ସାମୁଦ୍ରିକ ଝଡ଼କୁ ଉଗ୍ର କରୁଛି ଜଳବାୟୁ ପରିବର୍ତ୍ତନ

Advertisment

ଗତ ମାସ ଶେଷ ସପ୍ତାହରେ ଆମେରିକାର ଫ୍ଳୋରିଡା ଉପକୂଳରେ ଧ୍ବଂସଲୀଳା ରଚାଇଥିବା ସାମୁଦ୍ରିକ ଝଡ଼ ‘ହେଲେନ୍‌’ ଆମେରିକାବାସୀଙ୍କ ଆଖିରୁ ନିଦ ହଜେଇ ଦେଇଛି। ପ୍ରାୟ ୨୫୦ରୁ ଅଧିକ ଜୀବନ ନେଇଥିବା ଏହି ଝଡ଼ ୨୦୧୭ ମସିହାର ‘ମେରିଆ’ ଝଡ଼ଠାରୁ ଆହୁରି ଉଗ୍ରରୂପ ନେଇଥିଲା ବୋଲି ଜଣାପଡ଼ିଛି।

ଗତ ମାସ ଶେଷ ସପ୍ତାହରେ ଆମେରିକାର ଫ୍ଳୋରିଡା ଉପକୂଳରେ ଧ୍ବଂସଲୀଳା ରଚାଇଥିବା ସାମୁଦ୍ରିକ ଝଡ଼ ‘ହେଲେନ୍‌’ ଆମେରିକାବାସୀଙ୍କ ଆଖିରୁ ନିଦ ହଜେଇ ଦେଇଛି। ପ୍ରାୟ ୨୫୦ରୁ ଅଧିକ ଜୀବନ ନେଇଥିବା ଏହି ଝଡ଼ ୨୦୧୭ ମସିହାର ‘ମେରିଆ’ ଝଡ଼ଠାରୁ ଆହୁରି ଉଗ୍ରରୂପ ନେଇଥିଲା ବୋଲି ଜଣାପଡ଼ିଛି।

sfssfsfsfsfsf

ଗତ ମାସ ଶେଷ ସପ୍ତାହରେ ଆମେରିକାର ଫ୍ଳୋରିଡା ଉପକୂଳରେ ଧ୍ବଂସଲୀଳା ରଚାଇଥିବା ସାମୁଦ୍ରିକ ଝଡ଼ ‘ହେଲେନ୍‌’ ଆମେରିକାବାସୀଙ୍କ ଆଖିରୁ ନିଦ ହଜେଇ ଦେଇଛି। ପ୍ରାୟ ୨୫୦ରୁ ଅଧିକ ଜୀବନ ନେଇଥିବା ଏହି ଝଡ଼ ୨୦୧୭ ମସିହାର ‘ମେରିଆ’ ଝଡ଼ଠାରୁ ଆହୁରି ଉଗ୍ରରୂପ ନେଇଥିଲା ବୋଲି ଜଣାପଡ଼ିଛି। ତେବେ ‘ହେଲେନ୍‌’ର ଏହି କରାଳ ରୂପ ପାଇଁ ଜଳବାୟୁ ପରିବର୍ତ୍ତନ ଦାୟୀ ବୋଲି କୁହାଯାଉଛି। ପାରିବେଶିକ ପରିବର୍ତ୍ତନ ଯୋଗୁଁ ‘ହେଲେନ୍‌’ର ପବନବେଗ ୧୦ ପ୍ରତିଶତ ବଢ଼ିଯାଇଥିଲା ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ୧୯୦୦ ମସିହା ପରଠାରୁ ସଂଘଟିତ ବିଭିନ୍ନ ଝଡ଼ର ଆବିର୍ଭାବ ଓ ପ୍ରଭାବକୁ ତର୍ଜମା କରି ଏଭଳି ତଥ୍ୟ ମିଳିଛି। 

ବିଶ୍ବସ୍ତରୀୟ ପରିସଂଖ୍ୟାନ ସଂସ୍ଥା ୱାର୍ଲଡ୍‌ ୱେଦର୍‌ ଆଟ୍ରିବୁସନ୍‌(ଡବଲ୍ୟୁଡବଲ୍ୟୁଏ) ଅନୁଯାୟୀ, ଯଦିଓ ପବନ ବେଗରେ ଏଭଳି ମାତ୍ର ୧୦ ପ୍ରତିଶତ ବୃଦ୍ଧି ଶୁଣିବାକୁ କମ୍‌ ଜଣାପଡୁଛି, ତେବେ ଏହାର ପ୍ରଭାବ କଳ୍ପନାତୀତ ପରିଣତି ଆଣିଥିଲା। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୬ ତାରିଖରେ ଫ୍ଳୋରିଡାର ଉତ୍ତର-ପଶ୍ଚିମ ସ୍ଥଳଭାଗ ଛୁଇଁଥିବା ଝଡ଼ ‘ହେଲେନ୍’କୁ ୪ର୍ଥ ସ୍ତରୀୟ ସାମୁଦ୍ରିକ ଝଡ଼ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ପବନ ବେଗ ଘଣ୍ଟାକୁ ୧୪୦ ମାଇଲ୍‌ ବା ୨୨୫ କି.ମି. ରହିଥିଲା।

ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରକ ଜୀବାଶ୍ମ ତୈଳ ଦହନ ଯୋଗୁଁ  ‘ହେଲେନ୍‌’ ପରି ସାମୁଦ୍ରିକ ଝଡ଼ଗୁଡ଼ିକର ସୃଷ୍ଟି ଆଶଙ୍କା ଅଢ଼େଇ ଗୁଣ ବଢ଼ିବା ସହ ପବନର ବେଗ ମଧ୍ୟ ବଢୁଛି। 

‘ଡବ୍‌ଲ୍ୟୁଡବ୍‌ଲ୍ୟୁଏ’ର ତଥ୍ୟ ମୁତାବକ, ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରକ ଜୀବାଶ୍ମ ତୈଳ ଦହନ ଯୋଗୁଁ  ‘ହେଲେନ୍‌’ ପରି ସାମୁଦ୍ରିକ ଝଡ଼ଗୁଡ଼ିକର ଆବିର୍ଭାବ ଆଶଙ୍କା ଅଢ଼େଇ ଗୁଣ ଅଧିକ ରହିଛି। ଅର୍ଥାତ୍‌ ଭୂପୃଷ୍ଠରେ ଏଭଳି ଭୟଙ୍କର ସାମୁଦ୍ରିକ ଝଡ଼ ସ୍ବାଭାବିକ ଭାବେ ପ୍ରାୟ ୧୩୦ ବର୍ଷରେ ଥରେ ଦେଖାଯିବାର ଥିଲା ବେଳେ ଏବେ ପ୍ରାୟ ୫୩ ବର୍ଷରେ ଥରେ ଦେଖାଦେଉଛି। ‘ହେଲେନ୍‌’ର ଉତ୍ପତ୍ତିସ୍ଥଳ ମେକ୍ସିକୋ ଉପସାଗରର ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରି ସେଲ୍‌ସିଅସ୍‌ ଉପରେ ରହିଥିଲା। ଏହି ତାପମାତ୍ରା ବୃଦ୍ଧି ପଛରେ ଜଳବାୟୁ ପରିବର୍ତ୍ତନ ହିଁ ଦାୟୀ। ସମୁଦ୍ର ଅଧିକ ଉଷ୍ମ ହେବା ଯୋଗୁଁ ଅଧିକ ଜଳକଣା ବାଷ୍ପୀଭୂତ ହୋଇଥାଏ, ଯାହା ଝଡ଼ ସୃଷ୍ଟି ପାଇଁ ଅଧିକ ବଳ ସଂଚାରିତ କରିଥାଏ। ଯଦି ଏଭଳି ଜୀବାଶ୍ମ ତୈଳର ମନୁଷ୍ୟକୃତ ଦହନ ଜାରି ରହେ, ତେବେ ଆମକୁ ‘ହେଲେନ୍’ ପରି ଅଧିକ ଧ୍ବଂସକାରୀ ସାମୁଦ୍ରିକ ଝଡ଼ର ସାମନା କରିବାକୁ ହେବ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe