ଗଛକଟାକୁ ମିଳିତ ବିରୋଧ ପାଇଁ ଆହ୍ବାନ

Advertisment

ସାମ୍ପ୍ରତିକ ସ୍ଥିତିରେ ‘ବିଶ୍ବ ତାପନ’ ସାରା ମାନବ ସମାଜ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଏନେଇ ସମସ୍ତେ ସଚେତନ ହେବା ସହ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ନିଜ ନିଜ ସ୍ତରରେ ଉଦ୍ୟମ କରିବା ଆବଶ୍ୟକ।

ସାମ୍ପ୍ରତିକ ସ୍ଥିତିରେ ‘ବିଶ୍ବ ତାପନ’ ସାରା ମାନବ ସମାଜ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଏନେଇ ସମସ୍ତେ ସଚେତନ ହେବା ସହ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ନିଜ ନିଜ ସ୍ତରରେ ଉଦ୍ୟମ କରିବା ଆବଶ୍ୟକ।

Punascha Pruthibi

ବୌଦ୍ଧ: ସାମ୍ପ୍ରତିକ ସ୍ଥିତିରେ ‘ବିଶ୍ବ ତାପନ’ ସାରା ମାନବ ସମାଜ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଏନେଇ ସମସ୍ତେ ସଚେତନ ହେବା ସହ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ନିଜ ନିଜ ସ୍ତରରେ ଉଦ୍ୟମ କରିବା ଆବଶ୍ୟକ। କିଛି ନ ହେଲେ ଗଛଟିଏ ଲଗାଇ ତା’ର ଯତ୍ନ ନେବା ଓ ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିପାରିବା। ଗଛକଟାକୁ ମିଳିତ ଭାବେ ବିରୋଧ। ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ବୌଦ୍ଧ ନିର୍ବାଚନମଣ୍ଡଳୀର ଚନ୍ଦ୍ରଚୂଡ଼େଶ୍ବର ମନ୍ଦିର ନିକଟ ମହାନଦୀ ଆଳତି ଘାଟରେ ଆୟୋଜିତ  ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ରାସ୍ତାକଡ଼ ଓ ମହାନଦୀ ପଠାରେ ବୃକ୍ଷରୋପଣ କରି ସବୁଜବଳୟ ସୃଷ୍ଟି କରିବା ପାଇଁ ମତପ୍ରକାଶ ପାଇଥିଲା।

ମୁଖ୍ୟଅତିଥି ଭାବେ ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ। ତେଣୁ ‘ମୁଁ, ମୋର’ ମାନସିକତାରୁ ଊର୍ଦ୍ଧ୍ବକୁ ଉଠି ମିଳିତ ପ୍ରୟାସ କରିବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଚଳିତ ବର୍ଷର ଅସହ୍ୟ ଗ୍ରୀଷ୍ମ ପ୍ରବାହ ଉପରେ ଆଲୋକପାତ କରି ବାୟୁ ପ୍ରଦୂଷଣ ଏହାର ପ୍ରମୁଖ କାରଣ ବୋଲି କହିଥିଲେ। ଗତ ପ୍ରାୟ ଦେଢ଼ଶହ ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ଦେଢ଼ ଡିଗ୍ରି ବୃଦ୍ଧି ପାଇଥିବା ଏବଂ ଗତବର୍ଷ ବାୟୁ ପ୍ରଦୂଷଣରେ ୮୧ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ତଥ୍ୟ ଉପସ୍ଥାପନ କରିଥିଲେ। ତେଣୁ ବେଳ ଥାଉ ଥାଉ ସମେସ୍ତ ସଚେତନ ହେବା, ଚାଷ ପରେ ଜମିରେ ନିଆଁ ନ ଲଗାଇବା, ନିହାତି ଆବଶ୍ୟକ ନଥିଲେ ଯାତାୟାତ ପାଇଁ ଗାଡ଼ି ପରିବର୍ତ୍ତେ ସାଇକଲ ବ୍ୟବହାର କରିବା, ଗଛକଟାକୁ ମିଳିତ ଭାବେ ବିରୋଧ କରିବା ଭଳି ଛୋଟ ଛୋଟ ପ୍ରୟାସ ଦ୍ବାରା ଆମ ଆଖପାଖର ପରିବେଶ ପ୍ରଦୂଷଣ ମାତ୍ରା ହ୍ରାସ କରିପାରିବା ବୋଲି ପ୍ରକାଶ କରିଥିଲେ।

ଅନ୍ୟତମ ଅତିଥି ଭାବେ ବିଜେପିର ବୌଦ୍ଧ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ଉପସଭାପତି ଶ୍ୟାମସୁନ୍ଦର ପୁରୋହିତ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ ମହାପାତ୍ର, ଉଦ୍ଭିଦବିଜ୍ଞାନ ବିଭାଗ ମୁଖ୍ୟ ତଥା ପରିବେଶବିତ୍ ଡ. ପ୍ରବୀର ଦାସ, ଇକୋକ୍ଲବ୍‌ ଜିଲ୍ଲା ସଂଯୋଜକ ସ୍ବରାଜ କହଁର, ଜିଲ୍ଲା ଉନ୍ନୟନ ପରିଷଦ ସଭାପତି ଚିତ୍ତରଂଜନ ଦାସ, ବାଞ୍ଛନାଧି ହୋତା, ଅବସରପ୍ରାପ୍ତ ବାୟୁସେନା ଯବାନ୍‌ ସୂର୍ଯ୍ୟନାରାୟଣ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଶାନ୍ତ ପ୍ରସାଦ ମିଶ୍ର, ସଂସ୍କୃତ ବିଭାଗ ଅଧ୍ୟାପକ ପ୍ରତାପ ରଥ, ସମାଜସେବୀ ଦେବାଶିଷ ପୁରୋହିତ ପ୍ରମୁଖ ଏଥିରେ ଯୋଗ ଦେଇ ନିଜର ସୁଚିନ୍ତିତ ମତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe