ଭାରତର ପ୍ରାୟ ୪୪% ସହରରେ ବାୟୁ ପ୍ରଦୂଷଣ ଏକ ସ୍ଥାୟୀ ସମସ୍ୟା ପାଲଟିଛି ବୋଲି ସେଣ୍ଟର୍ ଫର୍ ରିସର୍ଚ ଅନ୍ ଏନର୍ଜି ଆଣ୍ଡ୍ କ୍ଲିନ୍ ଏଆର୍ (କ୍ରିୟା)ଦ୍ବାରା ସମ୍ପାଦିତ ଅଧ୍ୟୟନରୁ ଜଣାପଡ଼ିଛି। ୨୦୧୯ରୁ ୨୦୨୪ ମସିହା ଭିତରେ (କୋଭିଡ୍ ପ୍ରପୀଡ଼ିତ ୨୦୨୦ ଛଡ଼ା) ପ୍ରତି ବର୍ଷ ୪,୦୪୧ଟି ସହର ମଧ୍ୟରୁ ୧,୭୮୭ଟି ସହର ପିଏମ୍୨.୫ର ଜାତୀୟ ବାର୍ଷିକ ମାନକ ଟପିଥିବା ଲକ୍ଷ୍ୟ କରାଯାଇଥିଲା। ୨୦୨୫ର ପିଏମ୍୨.୫ ସ୍ତରର ସମୀକ୍ଷାରୁ ଜଣାପଡ଼ିଛି ଯେ ମେଘାଳୟର ବାଇରିନ୍ହାଟ, ଦିଲ୍ଲୀ ଓ ଉତ୍ତରପ୍ରଦେଶର ଗାଜିଆବାଦ ହେଉଛନ୍ତି ଯଥାକ୍ରମେ ଭାରତର ତିନିଟି ସର୍ବାଧିକ ପ୍ରଦୂଷିତ ସହର।
AAP MP Raghav Chadha: ଡେଲିଭରି ବଏ ଭୂମିକାରେ ସାଂସଦ ରାଘବ ଚଢ଼ା...
ଚିନ୍ତାର ବିଷୟ ହେଉଛି ପ୍ରଦୂଷଣର ଉତ୍ସ ବର୍ଷ ସାରା ସକ୍ରିୟ ରହୁଥିବାରୁ ବାୟୁ ପ୍ରଦୂଷଣ ଆଉ ଏକ ସାମୟିକ ସମସ୍ୟା ହୋଇ ରହିନାହିଁ। ସେହିପରି ଦେଶର ମାତ୍ର ୧୩୦ଟି ସହରକୁ ‘ଏନ୍ସିଏପି’ରେ ସାମିଲ କରାଯାଇଛି। ଏହି ୧୩୦ ସହର ମଧ୍ୟରୁ ୨୮ଟିରେ ଅନବରତ ବାୟୁ ଗୁଣବତ୍ତା ମାପିବା ପାଇଁ ମନିଟରିଂ ସେଣ୍ଟର ନାହିଁ। ପୁଣି ଲଗାତର ବାୟୁ ମାନକ ଟପୁଥିବା ୧,୭୮୭ଟି ସହର ମଧ୍ୟରେ ମାତ୍ର ୬୭ଟିରେ ‘ଏନ୍ସିଏପି’ କାର୍ଯ୍ୟକାରି ହେଉଛି। ଫଳସ୍ବରୂପ ଦେଶର ବାୟୁ ପ୍ରଦୂଷଣ ଦ୍ବାରା ପ୍ରପୀଡ଼ିତ ଅଧିକାଂଶ ସହର ବାୟୁ ସଫେଇ କାର୍ଯ୍ୟକମ ବହିର୍ଭୂତ ରହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/13/air-polluction-2026-01-13-00-27-30.jpg)