ଶିଶୁ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଘାତକ ଜଳବାୟୁ ପରିବର୍ତ୍ତନ

Advertisment

ଜଳବାୟୁ ପରିବର୍ତ୍ତନର ସିଧାସଳଖ କୁପ୍ରଭାବ ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ଅଭିବୃଦ୍ଧି ଉପରେ ପଡୁଛି। ତାପମାତ୍ରା ବୃଦ୍ଧି, ଜଙ୍ଗଲ ନିଆଁ, ବାତ୍ୟା, ବନ୍ୟା, ମରୁଡ଼ି ଓ ସମୁଦ୍ର ପତ୍ତନ ବୃଦ୍ଧି ଭଳି ଜଳବାୟୁ ସମ୍ବନ୍ଧୀୟ ଚାପ ସାମ୍ପ୍ରତିକ ଦଶନ୍ଧିର ଶିକ୍ଷାଗତ ଫଳାଫଳକୁ....

ଜଳବାୟୁ ପରିବର୍ତ୍ତନର ସିଧାସଳଖ କୁପ୍ରଭାବ ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ଅଭିବୃଦ୍ଧି ଉପରେ ପଡୁଛି। ତାପମାତ୍ରା ବୃଦ୍ଧି, ଜଙ୍ଗଲ ନିଆଁ, ବାତ୍ୟା, ବନ୍ୟା, ମରୁଡ଼ି ଓ ସମୁଦ୍ର ପତ୍ତନ ବୃଦ୍ଧି ଭଳି ଜଳବାୟୁ ସମ୍ବନ୍ଧୀୟ ଚାପ ସାମ୍ପ୍ରତିକ ଦଶନ୍ଧିର ଶିକ୍ଷାଗତ ଫଳାଫଳକୁ....

dagdagdczzcv

ଜଳବାୟୁ ପରିବର୍ତ୍ତନର ସିଧାସଳଖ କୁପ୍ରଭାବ ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ଅଭିବୃଦ୍ଧି ଉପରେ ପଡୁଛି। ତାପମାତ୍ରା ବୃଦ୍ଧି, ଜଙ୍ଗଲ ନିଆଁ, ବାତ୍ୟା, ବନ୍ୟା, ମରୁଡ଼ି ଓ ସମୁଦ୍ର ପତ୍ତନ ବୃଦ୍ଧି ଭଳି ଜଳବାୟୁ ସମ୍ବନ୍ଧୀୟ ଚାପ ସାମ୍ପ୍ରତିକ ଦଶନ୍ଧିର ଶିକ୍ଷାଗତ ଫଳାଫଳକୁ ଘୋର ପ୍ରଭାବିତ କରିବ ବୋଲି ଜଣାପଡ଼ିଛି। ଏହି ବିପଦକୁ ଏକ ନୂତନ ବୈଶ୍ୱିକ ରିପୋର୍ଟରେ ଦର୍ଶାଯାଇଛି। ୟୁନିସେଫ୍‌ର ଆକଳନ ଅନୁଯାୟୀ, କେବଳ ୨୦୨୪ରେ ଜଳବାୟୁ ବିପଦ ଯୋଗୁଁ ଅନ୍ୟୂନ ୨୪୨ ନିୟୁତ ପିଲାଙ୍କ ସ୍କୁଲ୍ ଶିକ୍ଷା ବାଧାପ୍ରାପ୍ତ ହୋଇଥିଲା, ଯେଉଁଥିରେ ଗ୍ରୀଷ୍ମ ପ୍ରବାହ ଥିଲା ସବୁଠାରୁ ବଡ଼ କାରଣ। ଚଳିତ ବର୍ଷ କାଶ୍ମୀରରେ ମଧ୍ୟ ଏହା ଦେଖିବାକୁ ମିଳିଛି। ଏହି ବିପଦ କେବଳ ଶିକ୍ଷା ପ୍ରାପ୍ତିରେ ବାଧା ସୃଷ୍ଟି କରେ ନାହିଁ ବରଂ ଅସମାନତାକୁ ବୃଦ୍ଧି କରେ ଏବଂ ଶିଶୁମାନଙ୍କୁ ଶ୍ରମିକ ହେବାକୁ କିମ୍ବା ଭିକ୍ଷା ବୃତ୍ତି ଆପଣାଇବାକୁ ବାଧ୍ୟ କରେ।

ଅତ୍ୟଧିକ ଦୀର୍ଘ ସମୟ ଧରି ଗ୍ରୀଷ୍ମ ପ୍ରବାହ, ମରୁଡ଼ି, ବାତ୍ୟା, ବନ୍ୟା ଆଦି ଲାଗି ରହିବା କାରଣରୁ ଶିଶୁମାନେ ପାଣିପାଗ ସମ୍ବନ୍ଧୀୟ ସଙ୍କଟ ଜନିତ ବିପଦରେ ଅଧିକ ପ୍ରଭାବିତ ହୁଅନ୍ତି। ଶ୍ରେଣୀଗୃହରେ ସେମାନଙ୍କ ଉପସ୍ଥିତିରେ ବ୍ୟାଘାତ ସୃଷ୍ଟି ହେବାରୁ ପାଠ ପଢ଼ିବାରେ ଧ୍ୟାନ ଦେଇପାରନ୍ତି ନାହିଁ। ଚରମ ପାଣିପାଗ ଜନିତ କାରଣରୁ ବାତ୍ୟା ଓ ବନ୍ୟା ରାସ୍ତାଘାଟ ଓ ବିଦ୍ୟାଳୟ ଭଳି ଭିତ୍ତିଭୂମିକୁ ଦୋହଲାଇ ଦିଏ। ଏହାଦ୍ୱାରା ପିଲାମାନେ ବିଦ୍ୟାଳୟକୁ ଯିବା ଆସିବାରେ ବହୁବିଧ ସମସ୍ୟା ଉପୁଜେ। ଏହା ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥାଏ। ୨୦୨୪ ମସିହାରେ ପାଣିପାଗ ଜନିତ ଘଟଣା ଯୋଗୁଁ ପ୍ରତି ୭ ଜଣରେ ୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିବାରୁ ବଞ୍ଚିତ ହୋଇଥିଲେ ବୋଲି ଜାତିସଂଘ ରିପୋର୍ଟରେ ଦର୍ଶାଯାଇଛି।

ଭାରତ ଭଳି ଦେଶରେ ଅଧିକାଂଶ ନିମ୍ନ ଓ ମଧ୍ୟମ ଆୟକାରୀ ବର୍ଗର ପିଲା ପ୍ରତି ବର୍ଷ ଜଳବାୟୁ ପରିବର୍ତ୍ତନ କାରଣରୁ ନିରବଚ୍ଛିନ୍ନ ଶିକ୍ଷା ଗ୍ରହଣ କରିବାର ଲାଭ ପାଇପାରୁନାହାନ୍ତି। ବିଦ୍ୟାଳୟ ବନ୍ଦ ସହିତ ଗମନାଗମନ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେତୁ ଲକ୍ଷାଧିକ ପିଲାଙ୍କର ପାଠପଢ଼ାରେ ଅନିୟମିତତା ଏବଂ ଅଧାରୁ ପାଠ ଛାଡ଼ିବା ଆଶଙ୍କା ବୃଦ୍ଧି ପାଉଛି। ୨୦୧୯ରେ ଭୟଙ୍କର ପାଣିପାଗ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ୧୦ଟି ଦେଶ ମଧ୍ୟରୁ ୮ଟି ନିମ୍ନ ଓ ମଧ୍ୟମ ଆୟକାରୀ ଦେଶ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe