ମାତୃ ସ୍ୱାସ୍ଥ୍ୟ ଓ ପ୍ରସବ ପ୍ରତି ବିପଦ ଜଳବାୟୁ ପରିବର୍ତ୍ତନ

ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଚୁର ଗରମ ସାଙ୍ଗକୁ ଭାରତ ଓ ଅନ୍ୟାନ୍ୟ ବିକାଶଶୀଳ ଦେଶଗୁଡ଼ିକରେ ସୀମିତ ସ୍ୱାସ୍ଥ୍ୟସେବା ସୁବିଧା ହେତୁ ମାତୃ ସ୍ୱାସ୍ଥ୍ୟ ଓ ସୁରକ୍ଷିତ ପ୍ରସବ ପ୍ରତି ବିପଦ ବଢ଼ିଚାଲିଛି।

hfhfvbvbb

ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଚୁର ଗରମ ସାଙ୍ଗକୁ ଭାରତ ଓ ଅନ୍ୟାନ୍ୟ ବିକାଶଶୀଳ ଦେଶଗୁଡ଼ିକରେ ସୀମିତ ସ୍ୱାସ୍ଥ୍ୟସେବା ସୁବିଧା ହେତୁ ମାତୃ ସ୍ୱାସ୍ଥ୍ୟ ଓ ସୁରକ୍ଷିତ ପ୍ରସବ ପ୍ରତି ବିପଦ ବଢ଼ିଚାଲିଛି। ଆମେରିକାର ଜଳବାୟୁ ଗବେଷଣା ସଂଗଠନ କ୍ଲାଇମେଟ୍ ସେଣ୍ଟ୍ରାଲ୍ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଗର୍ଭବତୀ ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ତାପମାତ୍ରା ଦିବସ ହାରାହାରି ଛଅ ଦିନ ବଢ଼ିଥିବାର ରେକର୍ଡ ହୋଇଛି। ସେହିପରି ଗୋଆ, କେରଳ, ସିକ୍କିମ, ଆସାମ ଆଦି ରାଜ୍ୟରେ ‘ଗର୍ଭାବସ୍ଥା ଲାଗି ବିପଦପୂର୍ଣ୍ଣ ଉତ୍ତପ୍ତ ଦିବସ’ ସଂଖ୍ୟା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସର୍ବାଧିକ ଥିଲା। ‘ଗର୍ଭାବସ୍ଥା ଲାଗି ବିପଦପୂର୍ଣ୍ଣ ଉତ୍ତପ୍ତ ଦିବସ’ ଅତ୍ୟନ୍ତ ଗରମ ଦିନଗୁଡ଼ିକୁ ବୁଝାଏ, ଯାହା ଅକାଳ ଜନ୍ମ (ଗର୍ଭର ୩୭ ସପ୍ତାହ ପୂର୍ବରୁ) ଏବଂ ମାତୃ ସ୍ୱାସ୍ଥ୍ୟରେ ଜଟିଳତା ବୃଦ୍ଧିର ବିପଦ ସହିତ ଜଡ଼ିତ।

ଗର୍ଭାବସ୍ଥାରେ ଅତ୍ୟଧିକ ଗରମ ସଂସ୍ପର୍ଶରେ ଆସିବା ଦ୍ବାରା ଉଚ୍ଚ ରକ୍ତଚାପ, ଗର୍ଭକାଳୀନ ମଧୁମେହ ଓ ଗୁରୁତର ଅସୁସ୍ଥତା ଭଳି ଜଟିଳତାର ଅଧିକ ବିପଦ ରହିଛି। ଏଥିସହିତ, ଏହା ମୃତ ସନ୍ତାନ ଜନ୍ମ ଏବଂ ଅକାଳ ଜନ୍ମ ଭଳି ପ୍ରତିକୂଳ ବିପଦ ବୃଦ୍ଧି ସହିତ ଜଡ଼ିତ। ୨୦୨୦ରୁ ୨୦୨୪ ମଧ୍ୟରେ ଭାରତରେ ପ୍ରତିବର୍ଷ ହାରାହାରି ଛଅଟି ଅତିରିକ୍ତ ‘ଗର୍ଭାବସ୍ଥା ଲାଗି ବିପଦପୂର୍ଣ୍ଣ ଉତ୍ତପ୍ତ ଦିବସ’ ଅନୁଭୂତ ହୋଇଥିଲା। ଜଳବାୟୁ ପରିବର୍ତ୍ତନ ଏହି ବୃଦ୍ଧିର ଏକ-ତୃତୀୟାଂଶ ପାଇଁ ଦାୟୀ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସିକ୍କିମରେ ସର୍ବାଧିକ ୩୨ଟି ଏବଂ ଗୋଆ ଓ କେରଳରେ ଯଥାକ୍ରମେ ୨୪ ଓ ୧୮ଟି ଅତିରିକ୍ତ ଗର୍ଭାବସ୍ଥା ଲାଗି ବିପଦପୂର୍ଣ୍ଣ ଉତ୍ତପ୍ତ ଦିବସ ଅନୁଭୂତ ହୋଇଥିଲା। ସହର ଦୃଷ୍ଟିରୁ, ପଞ୍ଜିମ, ତିରୁବନନ୍ତପୁରମ ଓ ଗୌହାଟିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗର୍ଭାବସ୍ଥା ଲାଗି ବିପଦପୂର୍ଣ୍ଣ ଉତ୍ତପ୍ତ ଦିବସରେ ସର୍ବାଧିକ ବୃଦ୍ଧି ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe