‘ଆଠଗଡ଼ ହେଉଛି ପ୍ରକୃତିର ଦାନ; ସୁରକ୍ଷା ପାଇଁ ଆଗେଇ ଆସନ୍ତୁ’

Advertisment

ପ୍ରାକୃତିକ ସମ୍ପଦରେ ଭରପୂର ଆଠଗଡ଼ ହେଉଛି ପ୍ରକୃତିର ଦାନ। ତାହାର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଗୁରୁବାର ଆଠଗଡ଼ ବନଖଣ୍ଡର କେନ୍ଦ୍ରୀୟ ନର୍ସରି ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଆହ୍ବାନ ଦିଆଯାଇଛି।

ପ୍ରାକୃତିକ ସମ୍ପଦରେ ଭରପୂର ଆଠଗଡ଼ ହେଉଛି ପ୍ରକୃତିର ଦାନ। ତାହାର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଗୁରୁବାର ଆଠଗଡ଼ ବନଖଣ୍ଡର କେନ୍ଦ୍ରୀୟ ନର୍ସରି ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଆହ୍ବାନ ଦିଆଯାଇଛି।

dgdgdgtt

ବଡମ୍ବା: ପ୍ରାକୃତିକ ସମ୍ପଦରେ ଭରପୂର ଆଠଗଡ଼ ହେଉଛି ପ୍ରକୃତିର ଦାନ। ତାହାର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଗୁରୁବାର ଆଠଗଡ଼ ବନଖଣ୍ଡର କେନ୍ଦ୍ରୀୟ ନର୍ସରି ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଆହ୍ବାନ ଦିଆଯାଇଛି। ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ଯୋଗ ଦେଇ ଆଠଗଡ଼ ବନଖଣ୍ଡ ଏସିଏଫ୍‌ ଡକ୍ଟର ବିଶ୍ବାଳ ଚିଚିଲିଚି କହିଛନ୍ତି ଯେ ଘର ଚତୁଃପାର୍ଶ୍ବରୁ ପରିବେଶ ସୃଷ୍ଟି। ଆଠଗଡ଼ରେ ମା’ ପାଇଁ ଗଛଟିଏ ଯୋଜନାରେ ସାଢ଼େ ୩ ଲକ୍ଷ ଚାରା ବଣ୍ଟନ କରାଯାଇଛି। ତା’ସହିତ ବଜ୍ରପାତରୁ ରକ୍ଷା ପାଇଁ ଆଠଗଡ଼ ବନଖଣ୍ଡରେ ୪୦ ହଜାର ତାଳମଞ୍ଜି ଲଗାଯାଇଛି। ହାତୀଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ଅଭାବ ଓ ପାଣି ସମସ୍ୟାର ସମାଧାନ ପାଇଁ ବନବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। କଖଡିଠାରେ ମହାନଦୀରେ ବିରଳ ପ୍ରଜାତିର ପକ୍ଷୀ ପାଣିଚିରି ଏକ ସୁରକ୍ଷିତ ବାସସ୍ଥାନ ପାଲଟିଛି। ପକ୍ଷୀଙ୍କ ସଂଖ୍ୟା ବଢୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।

ଏହି କାର୍ଯ୍ୟକ୍ରମରେ ଆଠଗଡ଼ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ, ଏନ୍‌ଏସି ଉପାଧ୍ୟକ୍ଷ ବି.ଶୁଭ୍ରଶଙ୍କର ଜ୍ୟୋତି, ରାଜନଗର ସରପଞ୍ଚଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ପରିଡା ଯୋଗ ଦେଇ ବନବିଭାଗ ଜଙ୍ଗଲ ବଦଳରେ ନଦୀବନ୍ଧ, ପଞ୍ଚାୟତ ଓ ଗାଁରେ ତାଳଗଛ ଲଗାଇବା ଅଭିଯାନ ଆରମ୍ଭ କରୁ ବୋଲି ପରାମର୍ଶ ଦେଇଥିଲେ। ଏସବୁ କାର୍ଯ୍ୟକ୍ରମରେ ପରିବେଶ ଓ ପ୍ରକୃତିର ସୁରକ୍ଷା ପ‌ାଇଁ କାର୍ଯ୍ୟକରୁଥିବା ଅନୁଷ୍ଠାନମାନଙ୍କୁ ସାମିଲ କରାଯାଉ। ହାତୀଙ୍କ ସୁରକ୍ଷା ପାଇଁ ସୁରକ୍ଷିତ ହାତୀ କରିଡର୍‌ କରାଯାଉ। ଗାଁରେ କୁକୁଡ଼ା ଫାର୍ମ ଖୋଲିବାକୁ ଅନୁମତି ଦିଆନଯାଉ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଭବିଷ୍ୟତ ବଂଶଧରଙ୍କ ସୁରକ୍ଷା ପାଇଁ ସଚେତନତା ଆବଶ୍ୟକ। ଉତ୍ତର ପିଢ଼ିଙ୍କ ପାଇଁ ପରିବେଶ ସୁରକ୍ଷା ସହ ବ୍ୟାପକ ସଚେତନତା ତଥା ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଆଠଗଡ ଏନ୍‌ଏସିର ଉପାଧ୍ୟକ୍ଷ ବି.ଶୁଭ୍ରଶଙ୍କର ଜ୍ୟୋତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡ଼ର ପରିବେଶପ୍ରେମୀ, ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe