ବିପଦ ବଢ଼ାଉଛନ୍ତି ପରଦେଶୀ ଉଦ୍ଭିଦ

Advertisment

ବିଶ୍ୱର ବିଭିନ୍ନ ଅଞ୍ଚଳରେ ନିଜର ଆବଶ୍ୟକତା ପୂରଣ ଲାଗି ମଣିଷ ଅନ୍ୟ ଏକ ଭୌଗୋଳିକ ଅଞ୍ଚଳରେ ଜନ୍ମିତ ଉଦ୍ଭିଦ ପ୍ରଜାତିକୁ ନିଜ ଅଞ୍ଚଳରେ ରୋପଣ କରିଆସିଛି। ଶହ ଶହ ବର୍ଷ ଧରି ଚାଲିଆସିଥିବା ଏହି ପ୍ରକ୍ରିୟା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।

ବିଶ୍ୱର ବିଭିନ୍ନ ଅଞ୍ଚଳରେ ନିଜର ଆବଶ୍ୟକତା ପୂରଣ ଲାଗି ମଣିଷ ଅନ୍ୟ ଏକ ଭୌଗୋଳିକ ଅଞ୍ଚଳରେ ଜନ୍ମିତ ଉଦ୍ଭିଦ ପ୍ରଜାତିକୁ ନିଜ ଅଞ୍ଚଳରେ ରୋପଣ କରିଆସିଛି। ଶହ ଶହ ବର୍ଷ ଧରି ଚାଲିଆସିଥିବା ଏହି ପ୍ରକ୍ରିୟା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।

sfsffsxcxc

ବିଶ୍ୱର ବିଭିନ୍ନ ଅଞ୍ଚଳରେ ନିଜର ଆବଶ୍ୟକତା ପୂରଣ ଲାଗି ମଣିଷ ଅନ୍ୟ ଏକ ଭୌଗୋଳିକ ଅଞ୍ଚଳରେ ଜନ୍ମିତ ଉଦ୍ଭିଦ ପ୍ରଜାତିକୁ ନିଜ ଅଞ୍ଚଳରେ ରୋପଣ କରିଆସିଛି। ଶହ ଶହ ବର୍ଷ ଧରି ଚାଲିଆସିଥିବା ଏହି ପ୍ରକ୍ରିୟା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ବହୁ କ୍ଷେତ୍ରରେ ଏହି ଉଦ୍ଭିଦଗୁଡ଼ିକ ପରିବର୍ତ୍ତିତ ପରିବେଶ ସହିତ ଖାପଖୁଆଇ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛନ୍ତି, ଯାହା ଫଳରେ ସେ ଅଞ୍ଚଳର ମୂଳ ଉଦ୍ଭିଦ ପ୍ରଜାତି ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ପ୍ରକ୍ରିୟା ହେତୁ ବିଶ୍ୱବ୍ୟାପୀ ଉଷ୍ମ କ୍ରାନ୍ତିମଣ୍ଡଳୀୟ ପର୍ଯ୍ୟାବରଣ ପ୍ରଣାଳୀର ବୈଶିଷ୍ଟ୍ୟରେ ପରିବର୍ତ୍ତନ ଆସିଛି। ଏକ ନୂତନ ଅନୁଧ୍ୟାନରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ପରଦେଶୀୟ ଉଦ୍ଭିଦ ଦ୍ରୁତ ଗତିରେ ପାରିବେଶିକ ବ୍ୟବସ୍ଥାକୁ ବଦଳାଇବାରେ ଲାଗିଛି। ଦେଶୀୟ ପରିସଂସ୍ଥାନର ମୌଳିକ ବୈଶିଷ୍ଟ୍ୟଗୁଡ଼ିକୁ ଏହି ଉଦ୍ଭିଦ ପରିବର୍ତ୍ତନ କରିପକାଉଛି। ‘ନେଚର ରିଭ୍ୟୁଜ୍’ ପତ୍ରିକାରେ ପ୍ରକାଶିତ ଉକ୍ତ ଗବେଷଣାର ସବିଶେଷ ବିବରଣୀରୁ ଜଣାପଡ଼ିଛି ଯେ ବିଶ୍ୱର ଅନେକ ସ୍ଥାନରେ ଆକ୍ରମଣାତ୍ମକ ସ୍ବଭାବର ପରଦେଶୀ ଉଦ୍ଭିଦ ପ୍ରଜାତି ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଅନେକ ସ୍ଥାନରେ, ସେମାନେ ଦେଶୀୟ ପ୍ରଜାତି ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛନ୍ତି। ସେହିପରି ଜଳବାୟୁ ପରିବର୍ତ୍ତନ-ଚାଳିତ ମାନବୀୟ କାର୍ଯ୍ୟକଳାପ ପରଦେଶୀ ଉଦ୍ଭିଦ ପ୍ରଜାତିଗୁଡ଼ିକର ପ୍ରସାରକୁ ଆହୁରି ତୀବ୍ର କରିବା ସହ ନୂତନ ପାରିବେଶିକ ବ୍ୟବସ୍ଥାରେ ପରିବର୍ତ୍ତନର ଗତିବିଧିକୁ ମଧ୍ୟ ସକ୍ରିୟ କରୁଛି ବୋଲି ଅଧ୍ୟୟନରେ ଉଲ୍ଲେଖ କରାଯାଇଛି।

ପରଦେଶୀ ଉଦ୍ଭିଦଗୁଡ଼ିକର ଆକ୍ରମଣାତ୍ମକ ବିସ୍ତାର ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ଦ୍ବାରା ପାରିବେଶିକ ବ୍ୟବସ୍ଥାରେ ଯେଉଁ ପରିବର୍ତ୍ତନ ହେବ ତାହା ନକାରାତ୍ମକ ପ୍ରଭାବ ପକାଇବ। 

ଗବେଷକମାନେ ମୁଖ୍ୟତଃ ଉଷ୍ମ କ୍ରାନ୍ତିମଣ୍ଡଳୀୟ ଏବଂ ଉପ-ଉଷ୍ଣକ୍ରାନ୍ତିମଣ୍ଡଳୀୟ ଅଞ୍ଚଳକୁ ଅଧ୍ୟୟନ କରିଥିଲେ। ଏହା ଭୂପୃଷ୍ଠର ପ୍ରାୟ ୬୦ ପ୍ରତିଶତ ଅଞ୍ଚଳରେ ବିସ୍ତାରିତ ଏବଂ ଏହା ଜୈବ ବିବିଧତାକୁ ସମର୍ଥନ କରିଥାଏ। ପୁଣି ବିଶ୍ବର ଶହେ କୋଟି ଲୋକ ନିଜର ଜୀବିକା ନିର୍ବାହ ପାଇଁ ଏହି ଅଞ୍ଚଳ ଉପରେ ନିର୍ଭରଶୀଳ। ପ୍ରାରମ୍ଭରେ ମଣିଷ ନିଜ ସୁବିଧା ପାଇଁ ଏହି ପ୍ରଜାତିମାନଙ୍କୁ ସେମାନଙ୍କର ମୂଳସ୍ଥାନରୁ  ଆଣି ଅନ୍ୟତ୍ର ଉପୁଜାଇଥିଲା। ୧୯୫୦ ଦଶକ ପରଠାରୁ ପରଦେଶୀ ଉଦ୍ଭିଦ ପ୍ରଜାତିଗୁଡ଼ିକର ପ୍ରସାର ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ଅତି କମ୍‌ରେ ୪ ପ୍ରତିଶତ (ପ୍ରାୟ ୧୩,୯୩୦ରୁ ୧୮,୫୪୩ ପ୍ରଜାତି) ସେମାନଙ୍କର ଜୈବିକ ଭୌଗୋଳିକ ପରିସର ବାହାରେ ବସତି ସ୍ଥାପନ କରିଛନ୍ତି। ଉଷ୍ମ କ୍ରାନ୍ତିମଣ୍ଡଳୀୟ ଅଞ୍ଚଳରେ ପ୍ରାୟ ୯,୮୩୧ ପରଦେଶୀ ଉଦ୍ଭିଦ ନିଜକୁ ପ୍ରତିଷ୍ଠିତ କରିଛନ୍ତି ଏବଂ ଏ ମଧ୍ୟରୁ ଅନେକର ଆକ୍ରମଣାତ୍ମକ ବିସ୍ତାର ସ୍ବଭାବ ହେତୁ ଦେଶୀ ପ୍ରଜାତି ସଂକଟାପନ୍ନ ହେଉଛନ୍ତି।  

ଗବେଷକମାନେ କହିଛନ୍ତି ଯେ ବିଶ୍ୱର ପ୍ରାୟ ୨୬ ପ୍ରତିଶତ ଦ୍ୱୀପରେ ସ୍ଥାନୀୟ ପ୍ରଜାତି ଅପେକ୍ଷା ପରଦେଶୀ ଉଦ୍ଭିଦ ଅଧିକ ବିସ୍ତାର ଲାଭ କରିଛନ୍ତି। ଗୁଆମ୍ ଭଳି ଦ୍ୱୀପରେ ୬୬.୫ ପ୍ରତିଶତ ପରଦେଶୀ ଉଦ୍ଭିଦ ରହିଥିବା ବେଳେ ତାହିତିରେ ୭୩.୮ ପ୍ରତିଶତ ଅଛନ୍ତି। ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ଦକ୍ଷିଣ ଏସିଆରେ ପରଦେଶୀୟଙ୍କ ଆକ୍ରମଣାତ୍ମକ ବିସ୍ତାର ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦକ୍ଷିଣ ଆମେରିକା, ପଶ୍ଚିମ ଆଫ୍ରିକା, ଉପକୂଳ ଏସିଆ ଏବଂ ଦକ୍ଷିଣ-ପଶ୍ଚିମ ଚୀନରେ ପରଦେଶୀ ଉଦ୍ଭିଦଗୁଡ଼ିକର ଆକ୍ରମଣାତ୍ମକ ବିସ୍ତାର ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ଦ୍ବାରା ପାରିବେଶିକ ବ୍ୟବସ୍ଥାରେ ଯେଉଁ ପରିବର୍ତ୍ତନ ହେବ ତାହା ନକାରାତ୍ମକ ପ୍ରଭାବ ପକାଇବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe