ଟ୍ରାପ୍‌ କ୍ୟାମେରାରେ ବ୍ଲାକ୍‌ ପାନ୍ଥର୍‌

ସୁନ୍ଦରଗଡ଼ ଜଙ୍ଗଲରେ ଠାବ ହୋଇଛି ବିରଳ ବ୍ଲାକ୍‌ ପାନ୍ଥର। ହେମଗିର ବନାଞ୍ଚଳ ଦାଘୋରା ସେକ୍ସନ ଅଞ୍ଚଳରେ ଏହି ବିରଳ ବ୍ଲାକ୍‌ ପାନ୍ଥର ଘୂରି ବୁଲୁଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ମୀରାସେ।

hkhfhfkfhkhkf

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜଙ୍ଗଲରେ ଠାବ ହୋଇଛି ବିରଳ ବ୍ଲାକ୍‌ ପାନ୍ଥର। ହେମଗିର ବନାଞ୍ଚଳ ଦାଘୋରା ସେକ୍ସନ ଅଞ୍ଚଳରେ ଏହି ବିରଳ ବ୍ଲାକ୍‌ ପାନ୍ଥର ଘୂରି ବୁଲୁଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ମୀରାସେ। ଜଙ୍ଗଲ ଜୀବଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଲାଗିଥିବ ଟ୍ରାପ୍ କ୍ୟାମେରାରେ ବାଘର ଫଟୋ କଏଦ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ୨୦୧୮ ମେ’ ମାସରେ ପ୍ରଥମେ ହେମଗିର ବନାଞ୍ଚଳରେ ବ୍ଲାକ୍‌ ପାନ୍ଥର ଠାବ ହୋଇଥିଲା। ଏହାପରେ ତା’ର ଗତିବିଧି ଉପରେ ବନବିଭାଗ ନଜର ରଖିଥିଲା। କିନ୍ତୁ ତା’ପରେ ବହୁଦିନ ଏହି ବିରଳଜୀବର ସନ୍ଧାନ ମିଳିନଥିଲା।

ଏହାପରେ ୨୦୨୨ ମସିହାରୁ ଲଗାତାର ଭାବେ ବ୍ଲାକ୍‌ ପାନ୍ଥର ଠାବ ହେଉଛି। ଏ ସମ୍ପର୍କରେ ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ବ୍ଲାକ୍‌ ପାନ୍ଥର ଠାବହେଲା ପରେ ସେହି ଅଞ୍ଚଳରେ ଜଳାଶୟ ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ତା’ ସହିତ ବୁଦାଜଙ୍ଗଲ ସୃଷ୍ଟି କରି ହରିଣ, କୁଟ୍ରା ଆଦି ଜୀବଜନ୍ତୁ କିପରି ବୃଦ୍ଧି ହୋଇପାରିବେ ସେ ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ଖୁସିର ବିଷୟ ହେଉଛି ସୁନ୍ଦରଗଡ଼ ଜଙ୍ଗଲରେ ପ୍ରତିବର୍ଷ ଜୀବଜନ୍ତୁ ବୃଦ୍ଧି ପାଉଛନ୍ତି। ଯେପରି ବ୍ଲାକ୍‌ ପାନ୍ଥର ଆଉ ଏହି ଅଞ୍ଚଳ ଛାଡ଼ି ଯିବନାହିଁ ସେ ଦିଗରେ ଆମେ ସଜାଗ ରହିଛୁ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe