ଦେଖିବାକୁ ମିଳିବନି ୩୮ ପ୍ରତିଶତ ବୃକ୍ଷ ପ୍ରଜାତି!

Advertisment

ଏକ ନୂତନ ବୈଶ୍ୱିକ ମୂଲ୍ୟାଙ୍କନ ଅନୁସାରେ ପୃଥିବୀର ଏକ-ତୃତୀୟାଂଶରୁ ଅଧିକ ବୃକ୍ଷ ପ୍ରଜାତି ଜଙ୍ଗଲରେ ବିଲୁପ୍ତ ହେବାର ଆଶଙ୍କା ରହିଛି।ଏହା ବିଲୁପ୍ତ ହେଉଥିବା ପକ୍ଷୀ, ସ୍ତନ୍ୟପାୟୀ, ସରୀସୃପ ଓ ଉଭୟଚର ପ୍ରାଣୀ ପ୍ରଜାତି ପ୍ରତି ଥିବା ବିପଦ ସ୍ତରକୁ ଅତିକ୍ରମ କରିଗଲାଣି।

ଏକ ନୂତନ ବୈଶ୍ୱିକ ମୂଲ୍ୟାଙ୍କନ ଅନୁସାରେ ପୃଥିବୀର ଏକ-ତୃତୀୟାଂଶରୁ ଅଧିକ ବୃକ୍ଷ ପ୍ରଜାତି ଜଙ୍ଗଲରେ ବିଲୁପ୍ତ ହେବାର ଆଶଙ୍କା ରହିଛି।ଏହା ବିଲୁପ୍ତ ହେଉଥିବା ପକ୍ଷୀ, ସ୍ତନ୍ୟପାୟୀ, ସରୀସୃପ ଓ ଉଭୟଚର ପ୍ରାଣୀ ପ୍ରଜାତି ପ୍ରତି ଥିବା ବିପଦ ସ୍ତରକୁ ଅତିକ୍ରମ କରିଗଲାଣି।

hkhkhfhfhf

ଏକ ନୂତନ ବୈଶ୍ୱିକ ମୂଲ୍ୟାଙ୍କନ ଅନୁସାରେ ପୃଥିବୀର ଏକ-ତୃତୀୟାଂଶରୁ ଅଧିକ ବୃକ୍ଷ ପ୍ରଜାତି ଜଙ୍ଗଲରେ ବିଲୁପ୍ତ ହେବାର ଆଶଙ୍କା ରହିଛି।ଏହା ବିଲୁପ୍ତ ହେଉଥିବା ପକ୍ଷୀ, ସ୍ତନ୍ୟପାୟୀ, ସରୀସୃପ ଓ ଉଭୟଚର ପ୍ରାଣୀ ପ୍ରଜାତି ପ୍ରତି ଥିବା ବିପଦ ସ୍ତରକୁ ଅତିକ୍ରମ କରିଗଲାଣି। ‘ବଟାନିକ୍ ଗାର୍ଡେନ୍ କଞ୍ଜର୍ଭେସନ୍ ଇଣ୍ଟର୍‌ନେସ୍‌ନାଲ୍‌’ (ବିଜିସିଆଇ) ଓ ‘ଇଣ୍ଟର୍‌ନେସ୍‌ନାଲ୍‌ ୟୁନିଅନ୍‌ ଫର୍‌ କଞ୍ଜର୍ଭେସନ୍ ଅଫ୍ ନେଚର୍‌’ (ଆଇୟୁସିଏନ୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି। କଲମ୍ବିଆସ୍ଥିତ କେଲି ଠାରେ ଆୟୋଜିତ ଜାତିସଂଘ ଜୈବ ବିବିଧତା ସମ୍ମିଳନୀ (ସିଓପି ୧୬)ରେ ଏକ ହଜାରରୁ ଅଧିକ ବୈଜ୍ଞାନିକଙ୍କ ଗବେଷଣା ନିଷ୍କର୍ଷ ପରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି। ଏହି ସମ୍ମିଳନୀରେ ବିଶ୍ୱର ପରିବେଶବିତ୍‌, ଜଳବାୟୁ ବିଜ୍ଞାନୀଙ୍କ ସମେତ ବିଭିନ୍ନ ରାଷ୍ଟ୍ରର ନୀତି ନିର୍ଦ୍ଧାରକମାନେ ଉପସ୍ଥିତ ହୋଇ ଏକ ବିଶ୍ୱ ସଂରକ୍ଷଣ ସଙ୍କଳ୍ପ ପ୍ରଗତିର ମୂଲ୍ୟାଙ୍କନ କରିଛନ୍ତି।

ଏହି ରିପୋର୍ଟର ତଥ୍ୟ ଅନୁଯାୟୀ, ବିଶ୍ୱର ଜଙ୍ଗଲରୁ ପ୍ରାୟ ୩୮ ପ୍ରତିଶତ ଗଛ ପ୍ରଜାତି ଲୁପ୍ତ ହେବାକୁ ଯାଉଛି। ବିଶ୍ୱସ୍ତରରେ ଗଛଗୁଡ଼ିକ ପାଇଁ ପ୍ରାଥମିକ ବିପଦ ହେଉଛି କୃଷି ଜମି ସୃଷ୍ଟି ଓ କୀଟନାଶକ ପ୍ରୟୋଗ। ଏହି ବିପଦ ବିଶେଷ ଭାବରେ ନାତିଶୀତୋଷ୍ଣ ଅଞ୍ଚଳରେ ଅଧିକ ଦେଖିବାକୁ ମିଳୁଛି।
ମ୍ୟାଗନୋଲିଆସ୍, ଓକ୍, ମେପଲ୍‌ସ ଓ ଏବୋନି ଭଳି ବୃକ୍ଷ ପ୍ରଜାତିଗୁଡ଼ିକ ସବୁଠାରୁ ଅଧିକ ସଙ୍କଟାପନ୍ନ। ଏହି ବିପଦ ସମଗ୍ର ପରିସଂସ୍ଥା ଉପରେ ଘୋର କୁପ୍ରଭାବ ପକାଉଥିବାରୁ ଏହା ଏକ ବିଶ୍ୱସ୍ତରୀୟ ଜୈବବିବିଧତା ସଙ୍କଟକୁ ପ୍ରତିଫଳିତ କରୁଛି। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ କାଶ୍ମୀର ଭଳି ହିମାଳୟ ଅଞ୍ଚଳର ବୃକ୍ଷ ପ୍ରଜାତି ଉପରେ ମଧ୍ୟ ଏହି ବିପଦ ବାରି ହୋଇ ପଡ଼ିଲାଣି। 

  ବୃକ୍ଷ ସଂରକ୍ଷଣର ପ୍ରଭାବ ଏହି ବିପଦର ମୁକାବିଲା କରିବାକୁ ଅସମର୍ଥ, କାରଣ ଅସଂଖ୍ୟ ପ୍ରଜାତିର  ପକ୍ଷୀ ଓ  କୀଟପତଙ୍ଗଙ୍କ ବାସସ୍ଥଳୀ  ଅସୁରକ୍ଷିତ ହୋଇପଡ଼ିଛି ଏବଂ ସେମାନେ ବିଲୁପ୍ତିର ଦ୍ୱାରଦେଶରେ ଛିଡ଼ା ହୋଇଛନ୍ତି। ଗୋଟିଏ ବୃକ୍ଷ ବା ଉଦ୍ଭିଦ ପ୍ରଜାତି ହରାଇବାର ଅର୍ଥ ହେଉଛି ତାହା ଉପରେ ନିର୍ଭରଶୀଳ ଅନେକ ପ୍ରଜାତିର ଜୀବଙ୍କ ସମେତ ମୃତ୍ତିକା କ୍ଷୟକୁ ତ୍ୱରାନ୍ୱିତ କରିବା ବୋଲି  ବୃକ୍ଷ ସଂରକ୍ଷଣ ଗବେଷକ ଷ୍ଟିଭେନ୍ ବାକ୍‌ମାନ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe