ନିର୍ବାଚନ ଆଗରୁ ମଧ୍ୟପ୍ରଦେଶସ୍ଥିତ ପାର୍ଟିର ମୁଖ୍ୟାଳୟରୁ ବାସ୍ତୁଦୋଷ ଦୂର କଲା କଂଗ୍ରେସ

Advertisment
ନିର୍ବାଚନ ଆଗରୁ ମଧ୍ୟପ୍ରଦେଶସ୍ଥିତ ପାର୍ଟିର ମୁଖ୍ୟାଳୟରୁ ବାସ୍ତୁଦୋଷ ଦୂର କଲା କଂଗ୍ରେସ

Image Courtesy of New18

ଭୋପାଳ: ୧୪ ବର୍ଷ ହେବ ମଧ୍ୟପ୍ରଦେଶରେ କ୍ଷମତାଚ୍ୟୁତ ହୋଇ ରହିଥିବା କଂଗ୍ରେସ ନିଜର ଭାଗ୍ୟ ସୁଧାରିବା ପାଇଁ ସବୁମତେ ଉଦ୍ୟମ ଚଳାଇଛି। ଆଗକୁ ନିର୍ବାଚନ ଥିବାରୁ ଯେ କୌଣସି ମତେ ବିଜେପିକୁ କ୍ଷମତା ପ୍ରାପ୍ତିରୁ ଅଟକାଇବାକୁ ଯୋଜନା କରୁଛି।

ସେଥିରୁ ଗୋଟିଏ ହେଉଛି ଦଳର ରାଜ୍ୟ ମୁଖ୍ୟାଳୟରୁ ବାସ୍ତୁ ଦୋଷ ଦୂର କରିବା।

ବାସ୍ତୁ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ରାଜ୍ୟ ରାଜଧାନୀ ଶିବାଜୀନଗରରେ ଥିବା ଚାରିତାଲାବିଶିଷ୍ଟ ପାର୍ଟି ମୁଖ୍ୟାଳୟ ଇନ୍ଦିରା ଭବନର ତଳତାଲାରେ ଥିବା ମୁଖପାତ୍ରଙ୍କ କୋଠରି ନିକଟରୁ ତିନୋଟି ଶୌଚାଳୟ ଉଠାଇ ଦେଇଛନ୍ତି।

ମଧ୍ୟପ୍ରଦେଶ କଂଗ୍ରେସର ମୁଖ୍ୟ ମୁଖପାତ୍ର କେ କେ ମିଶ୍ର କହିଛନ୍ତି: ଆମେ ବାସ୍ତୁ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ତିନୋଟି ଶୌଚାଳୟ ଉଠଇ ଦେଇଛୁ। ସେଥିରୁ ଗୋଟିଏ ମୋ କୋଠରିକୁ ଲାଗିକରି ଥିଲା। ଏବେ ଅଫିସ ପରିସରରେ ଥିବା ବାସ୍ତୁ ଦୋଷ ଦୂର ହୋଇଗଲା।

ଆଉ ଜଣେ କଂଗ୍ରେସ ନେତା କହିଲେ: ଘରୁ ଆମେ କୁଲକ୍ଷଣ କାଢ଼ି ଦେଇଛୁ। ଏବେ ଆମ ପରିସ୍ଥିତି ବଦଳି ଯିବ।

ମାର୍ଚ ୨୦୦୬ରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇନ୍ଦିରା ଭବନ ଉଦ୍‌ଘାଟନ କରିଥିଲେ। ଏ ବର୍ଷ ଶେଷ ଭାଗକୁ ରାଜ୍ୟରେ ନିର୍ବାଚନ ଥିବାରୁ ଇନ୍ଦିରା ଭବନ ଚଳଚଞ୍ଚଳ ଦିଶିବା ସହ ସେଠାରେ ରୁଦ୍ଧଦ୍ୱାର ବୈଠକ ଚାଲିଛି। ଦିଲ୍ଲୀରୁ ଦଳର ମୁଖ୍ୟମାନେ ମଧ୍ୟ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ବହୁବାର ସେଠାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe