ଘରପିଛା ୫ ଟଙ୍କା ଓ ମାଣେ ଧାନରେ ଜଙ୍ଗଲ ସୁରକ୍ଷା

Advertisment

ଜୟପୁର ବ୍ଲକ ଅନ୍ତା ପଞ୍ଚାୟତ ପ୍ରସନ୍ନପୁଟ ବାୟାଗୁଡ଼ା ଗ୍ରାମର ବୈଦ୍ୟନାଥ ପୂଜାରୀ। ବୟସ ୬୩ବର୍ଷ। ହେଲେ ଜଙ୍ଗଲ ସୁରକ୍ଷାରେ ବିତିଲାଣି ୪୪ବର୍ଷ। ଗଛ ପାଇଁ ନିଜକୁ ସମର୍ପି ଦେଇଥିବା ବୈଦ୍ୟନାଥ ବହୁବାର ମାଫିଆଙ୍କ ସହ ମୁହାଁମୁହିଁ ହୋଇଛନ୍ତି।

ଜୟପୁର ବ୍ଲକ ଅନ୍ତା ପଞ୍ଚାୟତ ପ୍ରସନ୍ନପୁଟ ବାୟାଗୁଡ଼ା ଗ୍ରାମର ବୈଦ୍ୟନାଥ ପୂଜାରୀ। ବୟସ ୬୩ବର୍ଷ। ହେଲେ ଜଙ୍ଗଲ ସୁରକ୍ଷାରେ ବିତିଲାଣି ୪୪ବର୍ଷ। ଗଛ ପାଇଁ ନିଜକୁ ସମର୍ପି ଦେଇଥିବା ବୈଦ୍ୟନାଥ ବହୁବାର ମାଫିଆଙ୍କ ସହ ମୁହାଁମୁହିଁ ହୋଇଛନ୍ତି।

dgddd

ଜୟପୁର: ଜୟପୁର ବ୍ଲକ ଅନ୍ତା ପଞ୍ଚାୟତ ପ୍ରସନ୍ନପୁଟ ବାୟାଗୁଡ଼ା ଗ୍ରାମର ବୈଦ୍ୟନାଥ ପୂଜାରୀ। ବୟସ ୬୩ବର୍ଷ। ହେଲେ ଜଙ୍ଗଲ ସୁରକ୍ଷାରେ ବିତିଲାଣି ୪୪ବର୍ଷ। ଗଛ ପାଇଁ ନିଜକୁ ସମର୍ପି ଦେଇଥିବା ବୈଦ୍ୟନାଥ ବହୁବାର ମାଫିଆଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ତଥାପି ପଛଘୁଞ୍ଚା ଦେଇନାହାନ୍ତି। ଗାଁ ଲୋକଙ୍କୁ ଏକାଠି କରି କୁନ୍ତରଖାଲ ଅଞ୍ଚଳର ଶହେ ହେକ୍ଟର ଜଙ୍ଗଲରେ ୧୦ ହଜାରରୁ ଊର୍ଦ୍ଧ୍ବ ଗଛକୁ ସୁରକ୍ଷିତ ରଖିଛନ୍ତି। ଯେଉଁଥି ପାଇଁ ସେ ପ୍ରକୃତିର ପ୍ରହାରୀ ଭାବେ ପରିଚିତ।

କୁନ୍ତରଖାଲ ଅଞ୍ଚଳରେ ଦିନେ ଶାଳବଣ ଭରି ରହିଥିଲା। ୧୯୮୦ ମସିହାରେ ଜଙ୍ଗଲ ବିଭାଗ କିଛି ଶାଳଗଛ କାଟିଥିଲା। ଏହାର ଫାଇଦା ଉଠାଇ ବର୍ଷ କେଇଟାରେ ମାଫିଆ କାଠ ଚୋରି କରି ଜଙ୍ଗଲକୁ ପଦା କରିଦେଲେ। ଗାଁ ପାଖ ଜଙ୍ଗଲ ନଷ୍ଟ ହୋଇଯିବା ପରେ ଜାଳେଣି କାଠ ପାଇଁ ନାକେଦମ୍‌ ହୋଇଥିଲେ ବାୟାଗୁଡ଼ାବାସୀ। ପ୍ରଦୂଷଣ ବଢ଼ିବା ପରେ ଜଙ୍ଗଲର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲେ ବୈଦ୍ୟନାଥ। ବାୟାଗୁଡ଼ାରେ ରହୁଥିବା ୫୦ ପରିବାରକୁ ବୁଝାସୁଝା କରିଥିଲେ। ଅଧିକାଂଶ ପରିବାର ରାଜି ହୋଇନଥିବା ବେଳେ ମାତ୍ର ୧୫ ପରିବାର ଜଙ୍ଗଲ ସୁରକ୍ଷା ପାଇଁ ଆଗେଇ ଆସିଥିଲେ। ଘର ପିଛା ୫ଟଙ୍କା ଓ ମାଣେ ଧାନ ସଂଗ୍ରହ କରିଥିଲେ।

ସଂଗୃହୀତ ଧାନ ଓ ଟଙ୍କାକୁ ଜଗୁଆଳିକୁ ଦେଇ ରାତିରେ ଜଗିବା ଦାୟିତ୍ବ ଦେଇଥିଲେ। କଟା ଗଛ କଅଁଳିବା ଆରମ୍ଭ ହେବା ପରେ ସୀମା ଚିହ୍ନଟ କରିଥିଲେ। ଗାଁ ଲୋକଙ୍କୁ ନେଇ ଜଙ୍ଗଲରେ ପାଦଚଲା ରାସ୍ତା ତିଆରି କରି ପାଳି କରି ଜଙ୍ଗଲ ଜଗିଲେ। ୧୯୮୭ ବେଳକୁ ଗଛଗୁଡ଼ିକୁ ଆଖିଦୃଶିଆ ହୋଇସାରିଥିଲା। ବାୟାଗୁଡ଼ାବାସୀଙ୍କ ଉଦ୍ୟମକୁ ଦେଖି ଜଙ୍ଗଲ ବିଭାଗ ପକ୍ଷରୁ ଜଣେ ବନରକ୍ଷୀଙ୍କୁ ନିୟୋଜିତ କରାଯାଇଥିଲା। ଆଖାପାଖ ଅଞ୍ଚଳରେ ରହୁଥିବା ମାଫିଆ ପୁଣି ରାତିରେ ଗଛ କାଟିବା ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ପଣ୍ଡ କରିବା ସହ ମାଫିଆଙ୍କୁ ଚିହ୍ନଟ କରି ବନ ବିଭାଗ ହାତରେ ଧରାଇଥିଲେ। ଫଳରେ ଜଙ୍ଗଲ କ୍ଷୟରେ ରୋକ ଲାଗିଥିଲା। ବୈଦ୍ୟନାଥଙ୍କ ନେତୃତ୍ବରେ କୁନ୍ତରଖାଲ ସଂରକ୍ଷିତ ବନାଞ୍ଚଳର ୭୦ହେକ୍ଟର ଜଙ୍ଗଲର ରକ୍ଷଣାବେକ୍ଷଣ କରୁଛନ୍ତି ବାୟାଗୁଡ଼ାବାସୀ। ଅବଶିଷ୍ଟ ୩୦ ହେକ୍ଟର ଦାୟିତ୍ବ ଦାମାପୁଟ, ନନ୍ଦଗୁଡ଼ା, ପାଞ୍ଜିଆଗୁଡ଼ା, କୁନ୍ତରଖାଲବାସୀ ନେଇଛନ୍ତି।

ଦୀର୍ଘ ୪୪ବର୍ଷର ନିରନ୍ତର ଉଦ୍ୟମ ପରେ କୁନ୍ତରଖାଲ ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି। ଏହି ଜଙ୍ଗଲରେ ଶାଳ, ବିଜା, ମହୁଲ, ହରିଡ଼ା, ବାହାଡ଼ା, କେନ୍ଦୁ, ଆମ୍ବ ଭଳି ବିଶାଳ ବୃକ୍ଷ ଭରି ରହିଛି। ଅନେକ ଔଷଧୀୟ ବୃକ୍ଷ ସହ ଚାରକୋଳି, କଣ୍ଟେଇକୋଳି, ବାଉଁଶ ଗଛ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe