ବାରିପଦା ସହର ଉତ୍ତପ୍ତ ହେବା ଚିନ୍ତାଜନକ: ସନାତନ

Advertisment

ସମଗ୍ର ବିଶ୍ବ ଆଜି ଦୂଷିତ ଜଳବାୟୁ ମଧ୍ୟରେ ସନ୍ତୁଳି ହୋଇ ଚାଲିଛି। ବିକାଶ ନାମରେ ପରିବେଶକୁ ଉଜାଡ଼ି ଦେଉଛନ୍ତି। ସବୁଜ ବନାନୀ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ଭରପୂର ହୋଇଥିଲେ ମଧ୍ୟ ବିଶ୍ବରେ ବାରିପଦା ଉତ୍ତପ୍ତ ସହର ତାଲିକାରେ ସ୍ଥାନ ପାଇଛି।

ସମଗ୍ର ବିଶ୍ବ ଆଜି ଦୂଷିତ ଜଳବାୟୁ ମଧ୍ୟରେ ସନ୍ତୁଳି ହୋଇ ଚାଲିଛି। ବିକାଶ ନାମରେ ପରିବେଶକୁ ଉଜାଡ଼ି ଦେଉଛନ୍ତି। ସବୁଜ ବନାନୀ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ଭରପୂର ହୋଇଥିଲେ ମଧ୍ୟ ବିଶ୍ବରେ ବାରିପଦା ଉତ୍ତପ୍ତ ସହର ତାଲିକାରେ ସ୍ଥାନ ପାଇଛି।

jdgjgjjggjjg

ବେତନଟୀ/ବଡ଼ସାହି/ବୈଶିଙ୍ଗା: ସମଗ୍ର ବିଶ୍ବ ଆଜି ଦୂଷିତ ଜଳବାୟୁ ମଧ୍ୟରେ ସନ୍ତୁଳି ହୋଇ ଚାଲିଛି। ବିକାଶ ନାମରେ ପରିବେଶକୁ ଉଜାଡ଼ି ଦେଉଛନ୍ତି। ସବୁଜ ବନାନୀ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ଭରପୂର ହୋଇଥିଲେ ମଧ୍ୟ ବିଶ୍ବରେ ବାରିପଦା ଉତ୍ତପ୍ତ ସହର ତାଲିକାରେ ସ୍ଥାନ ପାଇଛି। ଏହା ନିଶ୍ଚିତ ଭାବେ ପରିବେଶ ଅବକ୍ଷୟର ନମୁନା। ଏଥିପ୍ରତି ସମସ୍ତେ ଯତ୍ନବାନ ନହେଲେ, ଆଗାମୀ ଦିନରେ ଭୟଙ୍କର ବିପଦ ମାଡ଼ି ଆସିବ ବୋଲି ମୟୂରଭଞ୍ଜ ଜିଲ୍ଲା ବେତନଟୀ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବଡ଼ସାହି ବିଧାୟକ ସନାତନ ବିଜୁଳି ମତବ୍ୟକ୍ତ କରିଥିଲେ।

ମୁଖ୍ୟଅତିଥି ବିଧାୟକ ଶ୍ରୀ ବିଜୁଳି ଆହୁରି କହିଥିଲେ, ବିଗିଡ଼ି ଯାଉଥିବା ପରିବେଶକୁ ସୁରକ୍ଷା ଦେବାକୁ ହେଲେ ସମସ୍ତଙ୍କୁ ବୃକ୍ଷରୋପଣ କରିବାକୁ ହେବ। କେବଳ ବୃକ୍ଷରୋପଣ କରି ଚୁପ୍‌ ହୋଇ ବସିଗଲେ ଚଳିବନି, ଏହାକୁ ବଞ୍ଚାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ସମେତ ଜନସାଧାରଣ ଯତ୍ନବାନ ହେବା ଏକାନ୍ତ ଅପରିହାର୍ଯ୍ୟ। ଅବକ୍ଷୟମୁଖୀ ବାରିପଦା ସହର ପରିବେଶକୁ ସୁରକ୍ଷା ଦେବାକୁ ସମସ୍ତେ ଆଗଭର ହେବାକୁ ବିଧାୟକ ଶ୍ରୀ ବିଜୁଳି ପରାମର୍ଶ ଦେଇଥିଲେ। ପଞ୍ଜାବ ଓ ହରିଆନା ପ୍ରଦେଶର ଚାଷ ସମ୍ପର୍କିତ ଉଦାହରଣ ରଖି ଜୈବିକ ଖତ ବ୍ୟବହାର ଉପରେ ବିଧାୟକ ଶ୍ରୀ ବିଜୁଳି ଗୁରୁତ୍ବାରୋପ କରିଥିଲେ।  ସମ୍ମାନିତ ଅତିଥି ଭାବେ ପରିବେଶବିତ୍ ଡ. ରମାକାନ୍ତ ମହାନ୍ତ ଯୋଗଦେଇ ‘ସମ୍ବାଦ’ର କାର୍ଯ୍ୟକ୍ରମ, ବିଚାରଧାରା ଏକ ଅନ୍ତର୍ଜାତୀୟ ବିପ୍ଳବ ବୋଲି ଅଭିହିତ କରିଥିଲେ।

ଅନ୍ୟତମ ଅତିଥି ଭାବେ ବଡ଼ସାହି ‘ସମ୍ବାଦ-ସାହିତ୍ୟଘର’ ସଭାପତି ବଙ୍କିମ ବିହାରୀ ପାତ୍ର ଯୋଗେଦେଇ ପରିବେଶ ପ୍ରତି ଏବେଠାରୁ ସାବଧାନ ନହେଲେ, ଭବିଷ୍ୟତ ପିଢ଼ି ଅମ୍ଳଜାନ ବ୍ୟାଗ୍ ଧରି ବାଟ ଚାଲିବା ସୁନିଶ୍ଚିତ ବୋଲି ଚେତାଇ ଦେଇଥିଲେ। ଅତିଥି ଭାବେ ବେତନଟୀ କଲେଜର ପରିଚାଳନା କମିଟି ସଭାପତି ଅଲେଖ ଚନ୍ଦ୍ର ବିଶ୍ୱାଳ, ଅଧ୍ୟକ୍ଷ ମନୋରଞ୍ଜନ ମହାନ୍ତ, ପୂର୍ବତନ କଲେଜ ଅଧ୍ୟକ୍ଷା ସଂଯୁକ୍ତା ଜୀ, ବେତନଟୀ ‘ସମ୍ବାଦ-ସାହିତ୍ୟଘର’ ସଭାନେତ୍ରୀ ମନ୍ଦାକିନୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe