ଥିର କରାଯାଇଥିବା ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ମଧ୍ୟ ମୋଦି ରାଲିରେ ଭାଷଣ ଦେବେ।

ବୁଧବାର ଦିନ ପଞ୍ଜାବର ମଲୌତ୍‌ ଠାରେ ହୋଇଥିବା ରାଲି ଥିଲା ଏହି ଅଭିଯାନର ପ୍ରଥମ ରାଲି। ସେ ଭଳି ଅନ୍ୟ ଗୋଟିଏ କୃଷକ ସମାବେଶ ଏ ମାସରେ ଉତ୍ତର ପ୍ରଦେଶର ଶାହାଜହାଁପୁର ଠାରେ ଆୟୋଜନ କରାଯିବ।

ପାର୍ଟି ସୂତ୍ରରୁ ଜଣାପଡ଼ିଛି ଯେ, ସଂଗଠନକୁ ନିର୍ବାଚନ ମୋଡ୍‌କୁ ଆଣିବା ଏବଂ ବିଜେପି ନିର୍ବାଚନ ପ୍ରଚାର ନିମନ୍ତେ ପ୍ଲାଟ୍‌ଫର୍ମ ତିଆରି କରିବାକୁ ଏଭଳି ଅଭ୍ୟାସର ଯୋଜନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe