୨ ଲକ୍ଷ ୨୨ ହଜାର କୋଟିର ପୁଞ୍ଜି: ସବୁ ଜିଲ୍ଲାକୁ ପ୍ରାଧାନ୍ୟ, ୧,୩୯,୧୯୭ ନିଯୁକ୍ତି ସ୍ବପ୍ନ

Advertisment

୨୪ ବର୍ଷର ବିଜୁ ଜନତା ଦଳ (ବିଜେଡି) ଶାସନର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଏହାର ଛଅ ମାସର ଯାତ୍ରା ପୂରଣ କରିଛି।

୨୪ ବର୍ଷର ବିଜୁ ଜନତା ଦଳ (ବିଜେଡି) ଶାସନର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଏହାର ଛଅ ମାସର ଯାତ୍ରା ପୂରଣ କରିଛି।

dgdggd

ପ୍ରଭାତ କୁମାର ପଟ୍ଟନାୟକ 

ଭୁବନେଶ୍ବର: ୨୪ ବର୍ଷର ବିଜୁ ଜନତା ଦଳ (ବିଜେଡି) ଶାସନର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଏହାର ଛଅ ମାସର ଯାତ୍ରା ପୂରଣ କରିଛି। ଏହି ସମୟ ଖଣ୍ଡ ଭିତରେ ଶିଳ୍ପାୟନକୁ ନେଇ ସରକାର କରିଥିବା ଉତ୍ସାହଜନକ ଉଦ୍ୟମ ରାଜ୍ୟକୁ ଆସିଥିବା ପୁଞ୍ଜିନିବେଶ ପ୍ରସ୍ତାବରେ ପ୍ରତିଫଳିତ ହୋଇଛି। ଗତ ଛଅ ମାସ ମଧ୍ୟରେ ରାଜ୍ୟରେ ପୁଞ୍ଜିନିବେଶ ଲାଗି ୨ ଲକ୍ଷ ୨୨ ହଜାର ୧୪୭ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ସେହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧,୪୯,୧୯୭ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସ୍ବପ୍ନ ଦେଖାଇଛନ୍ତି ସରକାର।

ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ କର୍ତ୍ତୃପକ୍ଷ, ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ଓ ଶକ୍ତି ବିଭାଗର ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥାରେ ୧୪,୩୦୨ କୋଟି ଟଙ୍କାର ୭୨ଟି ନିବେଶ ପ୍ରସ୍ତାବ ମଞ୍ଜୁର କରାଯାଇଛି। ସେହିପରି ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ୨,୦୨,୨୭୧ କୋଟି ଟଙ୍କାର ୩୨ଟି ନିବେଶ ପ୍ରସ୍ତାବ ମଞ୍ଜୁର କରିଛନ୍ତି। ଶକ୍ତି ବିଭାଗର ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ୫୫୭୪ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମଞ୍ଜୁର କରିଛନ୍ତି। ନୂଆ ସରକାର ମଞ୍ଜୁର କରିଥିବା ନିବେଶ ପ୍ରସ୍ତାବଗୁଡ଼ିକ ଉପରେ ନଜର ପକାଇଲେ ଗୋଟିଏ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁଛି। ତାହା ହେଉଛି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ଲାଗି ସରକାରଙ୍କ ସଂକଳ୍ପ। ଯାଜପୁର, ଖୋର୍ଦ୍ଧା, ସମ୍ବଲପୁର, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ, ବରଗଡ଼, ପୁରୀ, ସୁନ୍ଦରଗଡ଼, ବୌଦ୍ଧ, କୋରାପୁଟ, ବାଲେଶ୍ବର, ଢେଙ୍କାନାଳ, ଭଦ୍ରକ, ଜଗତ୍‌ସିଂହପୁର ଭଳି ଜିଲ୍ଲାଗୁଡ଼ିକରେ ବହୁ ସଂଖ୍ୟାରେ ପ୍ରକଳ୍ପ ସ୍ଥାପନ କରିବା ଲାଗି ଅନୁମୋଦନ ପ୍ରଦାନ କରାଯାଇଛି। ନିବେଶ ପ୍ରସ୍ତାବଗୁଡ଼ିକ ମୁଖ୍ୟତଃ ଇସ୍ପାତ, ରସାୟନ, ଆଲୁମିନିୟମ, ବିମାନ ଇନ୍ଧନ, ଗ୍ରିନ୍ ଏନର୍ଜି, ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ, ଅକ୍ଷୟ ଶକ୍ତି, ପୋଷାକ, ବୟନ, ଶକ୍ତି ଓ ସିମେଣ୍ଟ କ୍ଷେତ୍ର ଲାଗି ଆସିଛି। 

ରାଜ୍ୟର ଶିଳ୍ପାୟନ ପ୍ରତି ଉଭୟ ପୁରୁଣା ଓ ନୂଆ ନିବେଶକମାନେ ଆଗ୍ରହ ପ୍ରକାଶ କରିଛନ୍ତି। ପୂର୍ବରୁ କଳକାରଖାନା ବସାଇଥିବା ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦନ କ୍ଷମତାର ସମ୍ପ୍ରସାରଣ କରିବାରେ ପୁଞ୍ଜିନିବେଶ କରୁଛନ୍ତି। ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌) ଏହାର ଯାଜପୁର କାରଖାନା କ୍ଷମତା ସମ୍ପ୍ରସାରଣ କରିବାରେ ୬୧,୭୬୯.୦୩ କୋଟି ଟଙ୍କା ନିବେଶ କରୁଛି। କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ୍ କେମିକାଲ୍‌ସ ଲିମିଟେଡ୍‌ ଝାରସୁଗୁଡ଼ା ଜିଲ୍ଲାରେ ୧୧,୭୮୨.୦୫ କୋଟି ଟଙ୍କା ନିବେଶ କରି କୋଇଲାରୁ ଆମୋନିଅମ୍ ନାଇଟ୍ରେଟ୍‌ ଉତ୍ପାଦନ କାରଖାନା ବସାଇବାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ହାସଲ କରିଛି। ହିଣ୍ଡାଲ୍‌କୋ ଏହାର ସମ୍ବଲପୁର କାରଖାନାର କ୍ଷମତା ସମ୍ପ୍ରସାରଣରେ ୧୦,୬୪୫ କୋଟି ଟଙ୍କା ନିବେଶ କରୁଛି। 
ପର୍ଯ୍ୟଟନ ‌କ୍ଷେତ୍ର ଲାଗି ମଧ୍ୟ ରାଜ୍ୟକୁ ଅନେକ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ବିଶେଷ କରି ହୋଟେଲ୍‌ ସ୍ଥାପନ କରିବା ଲାଗି ବହୁ ନିବେଶକ ଆଗ୍ରହ ଦେଖାଇଛନ୍ତି। ପୁରୀ, ଶିମିଳିପାଳ, ଭୁବନେଶ୍ବର ଆଦିରେ ନୂଆ ହୋଟେଲ୍‌ ସ୍ଥାପନରେ ପୁଞ୍ଜିନିବେଶ ହେଉଛି। ୱେଲକମ୍‌ ହୋଟେଲ୍‌ ଏହାର ଭୁବନେଶ୍ବର ହୋଟେଲ୍‌ ସମ୍ପ୍ରସାରଣରେ ୧୧୯.୧୪ କୋଟି ଟଙ୍କା ନିବେଶ କରୁଛି। ଲାଇଫ୍ ଗ୍ରୁପ୍ ଅଫ୍ ହୋଟେଲ୍‌ସ ପୁରୀ ଓ କୋରାପୁଟରେ ୧୫୪ କୋଟି ଟଙ୍କା ନିବେଶ କରିବାକୁ ଯାଉଛି।  ଅକ୍ଷୟ ଶକ୍ତି କ୍ଷେତ୍ରରେ ମଧ୍ୟ ଓଡ଼ିଶା ବିପୁଳ ପୁଞ୍ଜିନିବେଶ ହାସଲ କରିଛି। କଳାହାଣ୍ଡିରେ ଓଏଚ୍‌ପିସି ଏକ ୬୦୦ ମେଗାୱାଟ୍‌ର ପମ୍ପଡ୍‌ ଷ୍ଟୋରେଜ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛି। ଓଏନ୍‌ଜିସି ତ୍ରିପୁରା ପାୱାର କମ୍ପାନି ନବରଙ୍ଗପୁର, ଖୋର୍ଦ୍ଧା ଓ ଜଗତସିଂହପୁରରେ ରୁଫ୍‌ଟପ୍ ସୋଲାର ପ୍ରକଳ୍ପ ସ୍ଥାପନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe