ଭିତରକନିକାରେ ଜନ୍ମନେଲେ ୨୫୦୦ କୁମ୍ଭୀର ଛୁଆ

Advertisment

ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ଜନ୍ମ ନେଇଛନ୍ତି ୨୫୦୦ କୁମ୍ଭୀର। ୩ ଦିନ ଭିତରେ ଜନ୍ମ ହୋଇଥିବା ଏହି କୁମ୍ଭୀରଗୁଡ଼ିକ ବିଭିନ୍ନ ନଦୀ ନାଳ ଓ ରାସ୍ତା ଉପରକୁ ଚାଲି ଆସୁଛନ୍ତି।

ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ଜନ୍ମ ନେଇଛନ୍ତି ୨୫୦୦ କୁମ୍ଭୀର। ୩ ଦିନ ଭିତରେ ଜନ୍ମ ହୋଇଥିବା ଏହି କୁମ୍ଭୀରଗୁଡ଼ିକ ବିଭିନ୍ନ ନଦୀ ନାଳ ଓ ରାସ୍ତା ଉପରକୁ ଚାଲି ଆସୁଛନ୍ତି।

fshhfhf

ଋାଜନଗର: ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ଜନ୍ମ ନେଇଛନ୍ତି ୨୫୦୦ କୁମ୍ଭୀର। ୩ ଦିନ ଭିତରେ ଜନ୍ମ ହୋଇଥିବା ଏହି କୁମ୍ଭୀରଗୁଡ଼ିକ ବିଭିନ୍ନ ନଦୀ ନାଳ ଓ ରାସ୍ତା ଉପରକୁ ଚାଲି ଆସୁଛନ୍ତି।  ଜାତୀୟ ଉଦ୍ୟାନ ସଂଲଗ୍ନ ଗାଁଗୁଡ଼ିକର ରାସ୍ତାରେ ଏହି ଛୁଆ କୁମ୍ଭୀରଗୁଡ଼ିକୁ ଦେଖିବାକୁ ମିଳିଛି।  ଗୋଟିଏ ବର୍ଷରେ ଏତେ ସଂଖ୍ୟକ କୁମ୍ଭୀର ଛୁଆ ଜନ୍ମ ପରିବେଶବିତ୍‌ଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି।

ଚଳିତବର୍ଷ ଭିତରକନିକାରେ ୧୧୪ଟି କୁମ୍ଭୀର ବସା ଚିହ୍ନଟ କରାଯାଇଥିଲା। ସେଥିରୁ କନିକା ରେଞ୍ଜରେ ୧୦୨ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଞ୍ଜରେ ୧୦ଟି, ଗହୀରମଥା ରେଞ୍ଜରେ ଗୋଟିଏ ଓ ମହାକାଳପଡ଼ା ରେଞ୍ଜରେ ଗୋଟିଏ ଚିହ୍ନଟ ହୋଇଥିଲା। ୧୧୪ଟି ବସା ମଧ୍ୟରୁ ଜୁଆର ମାଡ଼ରେ ନଷ୍ଟ ହୋଇଯାଇଥିବା ଗୋଟିଏ ବସାରୁ ୫୪ଟି ଅଣ୍ତା ସଂଗ୍ରହ କରାଯାଇ ଡାଙ୍ଗମାଳସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ରଖାଯାଇଥିଲା।  କୃତ୍ରିମ ଉପାୟରେ ୨୫ଟି କୁମ୍ଭୀର ଶାବକ ଜନ୍ମ ନେଇଛନ୍ତି।  ଅନ୍ୟ ୧୧୩ଟି କୁମ୍ଭୀର ବସାରୁ କୁମ୍ଭୀର ଛୁଆ ବାହାରିବା ଆରମ୍ଭ କରିଛନ୍ତି।

ବାଙ୍କୁଆଳ ଗାଁ ରାସ୍ତାରେ କୁମ୍ଭୀର ଛୁଆ ବୁଲୁଥିବା ଦେଖିବାକୁ ମିଳିଛି।  ଚିହ୍ନଟ ବସାରୁ ଅଢ଼େଇ ହଜାରରୁ ଅଧିକ କୁମ୍ଭୀର ଜନ୍ମ ନେଇଛନ୍ତି। ପ୍ରତ୍ୟେକ କୁମ୍ଭୀର ବସାରୁ ୫୦ ପ୍ରତିଶତରୁ ଅଧିକ ଅଣ୍ଡାରୁ ଛୁଆ ଜନ୍ମ ନେଇଥାନ୍ତି। ଯେତିକି କୁମ୍ଭୀର ଛୁଆ ଜନ୍ମ ଗ୍ରହଣ କରିଥାନ୍ତି କୁମ୍ଭୀର ଗଣନା ବେଳକୁ ତାର ୫୦ ପ୍ରତିଶତ ନଷ୍ଟ ହୋଇ ସାରିଥାନ୍ତି। ଦୁଇବର୍ଷ ହେବା ଅବା ୩ଫୁଟ ଲମ୍ବର ହେବା ଯାଏଁ ସେମାନଙ୍କ ଜୀବନ ପ୍ରତି ବିପଦ ଥାଏ। 

ଏ ସଂପର୍କରେ କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କୁ ପଚାରିବାରୁ ସେ କହିଥିଲେ ଯେ କୁମ୍ଭୀର ଅଣ୍ତାରୁ ପ୍ରାୟ ୫୦ ପ୍ରତିଶତ କୁମ୍ଭୀର ଜନ୍ମ ନେଇଥାନ୍ତି। ସେଥିମଧ୍ୟରୁ କୁମ୍ଭୀର ଗଣନା ସମୟ ଅର୍ଥାତ୍ ୫ ମାସ ମଧ୍ୟରେ ପ୍ରାୟ ୫୦ ପ୍ରତିଶତ ନଷ୍ଟ ହୋଇ ସାରିଥାନ୍ତି। ସେମାନେ ୩ ଫୁଟ ଲମ୍ବ ହେବା ବେଳକୁ ୨୦ ପ୍ରତିଶତ କୁମ୍ଭୀର ଛୁଆ ବଞ୍ଚି ରହିଥାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe