ମେ’ରେ ରେକର୍ଡ କରିବ ଅଙ୍ଗାରକାମ୍ଳ: ୨ ନିୟୁତ ବର୍ଷରେ ସର୍ବାଧିକ

Advertisment

ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନରେ ବାର୍ଷିକ ବୃଦ୍ଧି ୨୦୨୩ ଓ ୨୦୨୪ ମସିହାରେ ସର୍ବାଧିକ ରହିଥିବା ବେଳେ ଚଳିତବର୍ଷ ମଧ୍ୟ ଏହି ଧାରା ଅବ୍ୟାହତ ରହିବ ବୋଲି ଅନୁମାନ କରାଯାଉଛି।

ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନରେ ବାର୍ଷିକ ବୃଦ୍ଧି ୨୦୨୩ ଓ ୨୦୨୪ ମସିହାରେ ସର୍ବାଧିକ ରହିଥିବା ବେଳେ ଚଳିତବର୍ଷ ମଧ୍ୟ ଏହି ଧାରା ଅବ୍ୟାହତ ରହିବ ବୋଲି ଅନୁମାନ କରାଯାଉଛି।

fhhfhffh

ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନରେ ବାର୍ଷିକ ବୃଦ୍ଧି ୨୦୨୩ ଓ ୨୦୨୪ ମସିହାରେ ସର୍ବାଧିକ ରହିଥିବା ବେଳେ ଚଳିତବର୍ଷ ମଧ୍ୟ ଏହି ଧାରା ଅବ୍ୟାହତ ରହିବ ବୋଲି ଅନୁମାନ କରାଯାଉଛି। ୧୯୫୮ ମସିହାରୁ ହାଵାଇ ସ୍ଥିତ ମୈନା ଲୋଆ ନିରୀକ୍ଷଣକେନ୍ଦ୍ର କରି ଆସୁଥିବା ଅନୁଧ୍ୟାନ ଅନୁଯାୟୀ, ଅଙ୍ଗାରକାମ୍ଳ ନିର୍ଗମନ ବୃଦ୍ଧି ବଳବତ୍ତର ରହିବା ସହ ଆସନ୍ତା ମେ’ ମାସରେ ଏହା ରେକର୍ଡସ୍ତରକୁ ଯିବ। ସେତେବେଳକୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ୪୨୯.୬ ପିପିଏମ୍‌(ପାର୍ଟିକୁଲେଟ୍‌ ପର୍‌ ମିଲିଅନ୍‌ ବା ନିୟୁତ ପିଛା କଣିକା) ରହିଥିବ, ଯାହା ବିଗତ ୨ ନିୟୁତ ବର୍ଷ ମଧ୍ୟରେ ସର୍ବାଧିକ ହେବ ବୋଲି ଆକଳନ କରାଯାଉଛି। 
୨୦୨୪ ଓ ୨୦୨୫ ମସିହା ମଧ୍ୟରେ ଏହା ୨.୨୬ ପିପିଏମ୍‌ ଅଧିକ ରହିବ, ଯାହା ବୈଶ୍ବିକ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରି ସେଲସିଅସ୍‌ ଭିତରେ ରଖିବା ସ୍ଥିତି ପାଇଁ ଆଦୌ ଅନୁକୂଳ ନୁହେଁ। ପାଣିପାଗ ପରିବର୍ତ୍ତନ ପାଇଁ ଦାୟୀ ବାୟୁମଣ୍ଡଳର ହାରାହାରି ତାମମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରି ସେଲସିଅସ୍‌ ଭିତରେ ସୀମିତ ରଖିବା ପାଇଁ ମିଳିତ ଜାତିସଂଘର ୧୯୬ଟି ସଦସ୍ୟ ରାଷ୍ଟ୍ର ପ୍ୟାରିସ୍‌ ଠାରେ ୨୦୧୫ ଡିସେମ୍ବର ୧୨ ତାରିଖରେ ଏକ ମିଳିତ ରାଜିନାମାରେ ସ୍ବାକ୍ଷର କରିଥିଲେ। ସେଥିପାଇଁ ସମସ୍ତେ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଉପରେ ଗୁରୁତ୍ବାରୋପ କରି ଆସୁଛନ୍ତି, ଯାହା ୨୦୧୬ ନଭେମ୍ବର ୪ରୁ କାର୍ଯ୍ୟକାରୀ ହୋଇଆସୁଛି।

୨୦୨୪ ଓ ୨୦୨୫ ମସିହା ମଧ୍ୟରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ୨.୨୬ ପିପିଏମ୍‌ ଅଧିକ ରହିବ ଯାହା ବୈଶ୍ବିକ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରି ସେଲସିଅସ୍‌ ଭିତରେ ରଖିବା ସ୍ଥିତି ପାଇଁ ଆଦୌ ଅନୁକୂଳ ନୁହେଁ।

୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ପାଇଁ ବାୟୁମଣ୍ଡଳକୁ ବାର୍ଷିକ ହାରାହାରି ଅଙ୍ଗାରକାମ୍ଳ ନିର୍ଗମନ ୧.୮ ପିପିଏମ୍‌କୁ କମାଇଆଣିବା ଦରକାର ବୋଲି ସମସ୍ତେ ହୃଦୟଙ୍ଗମ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସାନ୍ଦ୍ରତା ସାଧାରଣତଃ ଜୀବାଶ୍ମ ଇନ୍ଧନର ଦହନ, କ୍ରାନ୍ତିମଣ୍ଡଳୀୟ ଜଙ୍ଗଲ ଦ୍ବାରା ତାହାର ପ୍ରାକୃତିକ ଶୋଷଣ ଏବଂ ବନାଗ୍ନି ଉପରେ ନିର୍ଭର କରିଥାଏ। ତେବେ ମୋଟାମୋଟି ଭାବେ ଅଙ୍ଗାରକାମ୍ଳ ସାନ୍ଦ୍ରତାରେ ହ୍ରାସ ଘଟିବା ପରିବର୍ତ୍ତେ ଦିନକୁ ଦିନ ତାହା ବଢ଼ିବାରେ ଲାଗିଛି। ଏପରିକି ୨୦୨୩ ଓ ୨୦୨୪ ମସିହା ପାଇଁ ଆକଳନ କରାଯାଇଥିବା ବାର୍ଷିକ ବୃଦ୍ଧି ୨.୮୪ ପିପିଏମ୍‌କୁ ଟପିଯାଇ ତାହା ୩.୫୮ ପିପିଏମ୍‌ରେ ରହିଥିଲା। ୨୦୨୩ ମସିହାରେ ବିଶ୍ବରେ ତମାମ ବନାଗ୍ନି ଯୋଗୁଁ ବାୟୁମଣ୍ଡଳକୁ  ୭୩୦ କୋଟି ଟନ୍‌ ଓଜନର ଅଙ୍ଗାରକାମ୍ଳ ନିର୍ଗମିତ ହୋଇଥିଲା। ସେହିପରି ଗାଡ଼ିମୋଟର ଓ କଳକାରଖାନାରେ ବୃଦ୍ଧି ଯୋଗୁଁ ୨୦୨୪ରେ ବାୟୁମଣ୍ଡଳରେ ୪,୧୬୦ କୋଟି ଟନ୍‌ ଅଙ୍ଗାରକାମ୍ଳ ବାଷ୍ପ ମିଶିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe