କୃତ୍ରିମ ରେଶମ କମାଇବ ପ୍ରଦୂଷଣ

ରେଶମ ବସ୍ତ୍ର ପ୍ରସ୍ତୁତ କରିବା ପାଇଁ ରେଶମ ପୋକ ପାଳିବା ଓ ଗରମ ପାଣିରେ ତାକୁ ଫୁଟାଇବା ଆବଶ୍ୟକ ହୋଇଥାଏ, ଯେଉଁ ପ୍ରକ୍ରିୟାରେ ଅନେକ ଜଳ ଓ ଶକ୍ତି ଅପଚୟ ହୋଇଥାଏ। ରେଶମପୋକଙ୍କ ଶୋଷଣ ଭଳି ନୈତିକ ଦିଗ ମଧ୍ୟ ଏଥିସହିତ ସଂପୃକ୍ତ।

xcxcxdd

ରେଶମ ବସ୍ତ୍ର ପ୍ରସ୍ତୁତ କରିବା ପାଇଁ ରେଶମ ପୋକ ପାଳିବା ଓ ଗରମ ପାଣିରେ ତାକୁ ଫୁଟାଇବା ଆବଶ୍ୟକ ହୋଇଥାଏ, ଯେଉଁ ପ୍ରକ୍ରିୟାରେ ଅନେକ ଜଳ ଓ ଶକ୍ତି ଅପଚୟ ହୋଇଥାଏ। ରେଶମପୋକଙ୍କ ଶୋଷଣ ଭଳି ନୈତିକ ଦିଗ ମଧ୍ୟ ଏଥିସହିତ ସଂପୃକ୍ତ। ବସ୍ତ୍ର ଶିଳ୍ପରେ ଏବେ ଏକ ନୂଆ ଉଦ୍ଭାବନ ଏହିସବୁ ସମସ୍ୟା ଦୂର କରିବାକୁ ଯାଉଛି- ମାନବ ନିର୍ମିତ ରେଶମ। ଅତ୍ୟାଧୁନିକ ବାୟୋଫାବ୍ରିକେସନ୍ କୌଶଳରେ ପରୀକ୍ଷାଗାରରେ ଉଦ୍ଭିଦ ଭିତ୍ତିକ କାର୍ବନକୁ ବୀଜାଣୁମାନଙ୍କ ଦ୍ବାରା ରେଶମରେ ରୂପାନ୍ତରିତ କରାଯାଇପାରୁଛି।

ପାରମ୍ପରିକ ରେଶମ ଉତ୍ପାଦନ ତୁଳନାରେ କୃତ୍ରିମ ରେଶମ ଉତ୍ପାଦନରେ ପରିବେଶ ଉପରେ ମାତ୍ର ୨୦% କୁପ୍ରଭାବ ପଡ଼ିବ। ଏହି ପ୍ରକ୍ରିୟାର ଆଉ ଏକ ଲାଭ ହେଉଛି ଆବଶ୍ୟକତା ଅନୁସାରେ ଶକ୍ତ, ନମନୀୟ ଅଥବା ବାୟୁ ଚଳାଚଳ ପାଇଁ ଉପଯୁକ୍ତ କୃତ୍ରିମ ରେଶମ କପଡ଼ା ପ୍ରସ୍ତୁତ କରିବା ସମ୍ଭବ। ତେଣୁ ଏହି ରେଶମ କପଡ଼ାରୁ ଫ୍ୟାସନ୍ ସାମଗ୍ରୀରୁ ଆରମ୍ଭ କରି  ମେଡିକାଲ୍‌ରେ ବ୍ୟବହୃତ ବସ୍ତ୍ର ପର୍ଯ୍ୟନ୍ତ ତିଆରି କରାଯାଇପାରିବ। ଉଭୟ ପୋଷାକ କ୍ରେତା ଓ ଉତ୍ପାଦନକାରୀ କମ୍ପାନିଙ୍କ ପାଇଁ ପରିବେଶ ଅନୁକୂଳତା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ବାୟୋଇଂଜିନିୟରିଂ ଦ୍ବାରା ପ୍ରସ୍ତୁତ ରେଶମ ବସ୍ତ୍ର ଶିଳ୍ପ ଲାଗି ବୈପ୍ଳବିକ ସାବ୍ୟସ୍ତ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe