ବୀରଭଦ୍ର ସିଂହ ପୁଣି କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବୀରଭଦ୍ର ସିଂହ ପୁଣି କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଆଗକୁ ହିମାଚଳ ପ୍ରଦେଶ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥିନେଇ ହିମାଚଳରେ ନିର୍ବାଚନି ପ୍ରଚାର ଆରମ୍ଭ କରିଦେଇଛନ୍ତି। ରାହୁଲ ଆଜି ବୀରଭଦ୍ର ସିଂହଙ୍କୁ ପୁଣିଥରେ ହିମାଚଳ ପ୍ରଦେଶର କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ରାହୁଲ ଆଜି ମଣ୍ଡି ଜିଲ୍ଲାରେ ଏକ ର‍୍ୟାଲିରେ ଉଦ୍‌ବୋଧନ ଦେଇ କହିଛନ୍ତି ବୀରଭଦ୍ର ସପ୍ତମ ଥର ପାଇଁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ। ୬ଥର ମୁଖ୍ୟମନ୍ତ୍ରୀ ହୋଇ ସେ ରାଜ୍ୟରେ ଚମତ୍କାର ବିକାଶ ଆଣିଛନ୍ତି ଏବଂ ତାଙ୍କ ପଛରେ ଦଳର ପୂର୍ଣ୍ଣ ସମର୍ଥନ ରହିଥିବା ସେ ଘୋଷଣା କରିଛନ୍ତି । ରାହୁଲ କହିଛନ୍ତି ହିମାଚଳର ନାଗରିକମାନେ ୫ ବର୍ଷର ବୀରଭଦ୍ର ସରକାର ସହ ଗୁଜରାଟରେ ମୋଦି ସରକାରକୁ ତୁଳନା କରି ବୀରଭଦ୍ରଙ୍କୁ ପୂର୍ଣ୍ଣ ସମର୍ଥନ ଦେବା ଉଚିତ୍‌। ହିସାବ ବହିର୍ଭୁତ ସମ୍ପତ୍ତି ମାମଲାର ସାମ୍ନା କରୁଥିବା ବୀରଭଦ୍ର ରାଜ୍ୟରେ ଚମତ୍କାର ବିକାଶ ଆଣିଛନ୍ତି ବୋଲି ରାହୁଲ ବିଭିନ୍ନ କାରଣ ଦର୍ଶାଇ ଯୁକ୍ତି ବାଢିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe