ଜଳବାୟୁ ପରିବର୍ତ୍ତନ ଚାଷକୁ ପ୍ରଭାବିତ କରୁଛି: ଅରବିନ୍ଦ ପାଢ଼ୀ

Advertisment

ଜଳବାୟୁ ପରିବର୍ତ୍ତନର କୁପରିଣାମ କୃଷି କ୍ଷେତ୍ରକୁ ପ୍ରଭାବିତ କରୁଛି। ଏଥିପାଇଁ ସଜାଗ ରହିବାକୁ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ବିଭିନ୍ନ ପ୍ରକାରର ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯାଉଛି।

ଜଳବାୟୁ ପରିବର୍ତ୍ତନର କୁପରିଣାମ କୃଷି କ୍ଷେତ୍ରକୁ ପ୍ରଭାବିତ କରୁଛି। ଏଥିପାଇଁ ସଜାଗ ରହିବାକୁ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ବିଭିନ୍ନ ପ୍ରକାରର ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯାଉଛି।

sfsfsfxxcxcc

ଜଳବାୟୁ ପରିବର୍ତ୍ତନର କୁପରିଣାମ କୃଷି କ୍ଷେତ୍ରକୁ ପ୍ରଭାବିତ କରୁଛି। ଏଥିପାଇଁ ସଜାଗ ରହିବାକୁ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ବିଭିନ୍ନ ପ୍ରକାରର ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯାଉଛି। କୃଷି ବିଭାଗର ଏକ ଜଳବାୟୁ ପ୍ରତିରୋଧୀ ସେଲ୍‌ କାର୍ଯ୍ୟ କରୁଛି। ଏଥିରେ କୃଷକ, ଗବେଷକ ଓ ଉତ୍ପାଦକମାନେ କୃଷି ଓ ପରିବେଶ ସଂପର୍କିତ ଅଧିକ ତଥ୍ୟ ହାସଲ କରିପାରିବେ ବୋଲି ସୂଚନା ଦେଇଛନ୍ତି କୃଷି ସଚିବ ଡ. ଅରବିନ୍ଦ ପାଢ଼ୀ।

‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାଢ଼ୀ କହିଲେ, ଜଳବାୟୁ ପରିବର୍ତ୍ତନକୁ ନଜରରେ ରଖି ରାଜ୍ୟ ସରକାର ୬ଟି ଦିଗକୁ ଗୁରୁତ୍ବ ଦେଉଛନ୍ତି। ଏଥିରେ ପାଣିପାଗକୁ ନେଇ ଚାଷୀଙ୍କୁ ଯଥେଷ୍ଟ ପୂର୍ବରୁ ସତର୍କ ସୂଚନା ଦିଆଯାଉଛି। ରାଜ୍ୟରେ ଯେଉଁ ପାରମ୍ପରିକ ‌ପ୍ରଜାତିର ବିହନ ରହିଛି ତାହାର ସଂରକ୍ଷଣ ଉପରେ ଗୁରୁତ୍ବ ଦିଆଯାଉଛି। ପୁରୁଷ, ମହିଳା, ଆଦିବାସୀ ଭଳି ବିଭିନ୍ନ ଶ୍ରେଣୀର ଚାଷୀଙ୍କୁ ସରକାର ସମାନ ଦୃଷ୍ଟିରେ ଦେଖୁଛନ୍ତି। ସେହିପରି ଚାଷ ‌କ୍ଷେତ୍ରରେ ଉନ୍ନତି ଦିଗରେ କେବଳ ସରକାର ସବୁକିଛି କରିପାରିବେ ନାହିଁ। ତେଣୁ ବେସରକାରୀ ଉଦ୍ୟୋଗ-ସଂସ୍ଥାମାନେ ମଧ୍ୟ ଆଗେଇ ଆସିବା ଦରକାର।  

ସେ ଆହୁରି କହିଥିଲେ, ଚାଷୀମାନେ ଯେପରି ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବେ ତାହାକୁ ଗୁରୁତ୍ବ ଦିଆଯାଉଛି। ଓଡ଼ିଶାରେ କମ୍ ଜି.ଆଇ(ଗ୍ଲାଇସେମିକ୍ ଇଣ୍ଡେକ୍ସ) ଚାଷର ପ୍ରୟୋଗ ହେଉଛି। ଚାଷୀମାନେ ବିଭିନ୍ନ ଭିଟାମିନ୍‌ ଓ ମିନେରାଲଯୁକ୍ତ ଶସ୍ୟ ଉତ୍ପାଦନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଯାହାକି ମଧୁମେହ ଓ ଅନ୍ୟ ରୋଗୀଙ୍କ ପାଇଁ ବେଶ୍ ସହାୟକ ହୋଇପାରୁଛି ବୋଲି ଡ. ପାଢ଼ୀ କହିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe